ETV Bharat / bharat

National Herald Case: ଆସନ୍ତା ୨୧ ସୁଦ୍ଧା EDରେ ହାଜର ହେବାକୁ ସୋନିଆଙ୍କୁ ସମନ - ସୋନିଆ ଗାନ୍ଧୀଙ୍କୁ EDର ସମନ

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ।ଜୁଲାଇ ୨୧ ତାରିଖ ସୁଦ୍ଧା ED ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି । ଅଧିକ ପଢ଼ନ୍ତୁ

National Herald Case: ଜୁଲାଇ ୨୧ ସୁଦ୍ଧା EDରେ ହାଜର ହେବାକୁ ସୋନିଆଙ୍କୁ ସମନ

author img

By

Published : Jul 11, 2022, 8:19 PM IST

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ED ସୋନିଆଙ୍କୁ ସମନ କରିଛି । ଜୁଲାଇ ୨୧ ତାରିଖ ସୁଦ୍ଧା ED ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି ।

ଏହାପୂର୍ବରୁ ଜୁନ ୮ ତାରିଖରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସମନ କରିଥିଲା ED । ରାହୁଲ ED ନିକଟରେ ହାଜର ହୋଇଥିବା ବେଳେ ସୋନିଆ କୋରୋନା ଆକ୍ରାନ୍ତ ହୋଇ ହାଜର ହୋଇ ପାରିନଥିଲେ । ରାହୁଲ ଗାନ୍ଧୀଙ୍କୁ ଘନଘନ ଜେରା କରିଥିଲା ED । ଜୁନ ମାସ ୨୩ ତାରିଖରେ ତାଙ୍କୁ ଦ୍ବିତୀୟ ଥର ପାଇଁ ସମନ କରାଯାଇଥିଲା । ତେବେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ହାଜର ହେବାକୁ ୪ ସପ୍ତାହ ସମୟ ଦେବାକୁ ସେ ED ନିକଟରେ ଗୁହାରି କରିଥିଲେ ।

ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ୫୦ ଘଣ୍ଟା ଧରି ଜେରା କରି ସାରିଛି ED । ଲଗାତାର ୫ ଦିନ ଧରି ସେ ED ନିକଟରେ ହାଜର ହୋଇଥିଲେ । ଏହାକୁ ନେଇ ସାରା ଦେଶରେ କଂଗ୍ରେସ କର୍ମୀ ତୁମ୍ବି ତୋଫାନ କରିଥିଲେ । ନାନା ସ୍ଥାନରେ ଥିବା ED କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ କଂଗ୍ରେସ କର୍ମୀ । ଏହାର ଏକ ଝଲକ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.