ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବରରେ ଭୂକମ୍ପ ଝଟକା । ରାତି ପାଖାପାଖି ୧୨ଟାରେ ଆଣ୍ଡାମାନ ନିକୋବରରେ ଭୂକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର ।
ଏମସିଏସର ସୂଚନା ଅନୁସାରେ, ପୋର୍ଟ ବ୍ଲେରର ଦକ୍ଷିଣପୂର୍ବରୁ ୧୧୬ କିଲୋମିଟର ଦୂରରୁ ଭୂକମ୍ପ ଅନୁଭୁତ ହୋଇଛି । ୧୦.୮୬ ଲାଟିଟ୍ୟୁଡ ଓ ୯୩.୪୬ ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ରହଛି । ଏ ନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ପୂର୍ବରୁ ଡିସେମ୍ବର ୨୬ରେ ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ ଦିଗଲିପୁରଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ମ୍ୟାଗ୍ନିଟ୍ୟୁଡ ରେକର୍ଡ ହୋଇଥିଲା । ଆବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।
@ANI