ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗତକାଲି ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ୩.୪ ମ୍ୟାଗ୍ନିଟ୍ୟୁଟରେ ଏହି ଭୂକମ୍ପ ହୋଇଥିଲା ।
ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦେଇ କୁହାଯାଇଛି ଯେ ଉତ୍ତରକାଶୀର 23 କିଲୋମିଟର ପୂର୍ବ ଦିଗରେ ଗତକାଲି ରାତି ୧.୨୮ଟାରେ 10 କିଲୋମିଟର ଗଭୀରରେ ହୋଇଥିଲା ।
ତେବେ ଏହା ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡର ପିଥୋରାଗଡରେ ରେକ୍ଟର ସ୍କେଲରେ ୩.୭ ମ୍ୟାଗ୍ନିଟ୍ୟୁଟର ଏକ ଭୂକମ୍ପ ହୋଇଥିଲା । ଜୁନ୍ ୨୮ରେ ପିଥୋରାଗଡରେ ପ୍ରାୟ 55 କିଲୋମିଟର ଉତ୍ତରରେ ଭୂକମ୍ପ ଅନୁଭୂତ ହୋଇଥିଲା ।
@ANI