ETV Bharat / bharat

ସୁନା ଲୋଭରେ ପ୍ରେମିକ ସହ ମିଶି ଘର ମାଲିକାଣୀଙ୍କୁ ହତ୍ୟା

ସୁନା ଲୋଭରେ ପ୍ରେମିକ ସହ ମିଶି ଘର ମାଲିକାଣୀଙ୍କୁ ହତ୍ୟା କଲେ ମହିଳା । ଦୁଇ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

author img

By

Published : Jun 6, 2023, 3:08 PM IST

ପ୍ରେମିକ ସହ ମିଶି ଘର ମାଲିକାଣୀଙ୍କୁ ହତ୍ୟା
ପ୍ରେମିକ ସହ ମିଶି ଘର ମାଲିକାଣୀଙ୍କୁ ହତ୍ୟା

ହାଇଦ୍ରାବାଦ: ସୁନା ଲୋଭରେ ଭଡାଟିଆଙ୍କ ଜଘନ୍ୟ କାଣ୍ଡ । ପ୍ରେମିକ ସହ ମିଶି ୮୨ ବର୍ଷୀୟା ଘର ମାଲିକାଣୀଙ୍କ ମୁହଁରେ ତକିଆ ଚାପି ହତ୍ୟା କଲେ ଭଡାଟିଆ ମହିଳା । ଏଭଳି ଏକ ବର୍ବରୋଚିତ କାଣ୍ଡ ଘଟିଛି ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ । ମୃତ ବୃଦ୍ଧା ଘରେ ଏକୁଟିଆ ରହୁଥିଲେ । ତାଙ୍କ ଘରେ ଭଡାରେ ରହୁଥିବା ୩୨ ବର୍ଷୀୟା ମହିଳା ନିଜ ପ୍ରେମିକ ସହ ମିଶି ବୃଦ୍ଧାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ତାଙ୍କର ୨୩୦ ଗ୍ରାମ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମୃତ ବୃଦ୍ଧାଙ୍କ ନାମ ସାମରେଡ୍ଡି ସାଥେମ୍ମା । ବୃଦ୍ଧାଙ୍କ ଘରେ ଭଡାରେ ରହୁଥିବା ଲଳିତା (୩୪) ଓ ପ୍ରେମିକ ରାକେଶ (୨୮) ତାଙ୍କ ମୁହଁରେ ତକିଆ ଚାପି ହତ୍ୟା କରିଛନ୍ତି । ଗତ ରବିବାର ରାତିରେ ରଙ୍ଗାରେଡ୍ଡି ଜିଲ୍ଲା ଥୋରୁର ସ୍ଥିତ ତାଙ୍କର ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ତଦନ୍ତରୁ ଜଣାପଡିଛି ଯେ, ବୃଦ୍ଧା ଘରେ ଏକୁଟିଆ ରହୁଥିଲେ । ଗତ ରାତିରେ ଦୁଇ ଅଭିଯୁକ୍ତ ବୃଦ୍ଧାଙ୍କ ଘରେ ପଶିଥିଲେ । ଲଳିତା ବୃଦ୍ଧାଙ୍କ ଗୋଡ ଧରିଥିଲେ ଓ ପ୍ରେମିକ ରାକେଶ ତକିଆରେ ତାଙ୍କର ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ଏହାପରେ ସୁନା ଗହଣା ଚୋରି କରି ଫେରାର୍ ହୋଇଯାଇଥିଲେ । ପୋଲିସ ଦୁହିଁଙ୍କ ଫୋନ ଟ୍ରେସ୍ କରି ଗିରଫ କରିଛି । ଏନେଇ ଏଲ.ବି ନଗର ଡିସିପି ସାଇଶ୍ରୀ ସୂଚନା ଦେଇଛନ୍ତି ।

ଡିସିପି କହିଛନ୍ତି ଯେ, ବୃଦ୍ଧା ଘର ମାଲିକାଣୀଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ପିଲାମାନେ ଅନ୍ୟ ସହରରେ ବସବାସ କରନ୍ତି । ତେଣୁ ସେ ଘରେ ଏକୁଟିଆ ରହୁଥିଲେ । ୮ ଦିନ ତଳେ ସେ ନିଜର ସାନ ଝିଅ ଘରକୁ ଯାଇଥିଲେ । ଗତ ୩ ତାରିଖରେ ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହୋଇ ୪ ତାରିଖ ଦିନ ଘରକୁ ଫେରି ଆସିଥିଲେ । ଗତ ୫ ତାରିଖରେ ଜଣେ ସ୍ଥାନୀୟ ଲୋକ କୌଣସି କାମରେ ବୃଦ୍ଧାଙ୍କ ଘରକୁ ଯାଇ କବାଟ ବାଡେଇଥିଲେ । ହେଲେ କେହି କବାଟ ନଫିଟାଇବାରୁ ସେ ଝରକା ପଟେ ଦେଖିଥିଲେ । ବୃଦ୍ଧା ନିଜ ଶୋଇବା ଘରେ ମୃତ ଅବସ୍ଥାରେ ପଡିଥିବା ସେ ଦେଖିବାକୁ ପାଇଥିଲେ । ଏନେଇ ସେ ତାଙ୍କର ବଡପୁଅକୁ ଖବର ଦେବା ପରେ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତ ରାକେଶର ଘର ନାରାୟଣପେଟ ଅଞ୍ଚଳରେ ହୋଇଥିବା ବେଳେ ସେ ଏକ ଫାଇନାନ୍ସ କମ୍ପାନୀରେ କାମ କରେ । ରାକେଶର ବଡ ଭାଇ ବୃଦ୍ଧାଙ୍କ ଘର ସାମ୍ନା ବିଲ୍ଡିଂରେ ରହୁଥିଲେ । ତେଣୁ ଅଭିଯୁକ୍ତ ମଧ୍ୟ ନିଜ ଭାଇ ପାଖକୁ ଅନେକ ସମୟରେ ଯିବା ଆସିବା କରିଥାଏ । ଏତିକି ବେଳେ ବୃଦ୍ଧାଙ୍କ ଘରେ ଭଡାରେ ରହୁଥିବା ଲଳିତାଙ୍କ ସହ ତାର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ବୃଦ୍ଧାଙ୍କ ସୁନା ଗହଣା ଚୋରି କରିବାକୁ ଯୋଜନା କରି ଏଭଳି ହତ୍ୟାକାଣ୍ଡ ଭିଆଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.