ETV Bharat / bharat

Coal Scam: ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ EDର ସମନ - ପଶ୍ଚିମବଙ୍ଗ କୋଇଲା ଚୋରା ଚାଲାଣ ମାମଲା

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ପୁଣିଥରେ ସମନ ଜାରି କଲା ଇଡି । ଅଧିକ ପଢନ୍ତୁ

Coal Scam: ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ପତ୍ନୀଙ୍କୁ EDର ସମନ

author img

By

Published : Mar 17, 2022, 2:10 PM IST

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପୁଣି ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( Enforcement Directorate) । କୋଇଲା ଘୋଟାଲା ମାମଲାରେ ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ପୁଣିଥରେ ସମନ ଜାରି କରିଛି । ଉଭୟ ପତିପତ୍ନୀଙ୍କୁ ଅଲଗା ଅଲଗା ଦିନରେ ପଚରାଉଚରା ପାଇଁ ଡକାଯାଇଛି ।

ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ ପୂର୍ବରୁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ଅଭିଷେକଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମାର୍ଚ୍ଚ ୨୨ରେ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିବ । ଏହାପୂର୍ବରୁ ବାନାର୍ଜୀ ଦମ୍ପତିଙ୍କୁ ଡିସେମ୍ବର ୧୦ ତାରିଖରେ ସମନ ଜାରି କରାଯାଇଥିଲା । ସେହିପରି ନିର୍ଦ୍ଦେଶାଳୟର ସମନକୁ ଚ୍ୟାଲଞ୍ଜ କରି ଉଭୟ ପତିପତ୍ନୀ ଗତବର୍ଷ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆବେଦନରେ ସେ ଉଲ୍ଲେଖ କରିଥିଲେ କି, ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାରୁ ସେମାନଙ୍କୁ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ନ ଦିଆଯାଉ । ହେଲେ ମାର୍ଚ୍ଚ ୧୧ ତାରିଖ ଦିନ କୋର୍ଟ ଦମ୍ପତିଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ଅଭିଷେକ ଏବଂ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ୮ ଘଣ୍ଟା ଧରି ପଚାରଉଚରା କରିଥିଲା । ପ୍ରକାଶଥାଉ କି, ଗତବର୍ଷ ନଭେମ୍ବରରେ ସିବିଆଇ ଏହି କୋଇଲା ଚୋରା ଚାଲାଣ ମାମଲା ରୁଜୁ କରିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.