ETV Bharat / bharat

ଏକତରଫା ପ୍ରେମରୁ ହତ୍ୟା, 2 ବର୍ଷ ଧରି ମୃତ ଯୁବତୀଙ୍କୁ ଜୀବିତ ଦର୍ଶାଇବାକୁ ବାହାନା କରିଆସୁଥିଲା ଅଭିଯୁକ୍ତ କନେଷ୍ଟବଳ - ଦିଲ୍ଲୀ ପୋଲିସ କନଷ୍ଟବଳଙ୍କୁ ହତ୍ୟା

ଏକତରଫା ପ୍ରେମରୁ ଯୁବତୀଙ୍କୁ ହତ୍ୟା କରିଥିଲା ଦିଲ୍ଲୀ ପୋଲିସର ଅନ୍ୟ ଜଣେ କନେଷ୍ଟବଳ । ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ଜୀବିତ ଦର୍ଶାଇବା ପାଇଁ କରିଆସୁଥିଲା ନାଟକ । କେମିତି ଧରିଲା ପୋଲିସ, ଅଧିକ ପଢନ୍ତୁ

ଏକତରଫା ପ୍ରେମରୁ କନେଷ୍ଟବଳଙ୍କୁ ହତ୍ୟା, 2 ବର୍ଷ ଧରି ଜୀବିତ ଥିବା ବାହାନା କରୁଥିଲା ଅଭିଯୁକ୍ତ କନେଷ୍ଟବଳ

author img

By ETV Bharat Odisha Team

Published : Oct 2, 2023, 5:50 PM IST

ନୂଆଦିଲ୍ଲୀ: ଏକତରଫା ପ୍ରେମରୁ ଯୁବତୀଙ୍କୁ ଦୀର୍ଘ ଦୁଇ ବର୍ଷ ତଳେ ହତ୍ୟା କରିଥିଲା ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ । ହେଲେ ଗତ ଦୁଇ ବର୍ଷରେ ଯୁବତୀ ଜଣକ ଜୀବିତ ଥିବା ଓ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ଦର୍ଶାଇବା ପାଇଁ ଏକାଧିକ ପନ୍ଥା ଆପଣାଇଥିଲା ଏହି ଅଭିଯୁକ୍ତ । ମିଛ ଫୋନ କଲ, କୋଭିଡ ଟିକା ସାର୍ଟିଫିକେଟ, ସିମ୍‌ ଓ ମୋବାଇଲ ସମେତ ମୃତ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଚାଲୁ ରଖିଥିଲା ଏହି ଅଭିଯୁକ୍ତ । ହେଲେ 2 ବର୍ଷର ଏପରି ସାଙ୍ଘାତିକ ଖେଳ ପରେ ପୋଲିସ ଏବେ ମୁଖ୍ୟ ଅଭିଯୁକ୍ତ କନେଷ୍ଟବଳ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସୂଚନା ଅନୁସାରେ, ଏହି ଅଭିଯୁକ୍ତ ହେଉଛି ଦିଲ୍ଲୀ ପୋଲିସରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା 42 ବର୍ଷୀୟ ସୁରେନ୍ଦ୍ର ରାଣା । ପୂର୍ବରୁ ବିବାହିତ ସୁରେନ୍ଦ୍ର ଦିଲ୍ଲୀ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ମୋନା ନାମ୍ନୀ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ଉଭୟ ଦିଲ୍ଲୀ ପୋଲିସର କଣ୍ଟ୍ରୋଲ ରୁମରେ କାର୍ଯ୍ୟରତ ଥିଲେ । ହେଲେ ପରବର୍ତ୍ତୀ ସମୟରେ ମୋନା ଉତ୍ତର ପ୍ରଦେଶ ପୋଲିସ ବିଭାଗରେ ଜଣେ ସବ-ଇନସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ଚାକିରି ଛାଡି ସିଭିଲ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ମୋନା ଚାକିରି ଛାଡିବା ପରେ ଉତକ୍ଷିପ୍ତ ହୋଇଉଠିଥିଲା ସୁରେନ୍ଦ୍ର । 2021ରେ କିଛି ବାହାନାରେ ମୋନାକୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ଡାକି ହତ୍ୟା କରିବା ପରେ ମୃତଦେହରେ ପଥର ବାନ୍ଧି ଏକ ନାଳରେ ଫିଙ୍ଗି ଦେଇଥିଲା । ଏହା ପରେ ମୋନାଙ୍କ ପରିବାରକୁ ସେ ଜୀବିତ ଥିବା ଓ ଜଣେ ଯୁବକଙ୍କ ସହ ଫେରାର ହୋଇଥିବା ନେଇ ସୂଚନା ଦେଇଥିଲା ନିଜେ ସୁରେନ୍ଦ୍ର । ଏପରିକି ପରିବାର ସଦସ୍ୟଙ୍କ ସହ ମିଶି ସେ ମୋନାଙ୍କୁ ଖୋଜିବାର ଛଳନା ମଧ୍ୟ କରିଥିଲା । ଏକାଧିକ ଥର ମୋନାଙ୍କ ପରିବାର ସଦସ୍ୟଙ୍କ ସହ ଥାନାକୁ ମଧ୍ୟ ଯାଇଥିଲା । ଅଭିଯୁକ୍ତ ସୁରେନ୍ଦ୍ର ମୋନାର ସିମକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଚାଲୁ ରଖିଥିଲା । ଏପରିକି ସେଥିରେ ଟ୍ରାନଜାକ୍ସନ ମଧ୍ୟ କରିଥିଲା । ଅନ୍ୟ ଜଣେ ଯୁବତୀଙ୍କୁ ବ୍ୟବହାର କରି ମୋନାଙ୍କ ନାମରେ କୋଭିଡ ଟିକା ସାର୍ଟିଫିକେଟ ମଧ୍ୟ ବାହାର କରିଥିଲା ।

ଶେଷରେ ନିଜ ଶାଳକ ମାଧ୍ୟମରେ ଅନ୍ୟ ଏକ ଚାଲ ଖେଳିଥିଲା ଅଭିଯୁକ୍ତ । ନିଜ ଶାଳକକୁ ଅରବିନ୍ଦ ନାମକ ଜଣେ ଯୁବକ ସଜାଇ ମୋନା ତା’ ସହ ଫେରାର ହୋଇଯାଇଥିବା କହିଥିଲା । ମୋନାଙ୍କ ପୂର୍ବ ଫୋନ ରେକର୍ଡିଂ ବ୍ୟବହାର କରି ସୁରେନ୍ଦ୍ରର ଶାଳକ ରବିନ ମୋନା ଘରକୁ ଫୋନ କରୁଥିଲା । ପରିବାର ସଦସ୍ୟ ମୋନା ସହ କଥା ହେବାକୁ କହିଲେ, ସେ ପୁରୁଣା ରେକର୍ଡିଂ ବ୍ୟବହାର କରି ମୋନା କଥା ହେଉଛି ବୋଲି କହିଥିଲା । ମୋନା ଭଲ ଅଛି ଓ ସେ ଘରକୁ ଫେରିବାକୁ ଚାହୁଁନାହିଁ ବୋଲି ଏହି ରେକର୍ଡିଂରେ ଅଡିଓ କ୍ଲିପ ରହିଥିଲା ।

ଏହା ମଧ୍ୟ ପଢନ୍ତୁ:- ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ଘଟଣା, 12 ଘଣ୍ଟା ପରେ ମିଳିଲା ମୃତଦେହ

ତେବେ ମୋନାଙ୍କ ପରିବାର ସଦସ୍ୟ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ନିଖୋଜ ମାମଲାର ପୁଣି ତଦନ୍ତ ଆରମ୍ଭ କରିଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ରବିନ୍ଦ୍ରର ଶାଳକ ରବିନ ନିଜକୁ ଅରବିନ୍ଦ ଦର୍ଶାଇ ଫୋନ କରୁଥିବା ନମ୍ବରକୁ ପ୍ରଥମେ ଯାଞ୍ଚ କରିଥିଲା ପୋଲିସ । ଏହି ନମ୍ବର ରାଜପାଲ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡିଥିଲା । ପୋଲିସ ରାଜପାଲ ଓ ପବନ ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ପରବର୍ତ୍ତୀ ସମୟରେ ରବିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରବିନ ସମସ୍ତ କଥା ସ୍ବୀକାର କରିବା ପରେ ଅଭିଯୁକ୍ତ ପୋଲିସ କନେଷ୍ଟବଳ ସୁରେନ୍ଦ୍ରକୁ ଗିରଫ କରିଛି । ପ୍ରାଥମିକ ତଦନ୍ତ ପରେ 2 ବର୍ଷ ତଳେ ଘଟିଥିବା ହତ୍ୟାକାଣ୍ଡ ସାମ୍ନାକୁ ଆସିବା ସହ ଅଲ୍ଲିପୁରରୁ ମୋନାଙ୍କ ଦେହାବଶେଷ ମଧ୍ୟ ଜବତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.