ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ଭୂକମ୍ପ(Earthquake) ଝଟକା । ଆଜି ସକାଳ ୬ଟା୩ ୫୯ ମିନିଟ ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ହୋଇଥିବା ସୂଚନା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ମ୍ୟାଗ୍ନିଚ୍ୟୁଟ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମନ ନିକୋବରର ଡିଗଲିପୁରର ପୂର୍ବ-ଉତ୍ତର-ପୂର୍ବରୁ ୧୦୬ କିଲୋମିଟର ଦୂରରେ ରହିଥିବାବେଳେ, ଏହାର ଗଭୀରତା ୭୦ କିଲୋମିଟର ରହିଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାର ଅକ୍ଷାଂଶ ୧୨.୦୨ ଓ ଦ୍ରାଘିମା ୯୩.୬୨ ରହିଛି ।
ଏହା ମଧ୍ୟ ପଢନ୍ତୁ-ମୁମ୍ବାଇରେ ଲଜ୍ଜା, ନାବାଳିକାକୁ 2 ବର୍ଷ ଧରି ଦୁଷ୍କର୍ମ କରୁଥିଲେ ୩ ବୃଦ୍ଧ
ତେବେ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଏହା ଦ୍ବିତୀୟ ଥର ଭୂକମ୍ପ ହୋଇଛି(Earthquake in Andaman and Nicobar Islands) । ଗତକାଲି (ଶୁକ୍ରବାର) ମଧ୍ୟାହ୍ନ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରହିଥିବାବେଳେ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁର ଉତ୍ତର-ଉତ୍ତର-ପୂର୍ବରୁ ୧୦୮ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିଲା ।
ଏହାପୂର୍ବରୁ ଜୁଲାଇ ୫ ତାରିଖରେ ରାଜଧାନୀ ପୋର୍ଟବ୍ଲେୟାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରହିଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରର ୨୧୫ କିଲୋମିଟର ପୂର୍ବ-ଦକ୍ଷିଣ -ପୂର୍ବରେ ରହିଥିଲା । ଏହା ଏକ ମୃଦୁ ଭୂକମ୍ପ ବୋଲି ଜଣାପଡିଥିଲା ।