ETV Bharat / bharat

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ - ଝାଡଖଣ୍ଡ ଖଣି ଦୁର୍ନୀତି ମାମଲା

ଖଣି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ । ଆସନ୍ତାକାଲି(ଗୁରୁବାର) ହାଜର ହେବା ପାଇଁ ଡକାଇଲା ଇଡି । ଅଧିକ ପଢନ୍ତୁ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

author img

By

Published : Nov 2, 2022, 9:59 AM IST

Updated : Nov 2, 2022, 11:31 AM IST

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ(Jharkhand Chief Minister Hemant Soren)ଙ୍କ ପାଇଁ ବଢିପାରେ ଅଡୁଆ । ଖଣି ଦୁର୍ନୀତି ମାମଲାରେ ସୋରେନଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ପଚରାଉଚରା ପାଇଁ ଆସନ୍ତାକାଲି(ଗୁରୁବାର) ତାଙ୍କୁ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ଗୁରୁବାର ପୂର୍ବାହ୍ନ ସାଢେ ୧୧ ସମୟରେ ଜେରା ପାଇଁ ରାଞ୍ଚି ସ୍ଥିତି ଇଡିର ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚିବାକୁ ସମନରେ ଉଲ୍ଲେଖ ଅଛି ।

ସୂଚନା ମୁତାବକ, PMLA ଆକ୍ଟ ଅନୁସାରେ ଇଡି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବା ସମନରେ କୁହାଯାଉଛି । ତେବେ ଏହାପୂର୍ବରୁ ଖଣି ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିସାରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୁଲାଇ ୮ ତାରିଖରେ ପଙ୍କଜ ମିଶ୍ରା ଓ ତାଙ୍କ ବ୍ୟବସାୟିକ ସହଯୋଗୀଙ୍କ ସହ ଜଡିତ ୧୯ଟି ଠିକଣାରେ ଚଢାଉ କରିଥିଲା । ଚଢାଉ ବେଳେ ମିଶ୍ରାଙ୍କ ଘରୁ ସୋରେନଙ୍କ ଗୋଟିଏ ବ୍ୟାଙ୍କ ପାସବୁକ, ଚେକ ବୁକ୍ ସମେତ ଦୁଇଟି ଦସ୍ତଖତ ଚେକ୍ ଜବତ କରିଥିଲା । ଏହି ଘଟଣାରେ ମାସକ ପରେ ଇଡି ସୋରେନଙ୍କ ପଚରାଉଚରା ପାଇଁ ସମନ ଜାରି କରିଛି ।

ପ୍ରକାଶଥାଉ କି, ପଙ୍କଜ ମିଶ୍ରା ଜଣେ ବିଧାୟକ ହୋଇଥିବା ବେଳେ ସେ ସୋରେନଙ୍କ ଘନିଷ୍ଠ ଅନୁଗତ ମଧ୍ୟ ଅଟନ୍ତି । ନିଜ କ୍ଷମତାର ଅପବ୍ୟବହାର କରି ସାହେବଗଞ୍ଜ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବେଆଇନ ଖଣି ଖନନ କରିଥିବାର ଅଭିଯୋଗ ରହିଛି । ବର୍ତ୍ତମାନ ମିଶ୍ରା ନ୍ୟାୟିକ ହେପାଜତରେ ଅଛନ୍ତି । ତାଙ୍କ ବିରୁଦ୍ଧରେ ଇଡି PMLA ଆକ୍ଟ ଅନୁଯାୟୀ ମାମଲା ଦାୟର କରିଛି । ମିଶ୍ରାଙ୍କ ବ୍ୟତୀତ ବାଛୁ ଯାଦବ ଓ ପ୍ରେମ ପ୍ରକାଶ ନାମକ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଗତ ଜୁଲାଇ ୧୯ରେ ଇଡି ପ୍ରଥମେ ପଙ୍କଜ ମିଶ୍ରାଙ୍କୁ ଗିରଫ କରିଥିଲା । ଏହାପରେ ଅଗଷ୍ଟ ୪ରେ ବାଛୁ ଯାଦବ ଏବଂ ୨୫ରେ ପ୍ରେମ ପ୍ରକାଶ ଗିରଫ ହୋଇଥିଲେ । ତେବେ ରାଜ୍ୟରେ ବେଆଇନ ଖଣି ଖନନ ମାମଲାରେ ଅଦ୍ୟାବିଧି ୧୦୦୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଚିହ୍ନଟ ହୋଇଥିବା ଇଡି ସୂଚନା ଦେଇଛି ।

Last Updated : Nov 2, 2022, 11:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.