ETV Bharat / bharat

ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ, ୫.୦ ତୀବ୍ରତା ରେକର୍ଡ

୫.୦ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ । ଅଧିକ ପଢନ୍ତୁ

author img

By

Published : Mar 6, 2023, 7:09 AM IST

earthquake
earthquake

ପୋର୍ଟ ବ୍ଲେୟାର: ସକାଳୁ ସକାଳୁ ଭୂକମ୍ପରେ ଥରିଲା ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ କରାଯାଇଛି । ଆଜି ସକାଳ ୫ଟା ୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ନିକୋବର ଦ୍ବୀପପୁଞ୍ଜରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି । ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏହାସହ ଭୂକମ୍ପର ଅକ୍ଷାଂଶ ୭.୯୭ ଏବଂ ଦ୍ରାଘିମା ୯୧.୬୫ ରହିଥିଲା । ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Toshakhana case: ସଂଧ୍ୟା ସୁଦ୍ଧା ଗିରଫ ହେବେ ଇମ୍ରାନ ! ଲାହୋରସ୍ଥିତ ବାସଭବନରେ ଇସଲାମାବାଦ ପୋଲିସ

ସେପ୍ଟେମ୍ବର ୨୪ ତାରିଖରେ ହୋଇଥିଲା ଭୂକମ୍ପ: ପ୍ରକାଶଥାଉକି, ଏହା ପୂର୍ବରୁ ସେପ୍ଟେମ୍ବର ୨୪ ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ କରାଯାଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ କାମ୍ପବେଲ ବେର ଦକ୍ଷିଣ ଦକ୍ଷିଣପୂର୍ବରୁ ୪୩୧ କିଲୋମିଟର ଦୂରରେ ରହିଥିଲା । ଏହାର ଗଭୀରତା ୭୫ କିଲୋମିଟର ରହିଥିଲା ବେଳେ ଅକ୍ଷାଂଶ ୩.୭୧ ରହିଥିବାବେଳେ ଦ୍ରାଘିମା ୯୫.୯୬ର ରହିଥିଲା।

ନଭେମ୍ବର ୧୧ ତାରିଖରେ ଥରିଥିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ: ୪.୩ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଥିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ପୋର୍ଟବ୍ଲେୟାରର ଦକ୍ଷିଣ ଦକ୍ଷିଣପୂର୍ବରୁ ୨୫୩ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ଆକଳନ କରାଯାଇଥିଲା ବେଳେ ଏହାର ଅକ୍ଷାଂଶ ୯.୪୫ ରହିଥିବାବେଳେ ଦ୍ରାଘିମା ୯୩.୪୪ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଶାହଙ୍କୁ ଭେଟିଲେ ବିଶ୍ବଶର୍ମା, ତ୍ରିପୁରା ଓ ନାଗାଲାଣ୍ଡ୍‌ର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ରୂପରେଖ ନେଇ ଆଲୋଚନା

ଏହା ପୂର୍ବରୁ ମେ 8 ତାରିଖ ରାତିରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ କାମ୍ପବେଲ ବେରେ ଭୂକମ୍ପ ହୋଇଥିଲା । ଏହା ଦ୍ବୀପପୁଞ୍ଜର ଏନଏନଇ କାମ୍ପବେଲ ବେଠାରୁ ୮୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.