ETV Bharat / bharat

Karnataka: ସ୍କୁଲ ପାଇଁ ଜମି ଦାନ କରିଥିଲେ ବୃଦ୍ଧା, ରାଜ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନିତ କଲେ ସରକାର

author img

By ETV Bharat Odisha Team

Published : Nov 1, 2023, 11:01 PM IST

ସ୍କୁଲ ପାଇଁ କରିଦେଇଥିଲେ ଜମି ଦାନ । କର୍ଣ୍ଣାଟକର ଏହି 68 ବର୍ଷୀୟା ବୃଦ୍ଧାଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନିତ କଲେ ସରକାର । ଏହା ମଧ୍ୟ ପଢନ୍ତୁ

Karnataka: ସ୍କୁଲ ପାଇଁ ଜମି ଦାନ କରିଥିଲେ ବୃଦ୍ଧା, ରାଜ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନିତ କଲେ ସରକାର
Karnataka: ସ୍କୁଲ ପାଇଁ ଜମି ଦାନ କରିଥିଲେ ବୃଦ୍ଧା, ରାଜ୍ୟ ପ୍ରତିଷ୍ଠା ଦିବସରେ ସମ୍ମାନିତ କଲେ ସରକାର

ବେଙ୍ଗାଲୁରୁ: ସରକାରୀ ଅଧିକାରୀ ଓ ରାଜନେତା ନିଜ ସମ୍ପତ୍ତି ବୃଦ୍ଧି କରିବା ପାଇଁ ଏକାଧିକ ଅସାଧୁ ଉପାୟ ଆପଣାଇବାର ଘଟଣା ଆମେ ସମସ୍ତେ ଶୁଣିଛନ୍ତି । ହେଲେ କିଛି ସାଧାରଣ ପୃଷ୍ଠଭୂମି ମଣିଷ ସାମୂହିକ ସ୍ବାର୍ଥ ପାଇଁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉତ୍ସର୍ଗ କରିବା ବେଶ ବିରଳ । ସ୍ଥାନୀୟ ଅଞ୍ଚଳରେ ସ୍କୁଲଟିଏ ନିର୍ମାଣ ହେବା ପାଇଁ ନିଜର ଦୁଇ ଏକର ଜମି ଦାନ କରି ଦେଇଥିଲେ ଜଣେ ବୃଦ୍ଧା । ଆଜି ରାଜ୍ୟ ପ୍ରତିଷ୍ଠା ଦିବସରେ ଏହି ବୃଦ୍ଧାଙ୍କୁ ରାଜ୍ୟ ସରକାର ରାଜ୍ୟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ମହିଳା ହେଉଛନ୍ତି କର୍ଣ୍ଣାଟକ 68 ବର୍ଷୀୟା ହୁଚ୍ଚମା ଚୌଧୁରୀ ।

68 ବର୍ଷୀୟା ହୁଚ୍ଚମା ଚୌଧୁରୀ କୋପ୍ପାଲା ଜିଲ୍ଲାର କୁନକେରୀ ଏରିଆର ବାସିନ୍ଦା । କିଛି ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇସାରିଥିବା ବେଳେ କୌଣସି ସନ୍ତାନ ମଧ୍ୟ ନଥିଲେ । ତାଙ୍କ ନାମରେ ଦୁଇ ଏକର ଜମି ଥିଲା । ମାତ୍ର ସେହି ଅଞ୍ଚଳରେ ସ୍କୁଲଟିଏ ନଥିଲା । ସ୍କୁଲ ନିର୍ମାଣ ହେବା ପ୍ରକ୍ରିୟା ଆରମ୍ଭ ହେବା ପରେ ଜମିର ଆବଶ୍ୟକତା ପଡିଥିଲା । ସେ ସ୍ବଇଚ୍ଛାରେ ତାଙ୍କ ମାଲିକାନାରେ ଥିବା ଦୁଇ ଏକର ଜମି ମଧ୍ୟରୁ ଏକ ଏକର ସ୍କୁଲ ପାଇଁ ଦାନ କରିବାକୁ ଚାହୁଁଥିବା ସ୍ଥାନୀୟ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । ଜମିଦାନ ପ୍ରକ୍ରିୟା ଶେଷ ହେବା ପରେ ସ୍କୁଲ ନିର୍ମାଣ କାର୍ଯ୍ୟ ହୋଇଥିଲା । ପରେ ଶୈକ୍ଷିକ ପରିବେଶ ପାଇଁ ଏକ ଖେଳ ପଡିଆର ଆବଶ୍ୟକତା ପଡିଥିଲା । ଏଥର ମଧ୍ୟ ଏହି ବୃଦ୍ଧାଜଣଙ୍କ ନିଜ ଅବଶିଷ୍ଟ ଏକ ଏକର ଜମି ମଧ୍ୟ ପ୍ରଦାନ କରିଥିଲେ ।

ଏବେ ଏକାକୀ ରହୁଥିବା ଏହି ବୃଦ୍ଧା ଏହି ସ୍କୁଲରେ ଜଣେ ପାଚିକା ଭାବେ କାର୍ଯ୍ୟରତ ଅଛନ୍ତି । ଏବେ ଏହି ସ୍କୁଲରେ ସ୍ଥାନୀୟ ଅଞ୍ଚଳର ପ୍ରାୟ 3 ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କେବଳ ସ୍କୁଲ ପାଇଁ ଜମି ଦାନ କଲା ତାହା ନୁହେଁ ବରଂ ସ୍କୁଲରେ ପିଲାଙ୍କ ମଧ୍ଯରେ ବେଶ ଖୁସିରେ ସେ ସମୟ କାଟନ୍ତି ଏହି ବୃଦ୍ଧା । ଏହି ନିଷ୍ପତ୍ତି ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି ତାଙ୍କର ମତ । ଏହି କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଏହି ବୃଦ୍ଧାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଥିଲା । ଆଜି ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ରାଜ୍ୟତ୍ସୋବ’ ସାମ୍ମାନରେ ତାଙ୍କୁ ସିଦ୍ଧରମୈୟା ସରକାର ସମ୍ମାନିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜଜଙ୍କ ବିରୋଧରେ ମୃତ୍ୟୁଦଣ୍ଡ ପାଇଁ ମାମଲା କରିଥିବା ଆବେଦନକାରୀଙ୍କୁ 6 ମାସ ଜେଲ

ଆଜି କର୍ଣ୍ଣାଟକ ପ୍ରତିଷ୍ଠା ଦିବସରେ ସ୍ଥାନୀୟ ସରକାର ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପାଇଁ ଗୌରବ ଆଣିଥିବା 68 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଛନ୍ତି । ଏହି ତାଲିକାରେ ଇସ୍ରୋ ମୁଖ୍ୟ ଏସ ସୋମନାଥ ମଧ୍ୟ ରହିଛନ୍ତି । ପ୍ରତିବର୍ଷ ନଭେମ୍ବର ପହିଲାକୁ କର୍ଣ୍ଣାଟକ ପ୍ରତିଷ୍ଠା ଉତ୍ସବ ଭାବେ ପାଳନ କରିଥାଏ । ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ରାଜ୍ୟତ୍ସୋବ ଆଓ୍ବାର୍ଡ ’ ଏହି କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.