ETV Bharat / bharat

Mahadev App betting case: ଇଡି ସ୍କାନରରେ ଭୁପେଶ ବଘେଲ, ବେଟିଂ ଆପଠୁ ୫୦୮ କୋଟି ନେବା ଅଭିଯୋଗ

author img

By ETV Bharat Odisha Team

Published : Nov 4, 2023, 10:45 AM IST

ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ଇଡି ସ୍କାନରକୁ ଆସିଲେ ମୁଖ୍ୟମନ୍ତ୍ରୀ ବାଘେଲ । ନିର୍ବାଚନୀ ଖର୍ଚ୍ଚ ପାଇଁ ବେଟିଂ ଆପ୍ ଠାରୁ ୫୦୮ କୋଟି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ ବାଘେଲ
ଇଡି ସ୍କାନରରେ ମୁଖ୍ୟମନ୍ତ୍ରୀ ବାଘେଲ

ରାୟପୁର: ଦୁଇ ଦିନ ପରେ ଛତିଶଗଡ ବିଧାନସଭା ଭୋଟିଂ । ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ପାରା ଏବେ ହାଇ ରହିଛି । ଏଭଳି ଏକ ସମୟରେ ପ୍ରବର୍ତ୍ତନ (ଇଡି) ସ୍କାନରକୁ ଆସିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ମହାଦେବ ବେଟିଂ ଆପ୍ ପ୍ରମୋଟର୍ସଙ୍କ ଠାରୁ ବଘେଲ ୫୦୮ କୋଟି ଟଙ୍କା ନେଇଥିବା ସାଂଘାତିକ ଅଭିଯୋଗ ଆଣିଛି ଇଡି । ଏନେଇ ଯଥେଷ୍ଟ ପ୍ରମାଣ ରହିଥିବା ଏଜେନ୍ସି ଦାବି କରୁଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଇଡି ଦାବି କରିଛି ଯେ, ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କୁ ପାଖାପାଖି ୫୦୮ କୋଟି ଟଙ୍କା ଦେଇଛି । ଇଡିର ଏଭଳି ଦାବିର ପାଲଟା ଜବାବ ଦେଇ ବଘେଲ କହିଛନ୍ତି ଯେ, ଏହାଠୁ ବଡ ଥଟ୍ଟା ଆଉ କିଛି ହୋଇନପାରେ । ତେବେ ଅସୀମ ଦାସ ନାମକ ଜଣେ ଏଜେଣ୍ଟଙ୍କ ଗିରଫଦାରୀ ଓ ପଚରାଉଚରା ପରେ ଇଡି ବଘେଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ବିଧାନସଭା ନିର୍ବାଚନ ଖର୍ଚ୍ଚ ପାଇଁ ମହାଦେବ ବେଟିଂ ଆପ୍ ଛତିଶଗଡକୁ ବିପୁଳ ଟଙ୍କା ପଠାଉଥିବା ଇଡି ଗୁଇନ୍ଦା ସୂଚନା ପାଇଥିଲା । ସୂଚନା ଆଧାରରେ ତଦନ୍ତକାରୀ ଏଜେନ୍ସି ହୋଟେଲ ଟ୍ରାଇଟନରେ ଚଢାଉ କରିଥିଲେ । ଚଢାଉ ବେଳେ ଏହି ଠକେଇ ଆପ୍ ସହ ଜଡିତ ଅସୀମ ଦାସ ନାମକ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ତା' ପାଖରୁ ୫.୩୯ କୋଟି ନଗଦ ଟଙ୍କା ମିଳିଥିଲା । ପଚରାଉଚରା କରାଯିବାରୁ ଅସୀମ ଦାସକୁ ୟୁଏଇରେ ମହାଦେବ ଆପ୍‌ର ପ୍ରମୋଟର ଏହି ଟଙ୍କା ଦେଇଥିବା ଖୁଲାସା ହୋଇଥିଲା । ଯେଉଁ ଟଙ୍କାକୁ ସେ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଦେଇଥାନ୍ତେ ।

ଏହାମଧ୍ୟ ପଢନ୍ତୁ: Cash For Query: 'ଆଦାନୀ ଗ୍ରୁପ ବିରୋଧରେ ମହୁଆ ମୋଇତ୍ରା ଓ ହୀରାନନ୍ଦନୀଙ୍କ ମିଳିତ ଷଡଯନ୍ତ୍ର'

ଅସୀମ ପାଖରୁ ଜବତ କରାଯାଇଥିବା ଫୋନର ଫରେନସିକ ଯାଞ୍ଚ ଏବଂ ଶୁଭମ ସୋନି ଯିଏକି ମହାଦେବ ନେଟୱାର୍କର ଉଚ୍ଚ ପଦସ୍ଥ ଅଭିଯୁକ୍ତଙ୍କୁ ମଧ୍ୟରୁ ଜଣେ, ତାଙ୍କ ଦ୍ବାରା ଫଠାଯାଇଥିବା ଇମେଲ୍ ଯାଞ୍ଚ କରାଯିବାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଏହି ମାମଲାରେ ନିୟମିତ ଟ୍ରାଞ୍ଜାକ୍ସନ ହୋଇଛି । ମହାଦେବ ବେଟିଂ ଆପ୍ ପ୍ରମୋଟର୍ସଙ୍କ ଦ୍ବାରା ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ଅଦ୍ୟାବିଧି ପ୍ରାୟ ୫୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଇଡି କହିଛି । ଘଟଣାରେ ଏବେ ତଦନ୍ତ ଜାରି ରହିଛି ।

ଆହୁରି ମଧ୍ୟ ଏଜେନ୍ସି ଦାବି କରିଛି ଯେ, କିଛି ବେନାମୀ ଆକାଉଣ୍ଟ ସମ୍ପର୍କରେ ଜଣାପଡିଛି । ଯେଉଁଥିରେ ପାଖାପାଖି ୧୫.୫୯ କୋଟି ଟଙ୍କା ରଖାଯାଇଛି । ଏହି ଆକାଉଣ୍ଟରୁ ଫ୍ରିଜ କରିଦିଆଯାଇଛି । ଏହି କ୍ୟାସ୍ ଜବତ ସମୟରେ ପୋଲିସ କନେଷ୍ଟବଳ ଭୀମ ଯାଦବ ଗିରଫ ହୋଇଛନ୍ତି । ସମ୍ପୃକ୍ତ କନେଷ୍ଟବଳ ଗତ ୩ ବର୍ଷ ଭିତରେ ବେଆଇନ ଭବେ ଦୁବାଇ ଯାତ୍ରା କରିଥିଲେ ଏବଂ ମହାଦେବ ଆପର ପ୍ରମୋଟର ରବି ଉପ୍ପଲ ଓ ସୌରଭ ଚନ୍ଦ୍ରାକାରଙ୍କୁ ଭେଟିଥିଲେ । ତାଙ୍କର ଏହି ଯାତ୍ରା ଖର୍ଚ୍ଚ ମହାଦେବ ଆପ୍ ବହନ କରୁଥିଲା । ଭୀମ ଯାଦବ ଓ ଅସୀମ ଦାସ ଛତିଶଗଡର ବରିଷ୍ଠ ଅଧିକାରୀ ଓ ରାଜନେତାମାନଙ୍କ ଲାଭ ପାଇଁ ମହାଦେବ ଆପର ପ୍ରମୋଟରଙ୍କ ଠାରୁ ଲାଞ୍ଚ ଗ୍ରହଣ କରିବାର ମାଧ୍ୟମ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.