ETV Bharat / bharat

ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ୍‌ ନୋଟିସ୍‌

author img

By

Published : Sep 6, 2021, 9:31 AM IST

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ସର୍କୁଲାର ନୋଟିସ । ଆର୍ଥିକ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଇଡି ଜାରି କରିଛି ନୋଟିସ । ଅଧିକ ପଢନ୍ତୁ...

ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ସର୍କୁଲାର ନୋଟିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ସର୍କୁଲାର ନୋଟିସ । ଆର୍ଥିକ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଇଡି ଏ ନୋଟିସ ଜାରି କରିଛି । ଯାହା ଫଳରେ ଅନୀଲ ଦେଶ ଛାଡି ବାହାରକୁ ଯାଇପାରିବେ ନାହିଁ । ଯଦି ସେ ଦେଶ ଛାଡି ବାହାରକୁ ଯିବା ପାଇଁ ଚେଷ୍ଟା କରିବେ । ପୋଲିସ ତାଙ୍କ ନିଜ ହେପାଜତକୁ ନେଇ ପାରିବ । ପୂର୍ବରୁ ଇଡି ଜାରି କରିଥିବା ସମନକୁ ଏଡାଇ ଦେଇଛନ୍ତି ଦେଶମୁଖ । ଅର୍ଥ ହେରଫେର ମାମଲାରେ ଇଡି ତାଙ୍କୁ ବହୁବାର ସମନ କରିଥିଲା ।

ମାର୍ଚ୍ଚ 25ରେ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ମାମଲା (ପିଆଏଲ) ଦାଖଲ କରିଥିଲେ । ପରମବୀର ଅଭିଯୋଗ ଆଣିଛନ୍ତି ଯେ, ଦେଶମୁଖଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବାର ଓ ହୋଟେଲ ଗୁଡିକରୁ ବଟି ଆଦାୟ ହେଉଥିଲା । ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏଭଳି କାର୍ଯ୍ୟ କରୁଥିଲେ । ବାର ଓ ରେଷ୍ଟୁରାଣ୍ଟ ଗୁ଼ଡିକରୁ ୧୦୦ କୋଟି ଆଦାୟ କରିବାକୁ ଦେଶମୁଖ କହିଥିଲେ ବୋଲି କହିଛନ୍ତି ପରମବୀର ।

ଏନେଇ ଦେଶମୁଖଙ୍କ କଳା କାରନାମା ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଜଣାଇବା ପରେ ତାଙ୍କୁ ମୁମ୍ବାଇ କମିଶନର ପଦରୁ ହଟାଯାଇଥିଲା । ଏନେଇ ସେ ପ୍ରଥମେ ଜିଲ୍ଲା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ପରେ ଘଟଣାକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପରମବୀର ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଗୁରୁତର ସହ ନେଇଥିଲେ ଏବଂ ପରମବୀରଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଏହା ପରେ ସେ ହାଇକୋର୍ଟରେ ଏକ ପିଏଲ ଦାଖଲ କରି ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦୋହରାଇଥିଲେ ଏବଂ ଏନସିପି ନେତାଙ୍କ ବିରୋଧରେ ସିବିଆଇ ଦ୍ୱାରା ତୁରନ୍ତ, ନିରପେକ୍ଷ, ନିରପେକ୍ଷ ଯାଞ୍ଚ କରିବାକୁ କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.