ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ(Eknath Shinde Meet PM Modi In Delhi) । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ସହ ସିନ୍ଦେ ଆଜି(ଶନିବାର) ଦିଲ୍ଲୀର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତକାର । ଏନେଇ ଫଡନାବିସ୍ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
-
महाराष्ट्राचे मुख्यमंत्री @mieknathshinde
— PMO India (@PMOIndia) July 9, 2022 " class="align-text-top noRightClick twitterSection" data="
आणि उपमुख्यमंत्री @Dev_Fadnavis
यांनी आज पंतप्रधान @narendramodi यांची भेट घेतली.@CMOMaharashtra pic.twitter.com/osNhFcgryR
">महाराष्ट्राचे मुख्यमंत्री @mieknathshinde
— PMO India (@PMOIndia) July 9, 2022
आणि उपमुख्यमंत्री @Dev_Fadnavis
यांनी आज पंतप्रधान @narendramodi यांची भेट घेतली.@CMOMaharashtra pic.twitter.com/osNhFcgryRमहाराष्ट्राचे मुख्यमंत्री @mieknathshinde
— PMO India (@PMOIndia) July 9, 2022
आणि उपमुख्यमंत्री @Dev_Fadnavis
यांनी आज पंतप्रधान @narendramodi यांची भेट घेतली.@CMOMaharashtra pic.twitter.com/osNhFcgryR
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୋଦିଙ୍କୁ ଭେଟିବା ସମୟରେ ତାଙ୍କୁ ପ୍ରଭୁ ବିଠଲ ଓ ରୁକ୍ମିଣୀଙ୍କ ପ୍ରତିମୂର୍ତ୍ତି ଉପହାର ରୂପେ ପ୍ରଦାନ କରିଛନ୍ତି । ଏହାସହିତ ମହାରାଷ୍ଟ୍ରର ବିକାଶ ପାଇଁ ତାଙ୍କର ଆଶୀର୍ବାଦ ଓ ମାର୍ଗଦର୍ଶନ ଲୋଡିଛନ୍ତି । ମୋଦିଙ୍କ ସହ ସାକ୍ଷାତକାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିନ୍ଦେ କହିଛନ୍ତି ଯେ, ''ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ବିକାଶ ପ୍ରକ୍ରିୟାରେ ସାମିଲ ହେବେ ଏବଂ ମହାରାଷ୍ଟ୍ରକୁ ନୂଆ ଶିଖରରେ ପହଞ୍ଚାଇବାକୁ ପ୍ରୟାସ କରିବେ ।"