ETV Bharat / bharat

ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡିର ଚଢାଉ, RJD ନେତାଙ୍କୁ ୧୧ ଘଣ୍ଟା ଜେରା

author img

By

Published : Mar 11, 2023, 7:07 AM IST

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ବାସଭବନରେ ଚଢାଉ କରିଛି ଇଡି । ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଅଧିକ ପଢନ୍ତୁ

ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡିର ଚଢାଉ
ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡିର ଚଢାଉ

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଗତକାଲି ଚଢାଉ କରିଛି ଇଡି । ଜମି ଦୁର୍ନୀତି ସଂକ୍ରାନ୍ତରେ ତେଜସ୍ବୀଙ୍କୁ ପ୍ରାୟ ୧୧ ଘଣ୍ଟା ଧରି ତଦନ୍ତକାରୀ ସଂସ୍ଥା ଜେରା କରିଛି । ମାରାଥନ ଜେରା ପରେ ଇଡି ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦିଲ୍ଲୀ ବାସଭବନରୁ ବାହାରିଥିବା ସୂଚନା ମିଳିଛି । ତେବେ କେବଳ ତେଜସ୍ବୀ ନୁହଁନ୍ତି ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଟିମ୍ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ଅନେକ ସମ୍ପର୍କୀୟଙ୍କ ଘରେ ମଧ୍ୟ ପଶି ଛାନଭିନ୍ କରିଛି ।

ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀଙ୍କ ଦିଲ୍ଲୀ ବାସଭବନ ଏବଂ ପୂର୍ବତନ ବିଧାୟକ ତଥା ଆରଜେଡି ନେତା ଅବୁ ଦୋଜାନାଙ୍କ ବିହାର ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ, ଏନସିଆର ଓ ବିହାରର ୧୫ରୁ ଅଧିକ ସ୍ଥାନରେ ଚଢାଉ ହୋଇଛି । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି ଟିମ୍ ଆରଜେଡି ନେତାମାନଙ୍କ ବାସଭବନ ଓ ଅଫିସରେ ଏକକାଳୀନ ଚଢାଉ କରିଛନ୍ତି ।

ଏହାପୂର୍ବରୁ କିଛି ଦିନ ତଳେ ସିବିଆଇ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚରା କରିଥିଲା । ପ୍ରାୟ ୫ ଘଣ୍ଟା ଧରି ଜେରା କରାଯାଇଥିଲା । ସେହିପରି ଗତ ସୋମବାର ସିବିଆଇ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବେଡି ଦେବୀଙ୍କୁ ତାଙ୍କର ପାଟନା ସ୍ଥିତ ବାସଭବନରେ ୫ ଘଣ୍ଟା କାଳ ପଚରାଉଚରା କରିଥିଲା । ତେବେ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଆଗରୁ ଲାଲୁ ପ୍ରସାଦ, ରାବେଡି ଦେବୀଙ୍କ ସମେତ ୧୪ ଜଣଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ଓ ଦୁର୍ନୀତି ନିର୍ବାରଣ ଆକ୍ଟରେ ଚାର୍ଜସିଟ୍ ଦାଖଲ କରିସାରିଛି । ଏହି କ୍ରମରେ ଗତମାସରେ ଦିଲ୍ଲୀ କୋର୍ଟ ଲାଲୁ ଏବଂ ଅନ୍ୟମାନଙ୍କୁ ମାର୍ଚ୍ଚ ୧୫ରେ ହାଜର ହେବାକୁ ସମନ ଜାରି କରିଛନ୍ତି ।

ସେହିପରି ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଏଯାବତ୍ ୩ ଜଣଙ୍କୁ ଗିରଫ କରିସାରିଛି । ସେମାନେ ହେଲେ ଲାଲୁ ପ୍ରସାଦ ରେଳ ମନ୍ତ୍ରୀ ଥିବାବେଳେ ତାଙ୍କ ଅଧିନରେ କାମ କରୁଥିବା ଅଧିକାରୀ ଭୋଳା ଯାଦବ, ରେଳ କର୍ମଚାରୀ ହୃଦୟାନନ୍ଦ ଚୌଧୁରୀ ଏବଂ ଧର୍ମେନ୍ଦ୍ର ରାୟ । ସିବିଆଇ ଅଭିଯୋଗ କରିଛି ଯେ, ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ୨୦୦୪ରୁ ୨୦୦୯ ମଧ୍ୟରେ ରେଳ ବିଭାଗରେ ଚାକିରି କରାଇ ଦେବା ପାଇଁ ଲାଞ୍ଚ ଭାବେ ଲୋକଙ୍କ ଠାରୁ ଜମି ନେଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.