ETV Bharat / bharat

ଅରୁଣାଚଳ ପ୍ରଦେଶରେ 5.3 ତୀବ୍ରତାର ଭୂକମ୍ପ ଝଟକା - ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରେକର୍ଡ କରାଯାଇଛି । ଆଜି ସକାଳ ୬ଟା ୫୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଅଧିକ ପଢନ୍ତୁ

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା :ରିକ୍ଟର ସ୍କେଲରେ ତୀବ୍ରତା 5.3 ରେକର୍ଡ

author img

By

Published : Apr 15, 2022, 8:07 AM IST

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରେକର୍ଡ କରାଯାଇଛି । ଆଜି ସକାଳ ୬ଟା ୫୬ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ଉତ୍ତର ପାଙ୍ଗିନ୍‌ରେ ଭୂକମ୍ପ ୧୧୭୬ କିଲୋମିଟର ବ୍ୟାପ୍ତି ଅନୁଭୁତ ହୋଇଥିଲା । ତେବେ ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ଲୋକେ ଭୟଭୀତ ହୋଇ ଘର ଛାଡି ବାହାରକୁ ପଳାଇ ଆସିଥିଲେ । ଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ତେବେ, ଏହା ପୂର୍ବରୁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ କରାଯାଇଥିଲା । ଏପ୍ରିଲ ୧୦ ତାରିଖ ସକାଳ ୭ଟା ୨ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ ୭.୫୦ ରହିଥିବାବେଳେ ଦ୍ରାଘିମା ୯୪.୩୧ର ରହିଥିଲା । ଏହା ଦ୍ବୀପପୁଞ୍ଜର ଉତ୍ତରପୂର୍ବ କ୍ୟାମ୍ପବେଲ ବେ ଠାରୁ ୭୦ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.