କୋଲକାତା: ମୋବାଇଲ ଗେମିଂ ଆପ୍ଲିକେସନ ସ୍ମାମରେ ଆଜି କୋଲକାତାରେ ଏକାଧିକ ସ୍ଥାନରେ ଏକକାଳୀନ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏହି ଚଢାଉରେ ମୋଟ ୭ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନରୁ ସହରର ଏକାକାଳୀନ ପ୍ରାୟ ୬ଟି ଆଡ୍ଡାରେ ଇଡିର ଏକାଧିକ ଟିମ ଚଢାଉ କରିଥିଲା । ଏତେ ପରିମାଣର ଟଙ୍କା ଜବତ ହେବା ପରେ ଏଗୁଡିକୁ ଗଣିବା ମଧ୍ୟ ଅଧିକାରୀଙ୍କ ପକ୍ଷେ ସମ୍ଭବ ହୋଇନଥିବା ବେଳେ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କୁ ଇଲୋଟ୍ରୋନିକ୍ସ କାଉଣ୍ଟିଂ ମେସିନ ଆଣିବାକୁ ପଡିଥିଲା ।
-
West Bengal | An RBI truck reaches the residence of businessman Nisar Ahmed Khan in Garden Reach, Kolkata. ED recovered huge amounts of cash from his residence. pic.twitter.com/fZkpSih1Qs
— ANI (@ANI) September 10, 2022 " class="align-text-top noRightClick twitterSection" data="
">West Bengal | An RBI truck reaches the residence of businessman Nisar Ahmed Khan in Garden Reach, Kolkata. ED recovered huge amounts of cash from his residence. pic.twitter.com/fZkpSih1Qs
— ANI (@ANI) September 10, 2022West Bengal | An RBI truck reaches the residence of businessman Nisar Ahmed Khan in Garden Reach, Kolkata. ED recovered huge amounts of cash from his residence. pic.twitter.com/fZkpSih1Qs
— ANI (@ANI) September 10, 2022
ଗତ କିଛି ଦିନ ହେବ କୋଲକାତା ସହରର ଏକାଧିକ ସନ୍ଦିଗ୍ଧ ଆଡ୍ଡା ଇଡି ସ୍କାନରରେ ରହିଆସିଥିଲା । ଏନେଇ ସୂଚନା ଏକତ୍ରିତ କରିବା ପରେ ମନି ଲଣ୍ଡ୍ରିଂ ଆକ୍ଟ (PMLA-2002) ଅନୁସାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇଡି ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୭ କୋଟି ଟଙ୍କା ଜବତ ହୋଇଥିବା ଜଣାପଡିଥିବା ବେଳେ ଚୂଡାନ୍ତ ଗଣତି ଶେଷ ହେବା ପରେ ଏହି ପରିମାଣ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ସହ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।
ଫେବୃଆରୀ ୧୫ ରେ ଏହି ସମ୍ପର୍କିତ ଏକ ମାମଲା ଦାଏର କରିଥିଲା ଫେଡରାଲ ବ୍ୟାଙ୍କର କର୍ମକର୍ତ୍ତା । ଏହି ମାମଲାଟି ଚିଫ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟଙ୍କ ନିକଟରେ ଏତଲା ଦାଏର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ତଦନ୍ତ ଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗ୍ରହଣ କରିଥିଲା । ଆର୍ଥିକ ଠକେଇ ଉଦ୍ଦେଶ୍ୟରେ ଏକ ଗେମିଂ ଆପ (E-Nuggets) ଲଞ୍ଚ କରାଯାଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲା । ଆଜି ଏହି ମାମଲାରେ ଇନପୁଟ ସୂଚନା ଆଧାରେ କୋଲକାତାରେ ଏକକାଳୀନ ୬ ଟିସ୍ଥାନରେ ଚଢାଉ କରିଥିଲା ଇଡି । ମୋଟ ୭ କୋଟି ଟଙ୍କା ଜବତ ହେବା ସହ ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ