ETV Bharat / bharat

IL&FS Case: ଏନସିପି ନେତା ଜୟନ୍ତ ପାଟିଲଙ୍କୁ ଇଡ଼ିର ସମନ

ଆଇଏଲଏଫଏସ ଦୁର୍ନୀତି ମାମଲାରେ ଏନସିପି ନେତା ଜୟନ୍ତ ପାଟିଲଙ୍କୁ ଇଡ଼ିର ସମନ । ଅଧିକ ପଢନ୍ତୁ

ଏନସିପି ନେତା ଜୟନ୍ତ ପାଟିଲଙ୍କୁ ଇଡ଼ିର ସମନ
ଏନସିପି ନେତା ଜୟନ୍ତ ପାଟିଲଙ୍କୁ ଇଡ଼ିର ସମନ
author img

By

Published : May 11, 2023, 11:53 AM IST

ମୁମ୍ବାଇ: ବରିଷ୍ଠ ଏନସିପି ନେତା ଜୟନ୍ତ ପାଟିଲଙ୍କୁ ଇଡିର ସମନ । ଇନଫ୍ରାଷ୍ଟକଚର ଲିଜିଂ ଆଣ୍ଡ ଫାଇନାନସିଆଲ ସର୍ଭିସ(IL&FS) ସହ ଜଡିତ ଆର୍ଥିକ ଅନିୟମିତାତା ମାମଲାରେ ଇଡି ସମନ କରିଛି । ଏହି ଘଟଣା ସଂକ୍ରାନ୍ତରେ ପଚରା ଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମେ' ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି ହାଜର ହେବାକୁ ଏନସିପି ନେତାଙ୍କୁ ନିର୍ଦ୍ଦେଶ ଦେଇଛି । ଆଇଏଲ ଆଣ୍ଡ ଏଫଏସର ଋଣ ଏବଂ କୋହିନୂର ସିଏଟିଏନଏଲରେ ଇକ୍ବିଟ ନିବେଶରେ ଅନିୟମିତା ଘଟଣାର ତଦନ୍ତ କରୁଥିବା ଇଡି ପାଟିଲଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ନୋଟିସ୍ ପଠାଇଛି । କୋହିନୂର ସିଟିଏନଲ ବର୍ତ୍ତମାନ ଦାଦାର(ପଶ୍ଚିମ) ଠାରେ କୋହୂନିର ଟାୱାର ନିର୍ମାଣ କରୁଛି । ଯିଏକି ଏହି ମାମଲା ଋଣ ଖିଲାପକାରୀଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି ।

ଏହି ମାମଲାରେ ସାଉଥ ମୁମ୍ବାଇ ସ୍ଥିତ ବାଲାଡ ଇଷ୍ଟେଟ ଠାରେ ଥିବା ଇଡି ଅଫିସରେ ପାଟିଲଙ୍କ ବୟାନ ରେକର୍ଡ କରାଯାଇପାରେ । ତେବେ ଆଇଏଲଏଫଏସ କମ୍ପାନୀ ସମୂହ ଏବଂ ଏହାର ପ୍ରମୁଖ ପରିଚାଳନା ଅଧିକାରୀଙ୍କ ବିରୋଧରେ ଦିଲ୍ଲୀ ଇଓଡବ୍ଲ୍ୟୁ ଓ ମୁମ୍ବାଇ ଏସଏଫଆଇଓ ଦ୍ବାରା ଏଫଆଇଆର ରୁଜୁ ହେବା ପରେ ଇଡି ଏହି ଆଇଏଲ ଆଣ୍ଡ ଏଫଏସ ମାମଲାରେ ତଦନ୍ତ ଆରମ୍ଭ କରିଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି (ବୁଧବାର) ଇଡି ଡେଲୋଇଟି, କେପିଏମଜି ସମେତ ୪ଟି ସଂସ୍ଥାର ବିଭିନ୍ନ ଠିକଣାରେ ପହଞ୍ଚି ଯାଞ୍ଚ କରିଥିଲେ । ଏହି ଅନିୟମିତତା ଘଟଣାରେ ପୂର୍ବରୁ ଇଡି ଏମଏନଏସ ମୁଖ୍ୟ ରାଜ ଠାକେରଙ୍କୁ ସମନ କରିଥିଲା । କୋହିନୂର କନଷ୍ଟ୍ରକସନକୁ ଋଣ ଦେବା ମାମଲାରେ ୨୦୧୯ରେ ରାଜ ଠାକରେଙ୍କୁ ପଚରାଉଚରା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଜୁନ 22ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି

ଉଲ୍ଲେଖଯୋଗ୍ୟ ଯେ, ଏନସିପି ନେତା ଜୟନ୍ତ ପାଟିଲ ଶରଦ ପାୱାରଙ୍କ ଖୁବ୍ ନିକଟତର ଅଟନ୍ତି । କିଛି ଦିନ ତଳେ ଏନସିପି ମୁଖ୍ୟ ଶରଦ ପାୱାର ଇସ୍ତଫା ଦେବା ପରେ ଜୟନ୍ତ ପାଟିଲ ଅଧ୍ୟକ୍ଷ ପଦ ରେସ୍‌ରେ ଥିବା ଚର୍ଚ୍ଚା ହୋଇଥିଲା । ସୁପ୍ରିୟା ସୁଲେ ଏବଂ ଜୟନ୍ତ ପାଟିଲଙ୍କ ମଧ୍ୟରେ କେହି ଜଣେ ଏନସିପି ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ପାୱାରଙ୍କ ଇସ୍ତଫା ନାମଞ୍ଜୁର ହେବାରୁ ତାଙ୍କର ଅଧ୍ୟକ୍ଷ ପଦ ବଜାୟ ରହିଥିଲା ।

ଏହାମଧ୍ୟ ପଢନ୍ତୁ : ସରକାରୀ କ୍ବାଟରରେ ଚାଲିଥିଲା ବାଣ ତିଆରି, ବିସ୍ଫୋରଣ ପରେ ଲାଗିଲା ନିଆଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.