ETV Bharat / bharat

ପଞ୍ଜାବର ପୂର୍ବତନ ବିଧାୟକ ସୁଖପାଲ ସିଂହ ଖଇରା ଗିରଫ

author img

By

Published : Nov 12, 2021, 7:21 AM IST

ଗିରଫ ହେଲେ ପଞ୍ଜାବର ପୂର୍ବତନ ବିଧାୟକ ସୁଖପାଲ ସିଂହ ଖଇରା । ମନି ଲଣ୍ଡରିଂ କେସରେ ଗିରଫ କଲା ଇଡି । ଅଧିକ ପଢନ୍ତୁ...

ପଞ୍ଜାବର ପୂର୍ବତନ ବିଧାୟକ ସୁଖପାଲ ସିଂହ ଖଇରା ଗିରଫ
ପଞ୍ଜାବର ପୂର୍ବତନ ବିଧାୟକ ସୁଖପାଲ ସିଂହ ଖଇରା ଗିରଫ

ନୂଆଦିଲ୍ଲୀ: ଗିରଫ ହେଲେ ପଞ୍ଜାବର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁଖପାଲ ସିଂହ ଖଇରା । ମନି ଲଣ୍ଡରିଂ କେସରେ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । PMLA ଆକ୍ଟ ଅଧିନରେ ସୁଖପାଲ ସିଂହଙ୍କୁ ED ହେପାଜତକୁ ନେଇ ଜେରା କରୁଛି ।

ଅଭିଯୋଗ ଅନୁଯାୟୀ, ବିଧାୟକ ସୁଖପାଲ ଖଇରା ଡ୍ରଗ୍ସ ମାମଲାରେ ଦୋଷୀଙ୍କ ସହ ସମ୍ପୃକ୍ତ ଥିବା ସଙ୍ଗେ ସଙ୍ଗେ ନକଲି ପୋସପୋର୍ଟ ରାକେଟରେ ମଧ୍ୟ ତାଙ୍କ ଲିଙ୍କ ରହିଛି । ସେପଟେ ପୂର୍ବତନ ବିଧାୟକ ଏହାକୁ ଖଣ୍ଡନ କରିଛନ୍ତି । 'ମୁଁ କିଛି ଭୁଲ୍ କରିନାହିଁ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବାରୁ ମୁଁ କେନ୍ଦ୍ରୀୟ ଏଜେନ୍ସିର ଟାର୍ଗେଟରେ ରହିଛି ଏବଂ ମୋତେ ଜାଣିଶୁଣି ଫସାଇ ଦିଆଯାଇଛି' ବୋଲି ସେ କହିଛନ୍ତି ।

ସୁଖପାଲ ନିକଟରେ ପଞ୍ଜାବ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୯ରେ ଆପ୍ ଛାଡି ନିଜର ଦଳ ଗଢିଥିଲେ ଏବଂ ପରେ କଂଗ୍ରେସରେ ଯୋଗ ଦେଇଥିଲେ । ସୁଖପାଲ ଜୁନ ୨୦୧୮ରେ ସ୍ବତନ୍ତ୍ର ଖଲିସ୍ତାନ ରାଜ୍ୟ ଗଠନ ଦିଗରେ ଜନମତ ସଂଗ୍ରହକୁ ସମର୍ଥନ କରି ବଡ ବିବାଦରେ ଫସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.