ETV Bharat / bharat

ଚନ୍ନିଙ୍କ ପୁତୁରା ନାଁରେ ଚାର୍ଜସିଟ ଦାଖଲ କଲା ED

author img

By

Published : Apr 3, 2022, 12:54 PM IST

ବେଆଇନ ବାଲି ଚୋରା ଚାଲାଣ ନେଇ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଅନ୍ୟ ଜଣଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପ୍ରିଲ ୬ ତାରିଖରେ ମାମଲାର ଶୁଣାଣି ହେବ । ଅଧିକ ପଢନ୍ତୁ

ଚନ୍ନିଙ୍କ ପୁତୁରାକୁ EDର ଚାର୍ଜସିଟ
ଚନ୍ନିଙ୍କ ପୁତୁରାକୁ EDର ଚାର୍ଜସିଟ

ଚଣ୍ଡିଗଡ: ପୁଣି ଖବରକୁ ଆସିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ବେଆଇନ ବାଲି ଚୋରା ଚାଲାଣ ନେଇ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଅନ୍ୟ ଜଣଙ୍କ ନାମରେ ମଧ୍ୟ ଚାର୍ଜସିଟ ଦାଖଲ କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପ୍ରିଲ ୬ ତାରିଖରେ ମାମଲାର ଶୁଣାଣି ହେବ ।

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଜାନୁଆରୀ ୧୮ ତାରିଖରେ ଭୂପିନ୍ଦର ସିଂହ ହନିଙ୍କ ବାସଭବନରେ ଚଢାଉ କରିଥିଲା । ମାମଲାରେ ଜଡିତ ୧୦ଟି ସ୍ଥାନରେ ଚଢାଉ ହୋଇଥିଲା । ପାଖାପାଖି ୧୦ କୋଟିର ସମ୍ପତ୍ତି ଜବତ ହୋଇଥିଲା । ହନୀଙ୍କ ନିକଟରୁ ୮ କୋଟିର ନଗଦ ଟଙ୍କା, ୨୧ ଲକ୍ଷର ସୁନା ଅଳଙ୍କାର, ୧୨ ଲକ୍ଷର ଗୋଟିଏ ଘଣ୍ଟା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ମିଶାଇ ମୋଟ ୧୦ କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା। ଦୁଇଦିନ ଧରି ଚଢାଉ କରିବା ପରେ ଇଡି ପକ୍ଷରୁ ସୂଚନା ମିଳିଥିଲା । ଏହାପରେ ତାଙ୍କୁ ତଦନ୍ତରେ ସାମିଲ ହେବାକୁ ସମନ କରାଯାଇଥିଲା । ସେତେବେଳେ ଜେରା ପରେ ତାଙ୍କୁ ଛଡ଼ା ଯାଇଥିଲା। ତେବେ ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରାଯାଇଥିଲା କିନ୍ତୁ ସେ ଏହାକୁ ବେଖାତିର କରିଥିଲେ। ଫେବୃଆରୀ ୧୪ରେ ତାଙ୍କୁ ଇଡି ଗିରଫ କରିଥିଲା ।

ଏହାପରେ ମନିଲଣ୍ଡରିଂ ମାମଲାରେ ଶହୀଦ ଭଗତ ସିଂ ନଗର ପୋଲିସ ଷ୍ଟେସନରେ ଆଇପିସି ଧାରା ୩୭୯, ୪୨୦, ୪୬୫, ୬୬୭, ୪୬୮ ଏବଂ ୪୭୧ ମାମଲା ରୁଜ୍ଜୁ ହୋଇଥିଲା । ଫେବ୍ରୁଆରୀ ୧୪ରେ ରିମାଣ୍ଡରେ ଯାଇଥିଲେ ଭୂପିନ୍ଦର । ଏହାପରେ ତାଙ୍କ ରିମାଣ୍ଡ ଅବଧି ବଢିଥିଲା । ବାଲି ଚାଲଣର କଣ୍ଟ୍ରାକ୍ଟ୍ରି ପାଇଁ କଳାଧନ ଲଗା ଯାଇଥିବା ଇଡି ସନ୍ଦେହ କରୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.