ପୋର୍ଟ ବ୍ଲେୟାର: ଆଣ୍ଡାମାନ ନିକୋବରରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 3.9 ରହିଛି । ଏନେଇ ନ୍ୟାସନାଲ ସେସମୋଲୋଜୀ ବିଭାଗ(NCS) ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ରାତି 11:45 ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।
ସୂଚନା ଅନୁସାରେ, ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟ ବ୍ଲେୟାର ନିକଟରେ ମଙ୍ଗଳବାର ରାତି 11:45 ସମୟରେ ଭୂକମ୍ପର ହୋଇଥିଲା । ଏନେଇ ଲୋକେ ଭୟଭିତ ହୋଇପଡିଥିଲେ । ଭୟରେ ଘର ଛାଡି ବାହାରକୁ ପଳାଇ ଆସିଥିଲେ । ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିଲା । 9.99 ଲାଟିଟ୍ୟୁଡ ଓ 93.54, ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏ ନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ସେପଟେ, ଲଗାତର କିଛି ଦିନ ହେବ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପରେ ଖବର ଲଗାତର ସାମ୍ନାକୁ ଆସୁଛି । ଗତ ୧୧ ତାରିଖରେ ମଧ୍ୟ ଭୂମିକମ୍ପ ହୋଇଥିଲା । ଯାହାର ତିବ୍ରତା ରିକ୍ଟର ସ୍କେଲରେ 4.5 ରହିଥିଲା ।
@ANI