ETV Bharat / bharat

Saradha chit fund scam: ଚିଦାମ୍ବରମଙ୍କ ପତ୍ନୀଙ୍କ ସମ୍ପତ୍ତି ଜବତ କଲା ଇଡି

author img

By

Published : Feb 4, 2023, 9:12 AM IST

ଶାରଦା ଚିଟଫଣ୍ଡ ମାମଲା । ଚିଦାମ୍ବରଙ୍କ ପତ୍ନୀଙ୍କ ସମେତ ପୂର୍ବତନ ସିପିଏମ ବିଧାୟକ ଦେବେନ୍ଦ୍ରନାଥ ବିଶ୍ବାସ ଓ ଆସାମର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ ସମ୍ପତ୍ତି ଜବତ କରିଲା ଇଡି । ଅଧିକ ପଢନ୍ତୁ

ଶାରଦା ଚିଟଫଣ୍ଡ ମାମଲା
ଶାରଦା ଚିଟଫଣ୍ଡ ମାମଲା

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ମାମଲାରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି । ଗତକାଲି(ଶୁକ୍ରବାର) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କର ପତ୍ନୀ ନଳିନୀ ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କରିଛି ଇଡି । ଏହସହ ପୂର୍ବତନ ସିପିଏମ ବିଧାୟକ ଦେବେନ୍ଦ୍ରନାଥ ବିଶ୍ବାସ ଓ ଆସାମର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜନ ଦତ୍ତଙ୍କ କମ୍ପାନୀର ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

ଏହିସବୁ ସମ୍ପତ୍ତିର ମାଲିକାନା ଶାରଦା ଗ୍ରୁପ ହୋଇଥିବା ବେଳେ ଅଭିଯୁକ୍ତମାନେ ତାକୁ ଲାଭାର୍ଥି ଭାବେ ହାସଲ କରିଥିବା ନେଇ କୁହାଯାଇଛି । ସେଥିରେ ୩.୩୦ କୋଟିର ସ୍ଥାବର ଏବଂ ୩ କୋଟିର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ମନି ଲଣ୍ଡରିଂ ଆଇନ ଅନୁସାରେ ଇଡି ଶୁକ୍ରବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଇଡିର ତଥ୍ୟ ଅନୁସାରେ, "୨୦୧୩ ପର୍ଯ୍ୟନ୍ତ ଶାରଦା ଗ୍ରୁପ ପଶ୍ଚିମବଙ୍ଗ, ଆସାମ ଏବଂ ଓଡିଶାରେ ଚିଟ୍ ଫଣ୍ଡ ସ୍କାମ ଚଳାଇଥିଲା । ଶାରଦା ଗ୍ରୁପ କମ୍ପାନୀ ପ୍ରାୟ ୨ ହଜାର ୪୫୯ କୋଟି ଟଙ୍କା ସଂଗ୍ରହ କରିଥିଲା । ଏଥିରୁ ସୁଧକୁ ବାଦ ଦେଇ ପ୍ରାୟ ୧୯୮୩ କୋଟି ଟଙ୍କା ବାକି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ୬୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।"

ସୂଚନାଥାଉକି, ଶାରଦା ଗ୍ରୁପ ଦ୍ବାରା ଆରମ୍ଭ କରାଯାଇଥିବା ଏକ ପୋଞ୍ଜି ସ୍କାମ ଦ୍ବାରା ଏହି ଠକେଇ କରାଯାଇଥିଲା । ମାତ୍ର କିଛି ବର୍ଷ ମଧ୍ୟରେ ଏହି ଗ୍ରୁପ ୨୫୦୦ କୋଟି ଟଙ୍କା କମାଇଥିଲା । ପ୍ରଥମେ ୨୦୧୨ ମସିହାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Adani Group Issue: ୬ରେ ଏଲଆଇସି ଓ ଏସବିଆଇ ଅଫିସ ଆଗରେ ଗର୍ଜିବ କଂଗ୍ରେସ

୨୦୧୪ ମସିହାରେ ଏହାର ମାଲିକ ସୁଦୀପ୍ତୋ ସେନଙ୍କ ସମେତ ଅନ୍ୟ ଲୋକମାନଙ୍କୁ ଆର୍ଥିକ ଅନିୟମିତତା, ଠକେଇ ସମେତ ଅନ୍ୟ ଅଭିଯୋଗରେ ଗିରଫ କରାଯାଇଥିଲା ।

କଣ ଏହି ଶାରଦା ଘୋଟାଲା: ଶାରଦା ଘୋଟାଲା ପଶ୍ଚିମବଙ୍ଗର ଏକ ବଡ ଅର୍ଥନୈତିକ ଘୋଟାଲା ଅଟେ । ଯେଉଁଥିରେ ବହୁ ରାଜନୈତିକ ଦଳର ନେତା ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ଏହି ଚିଟଫଣ୍ଡ କମ୍ପାନୀ ସାଧାରଣ ଲୋକଙ୍କୁ ଠକିବା ପାଇଁ ଅନେକ ଲୋଭନୀୟ ଅଫର ଦେଇଥିଲା । ଅଧିକ ସୁଧର ପ୍ରତିଶୃତି ଦେଇ ଲୋକଙ୍କଠୁ ପଇସା ଠକିଥିଲା । ଏହି ଘୋଟାଲାରେ ୪୦ ହଜାର କୋଟି ଟଙ୍କା ଟଙ୍କା ହେରଫେର ହୋଇଥାଇପାରେ ବୋଲି କୁହାଯାଉଛି ।

ଅଭିଯୋଗ ପରେ ୨୦୧୪ ମସିହାରେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହସହ ସିବିଆଇକୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ପଶ୍ଚିମବଙ୍ଗ, ଓଡିଶା ଏବଂ ଆସାମ ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୦୮ ମସିହାରେ ଏହି କମ୍ପାନୀର ପ୍ରତିଷ୍ଠା କରାଯାଇଥିଲା । ତେବେ ଅଭିଯୋଗ ହୋଇଛି ଯେ, କମ୍ପାନୀର ମାଲିକ ସୁଦୀପ୍ତ ସେନ ପ୍ରତିଷ୍ଠା ଲାଭ କରିବା ପାଇଁ ଅନେକ ପାର୍ଟିର ନେତାଙ୍କ ସହ ସମ୍ପର୍କ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.