ଇମ୍ଫାଲ: ମଣିପୁରରେ ଭୂକମ୍ପ ଝଟକା । ମଣିପୁରର ମୋଇରାଙ୍ଗରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳ ୬ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏହା ମୋରିଙ୍ଗାର ଦକ୍ଷିଣ -ଦକ୍ଷିଣ ପୂର୍ବରେ ୫୭ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଏହାର ଗଭିରତା ୫୨ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୨୪. ୦୨ ହୋଇଥିବାବେଳେ ଦ୍ରାଘିମା ୯୪ ରହିଛି । ସେହିପରି ଗଭୀରତା ୩୯ କିଲୋମିଟର ରହିଥିବା ସୂଚନା ମିଳିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଏହା ପୂର୍ବରୁ ଅକ୍ଟୋବର ୧୬ରେ ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
@ANI