ETV Bharat / bharat

ଦୈନିକ ସଂକ୍ରମଣ ଦେଢ ଲକ୍ଷ ମୁହାଁ; ନିର୍ବାଚନ ଶେଷ ହେବା ବେଳକୁ ଚେଇଁଲା ନିର୍ବାଚନ କମିଶନ - କୋଭିଡ ଗାଇଡଲାଇନ

ଦେଶରେ କୋରୋନାର ଦ୍ବିତୀୟ ଲହରୀରେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ମୁହାଁ ହେବାରେ ଲାଗିଛି । କୋରୋନା ସଂକ୍ରମଣରେ 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଛି । 3 ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ସରିବା ପରେ ଏବେ ନିର୍ବାଚନ କମିଶନକୁ ଘାରିଛି କୋରୋନା ଭୟ । ଅଧିକ ପଢନ୍ତୁ...

ନିର୍ବାଚନ ଶେଷ ହେବା ବେଳକୁ ଚେଇଁଲା ନିର୍ବାଚନ କମିଶନ

author img

By

Published : Apr 10, 2021, 11:30 AM IST

Updated : Apr 10, 2021, 1:34 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବଢୁଥିବା ନେଇ ଲକଡାଉନ ଆଶଙ୍କା ଦେଖାଦେଇଛି । ମହାରାଷ୍ଟ୍ର, ଛତିଶଗଡରେ ଆଶିଂକ ଲକଡାଉନ ଲାଗୁ ହୋଇସାରିଛି । ଯାତାୟତ, ବ୍ୟବସାୟ ଠପ ହୋଇପଡିଛି । ଏପଟେ, ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ସତ୍ତ୍ବେ ନିର୍ବାଚନୀ ରାଲି, ଶୋଭାଯାତ୍ରା, କ୍ରିକେଟ ଦିନରାତ୍ରୀ ମ୍ୟାଚ, ଫିଲ୍ମ ସୁଟିଂ ଜାରି ରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ନିର୍ବାଚନ କମିଶନ ମଧ୍ୟ ସମସ୍ତ ରାଜୈନିତକ ଦଳକୁ ଚେତାବନୀ ଦେଇଛି । ନିର୍ବାଚନୀ ରାଲି ହେଉ କି ଜନସଭା କୋଭିଡ କଟକଣା ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ଶେଷ ହେବା ବେଳକୁ ଚେଇଁଲା ନିର୍ବାଚନ କମିଶନ
ନିର୍ବାଚନ ଶେଷ ହେବା ବେଳକୁ ଚେଇଁଲା ନିର୍ବାଚନ କମିଶନ

ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଆସାମରେ 3ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ସେହିପରି କେରଳ, ତାମିଲନାଡୁ, ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ସରିଛି । ହେଲେ ନିର୍ବାଚନକୁ ସମସ୍ତ ରାଜନୈତିକ ଦଳ କୋଭିଡ କଟକଣାକୁ ଭୁଲି ସଭା, ରାଲି ଅନୁଷ୍ଠିତ କରିଥିଲେ । ଦଳୀୟ ପ୍ରଚାରର ପାଇଁ ଜାତୀୟ ଦଳ ଠାରୁ ଆଞ୍ଚଳିକ ଦଳ ସମସ୍ତଙ୍କ ଲାଗି ରହିଥିଲା ଘମାଘଟ ପ୍ରଚାର ପ୍ରସାର । ଲକ୍ଷ ଲକ୍ଷ ଲୋକ ଜନ ସଭାରେ ସମାଗମ ହେଉଥିଲେ । ଏହି ସମୟରେ ଜନତାଙ୍କ ଠାରୁ ଆରମ୍ଭ କରି ଜନନେତା ସମସ୍ତେ କୋଭିଡକୁ ଯେମିତି ଭୁଲି ଯାଇଥିଲେ ।

ଗୋଟିଏ ପଟେ, କୋରୋନାର ଦ୍ବିତୀୟ ଲହରୀ ବ୍ୟାପକ ମାତ୍ରାରେ ବ୍ୟାପି ଚାଲିଥିବା ବେଳେ ଏଭଳି ସମାଗମ ସଂକ୍ରମଣ ବଢିବା ନେଇ ଆଶଙ୍କା ଦେଖାଦେଇଛି । ମାସ୍କ ଓ ସାମାଜିକ ଦୂରତାକୁ ବଜାୟୀ ରଖିବାକୁ ନିର୍ଦ୍ଦେଶ ସତ୍ତ୍ବେ ସବୁ କଟକଣା ଫୁ’ କରାଯାଇଥିଲା ।

ଯାହାକୁ ନେଇ କମିଶନ ଏକ ଚିଠି ଲେଖି ସମସ୍ତଙ୍କୁ ଅବଗତ କରିଛନ୍ତି । ମନେ ରଖିବାକୁ ହେବ କୋରୋନା ସଂକ୍ରମଣକୁ ଦେଖି ବର୍ଷ 2020 ଅଗଷ୍ଟ 21 ରେ ନିର୍ବାଚନ କମିଶନ ସାଧାରଣ କିମ୍ବା ଉପନିର୍ବାଚନ ପରିଚାଳନା ପାଇଁ ଗାଇଡଲାଇନ କରିଥିଲା । ଆଉ ଏହା ସମସ୍ତ ରାଜ୍ୟ ଓ ଜାତୀୟ ସ୍ତରର ରାଜନୈତିକ ଦଳର ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଗାଇଡଲାଇନ ମୁତାବକ, ମାସ୍କ ପିନ୍ଧିବା, ସାନିଟାଇଜ ଓ ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳତ । ଏହାର ଖିଲାପ କଲେ ବିପର୍ଯ୍ୟୟ ପରିଚାଳନା ନିୟମ, 2005 ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦେଶର ପ୍ରାୟ ସମସ୍ତ ନିର୍ବାଚନ ଶେଷ ହୋଇଛି । ପଶ୍ଚିମବଙ୍ଗରେ ଆହୁରି 4ଟି ମତଦାନ ବାକି ରହିଛି । ଏପରି ସ୍ଥିତିରେ ନିର୍ବାଚନ କମିଶନଙ୍କ ଚେତାବନୀ ଦେଇଛନ୍ତି । ପୂର୍ବରୁ ବିଭିନ୍ନ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବିନା ମାସ୍କରେ ନଜର ଆସିଥିଲେ । ହଜାର ହଜାର ଲୋକଙ୍କ ଗହଣରେ ଦଳୀୟ ପ୍ରଚାର କରୁଥିଲେ । ତେବେ ଏମାନଙ୍କ ମଧ୍ୟରୁ ଏବେ ଶହ ଶହ ସଂକ୍ରମିତ ହୋଇଥାଇପାରନ୍ତି । ତେବେ ପୂର୍ବରୁ କାହିଁକି ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କଲେ ନାହିଁ । କାହିଁକି ନିର୍ବାଚନୀ ରାଲି ଓ ଶୋଭା ପୂର୍ବରୁ ପୁଣି ଥରେ ରାଜନେତା ମାନଙ୍କୁ ଚେତାଇ ପାରିଲେ । ଏବେ ଯେତେବେଳେ ଦେଶରେ ସଂକ୍ରମଣ ଦେଢ ଲକ୍ଷରେ ପହଞ୍ଚି ସାରିଛି ସେତେବେଳେ ଏପରି କାର୍ଯ୍ୟାନୁଷ୍ଠାନ ଆଗାମୀ ବିପଦକୁ ରୋକି ପାରିବ କି ?

ଦେଶରେ କୋରୋନାର ଦ୍ବିତୀୟ ଲହରୀ ମାତ୍ରାଧିକ କୋରୋନା ମାମଲା ମହାରାଷ୍ଟ୍ର , ଛତିଶଗଡରେ ଦେଖାଦେଇଛି । ଚଳିତ ବର୍ଷ ଦେଶର ପ୍ରଥମ ରାଜ୍ୟ ଭାବେ ଛତିଶଗଡର ରାୟପୁରରେ ଲାଗୁ ହୋଇଛି ଲକଡାଉନ । ଏପ୍ରିଲ 9 ତାରିଖରୁ ଏପ୍ରିଲ 19 ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ମାମଲା ଥମିବାର ନାଁ ଧରୁନି । ପରିସ୍ଥିତି ଦିନକୁ ଦିନକୁ ଅଣାୟତ୍ତ ହେଉଛି । ତେଣୁ ମହାରାଷ୍ଟ୍ର ସରକାର 7 ଦିନିଆ ଲକଡାଉନ ଲାଗୁ ହୋଇଛି । ବ୍ୟବସାୟ, ଯାତାୟାତ ଠପ ହେବା ପରେ ପୁଣି ଥରେ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ ଏହି ଲକଡାଉନ । ଏନେଇ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପୁଅ ଲକଡାଉନକୁ ବିରୋଧ କରିଥିଲେ । ସବୁ କିଛି ପୁଣି ବନ୍ଦ କରିଦେବା ଦ୍ବାରା କ୍ଷୁଦ୍ର ଓ ଦିନ ମଜୁରିଆଙ୍କ ଆୟକୁ ଗଭୀର ପ୍ରଭାବିତ ପହଞ୍ଚାଉଛି । ଜିମ୍, କ୍ରୀଡା କମ୍ପ୍ଲେକ୍ସ ଏବଂ ଖେଳ ପଡିଆ ବନ୍ଦ କରି ଲକଡାଉନ୍ ସ୍ବାସ୍ଥ୍ୟକୁ ହାନି ପହଞ୍ଚାଉଛି । କାରଣ ବ୍ୟାୟାମ, ସୂର୍ଯ୍ୟ କିରଣ ଏବଂ ସତେଜ ବାୟୁ ଉତ୍ତମ ସ୍ବାସ୍ଥଛ୍ୟ ଏବଂ ଦୃଢ ଇମ୍ୟୁନିଟିର କେତେକ ବଳିଷ୍ଠ ସ୍ତମ୍ଭ ଅଟେ । ଏହା ବାଦ ଏହି ଲକଡାଉନ ପିଲାଙ୍କ ଅଭିବୃଦ୍ଧିରେ ମଧ୍ୟ ବାଧକ ସାଜି ସେମାନଙ୍କ ମାନସିକ ଦୁଶ୍ଚିତା ବଢାଉଛି ।

ଆଉ ଏନେଇ ସେ ପ୍ରଶ୍ନ ପଚାରିଛନ୍ତି, ଯେବେ ଫିଲ୍ମ ଅଭିନେତା ସୁଟିଂ କରିପାରୁଛନ୍ତି ବିଳମ୍ବିତ ରାତ୍ରୀ ଯାଏ କ୍ରିକେଟ ଖେଳି ପାରୁଛନ୍ତି , ନେତାମାନେ ଜନସମାଗମ ସହ ରାଲି କରୁଛନ୍ତି, ସେତେବେଳେ ବେପାରୀଙ୍କ ଉପରେ ରୋକ କାହିଁକି । ସେହିପରି ବଲିଉଡର ଅନ୍ୟ ଜଣେ ଅଭିନେତା ତଥା ଟିଭି ଷ୍ଟାର କରନ ପଟେଲ ମଧ୍ୟ ଲକଡାଉନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବେପାର ବନ୍ଦ ହେବା ଦ୍ବାରା ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡୁଥିବା ଅଭିନେତା ଜଣକ କହିଛନ୍ତି । ସେହିପରି ଓଡିଶାରେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି କରୁଛନ୍ତି ଛାତ୍ରଛାତ୍ରୀ ଦାବି କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ କୋରୋନା ସଂକ୍ରମଣ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମସ୍ତ ରାଜନୈତିକ ଦଳ କୋଭିଡ କଟକଣା ମାନି ଭର୍ଚୁଆଲ ମାଧ୍ୟମରେ ରାଲି ଓ ସମାବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2021, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.