ETV Bharat / bharat

ED ସ୍କାନରରେ ଉଦ୍ଧବଙ୍କ ଶାଳକ, ୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ - ଇଡି ସ୍କାନରରେ ଉଦ୍ଧବଙ୍କ ଶଳା

ଇଡି ସ୍କାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶାଳକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଠାକରେଙ୍କ ଶାଳକ ଶ୍ରୀଧର ମାଧବ ପାଟନାକରଙ୍କ ଘର ସମେତ ଅନେକ ସ୍ଥାନରେ ରେଡ୍‌ କରିଛି । ଅଧିକ ପଢନ୍ତୁ

ED ସ୍କାନରରେ ଉଦ୍ଧବଙ୍କ ଶଳା
ED ସ୍କାନରରେ ଉଦ୍ଧବଙ୍କ ଶଳା
author img

By

Published : Mar 23, 2022, 8:18 AM IST

ମୁମ୍ବାଇ: ଇଡି ସ୍କାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶାଳକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଠାକରେଙ୍କ ଶାଳକ ଶ୍ରୀଧର ମାଧବ ପାଟନାକରଙ୍କ ଘର ସମେତ ଅନେକ ସ୍ଥାନରେ ରେଡ୍‌ କରିଛି। ଗୋଟିଏ ମନି ଲଣ୍ଡରିଂ ମାମଲାରେ ଇଡି ଏପରି ରେଡ୍‌ କରି ୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।

ଇଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଥାନେରେ ଥିବା ନିଳାମ୍ବରୀ ପ୍ରକଳ୍ପର ୧୧ଟି ଆବାସିକ ଫ୍ଲାଟକୁ ଜବତ କରାଯାଇଛି। ଏହି ଫ୍ଲାଟ ଗୁଡ଼ିକ ସାଇବାବା ଗୃହନିର୍ମିତି ପ୍ରାଇଭେଟ ଲିଃ ନାଁରେ ରହିଥିଲା। ଶ୍ରୀ ସାଇବାବା ଗୃହନିର୍ମିତି ପ୍ରାଇଭେଟ ଲିଃର ମାଲିକ ହେଉଛନ୍ତି ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀଙ୍କ ଭାଇ ଶ୍ରୀଧର ମାଧବ ପଟନାକର।

ପୁଷ୍ପକ ବୁଲିଅନ ନାମକ ଏକ ଗ୍ରୁପ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲାର ଖୋଳତାଡ଼ କରୁଛି। ଉକ୍ତ କମ୍ପାନୀ ରିଅଲ ଷ୍ଟେଟ ବ୍ୟବସାୟ କରୁଥିବା ଶ୍ରୀ ସାଇବାବା ଗୃହନିର୍ମିତି ପ୍ରାଇଭେଟ ଲିଃରେ ଟଙ୍କା ଲଗାଇଥିବା ଇଡି ଅଭିଯୋଗ କରିଛି। ଏଥିପାଇଁ ଶ୍ରୀ ସାଇବାବା ଗୃହନିର୍ମିତି ପ୍ରାଇଭେଟ ଲିଃର ୧୧ଟି ଆବାସିକ ଫ୍ଲାଟକୁ ଇଡି ପକ୍ଷରୁ ଆଜି ଜତବ କରାଯାଇଛି।

ଇଡି ଉଦ୍ଧବଙ୍କ ଶାଳକଙ୍କୁ ଟାର୍ଗେଟ କରିଥିବାରୁ ଶିବସେନା ଆକ୍ରମଣାତ୍ମକ ହୋଇଉଠିଛି । ରାଜନୈତିକ ସ୍ବାର୍ଥ ହାସଲ କରିବାକୁ ଇଡି ପକ୍ଷରୁ ଏପରି ରେଡ୍‌ କରାଯାଇଥିବା ଶିବସେନା କହିଛି। ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଇଡି ଏବେ ରାଜନୈତିକ ଚାପରେ କାମ କରୁଛି । ସେମାନେ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ଆମ ମୁଣ୍ଡ ନୁଆଁଇବା ପାଇଁ ଚେଷ୍ଟା କରୁଛନ୍ତି। ବିଜେପି କ୍ଷମତାରେ ନଥିବା ସବୁ ରାଜ୍ୟରେ ଏପରି ଘଟଣା ଘଟୁଛି। ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡି ଜେରା କରିଥିବା ଘଟଣା ରାଜନୈତିକ ଆକ୍ରୋଶ ଛଡ଼ା କିଛି ନୁହେଁ ବୋଲି କହିଛନ୍ତି ସଞ୍ଜୟ ।

ପ୍ରକାଶ ଥାଉ କି, ଏହାର ଦୁଇ ସପ୍ତାହ ପୂର୍ବରୁ ଇଡି ପକ୍ଷରୁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ ସହଯୋଗୀ ଅନୀଲ ପରବଙ୍କ ସହ ସମ୍ପର୍କ ରଖିଥିବା ବିଭିନ୍ନ ଲୋକଙ୍କ ଠିକଣାରେ ରେଡ୍‌ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.