ETV Bharat / bharat

Earthquake: ମଣିପୁର ଓ ବଙ୍ଗୋପସାଗରରେ ଭୂକମ୍ପ ଝଟକା - ଭୂକମ୍ପରେ ଥରିଲା ମଣିପୁର

ଭୂକମ୍ପରେ ଥରିଲା ମଣିପୁର ଓ ବଙ୍ଗୋପସାଗର। କ୍ଷଯକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 12, 2023, 7:38 AM IST

ଇମ୍ଫାଲ: ବଙ୍ଗୋପସାଗର ଓ ମଣିପୁରରେ ଶକ୍ତିଶାଳୀ ଭୂକମ୍ପ ଝଟକା । ମଣିପୁରରେ 5.1 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ବଙ୍ଗୋପସାଗର 4.4 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପରେ କ୍ଷଯକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ମଣିପୁରରେ ସୋମବାର ବିଳମ୍ବିତ ରାତି ଓ ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହାର କେନ୍ଦ୍ରସ୍ଥଳ ମଣିପୁରର ଉଖରୁଲରେ ରହିଥିବା ବେଳେ ଗଭୀରତା 20 କିଲୋମିଟିର ରେକର୍ଡ କରାଯାଇଛି । ଅକ୍ଷାଂଶ 24.40 ଏବଂ ଦ୍ରାଘିମା 94.77 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପ ହେବାରୁ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିଲା । ଭୟରେ ଲୋକମାନେ ଘରୁ ବାହାରି ପଳାଇ ଆସିଥିଲେ ।

ଆଜି ଭୋର 3.39 ମିନିଟ ସମୟରେ ବଙ୍ଗୋପସାଗରରେ 4.4 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭିରତା 93 କିଲୋମିଟର ରେକର୍ଡ କରାଯାଇଥିଲା । ଏହାର ଅକ୍ଷାଂଶ 6.19 ଏବଂ ଦ୍ରାଘିମା 95.31 ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Earthquake: ଭୂୂକମ୍ପରେ ଥରିଲା ଛତିଶଗଡ ଏବଂ ମଣିପୁର

ଗତ ଫେବୃଆରୀ 4 ତାରିଖରେ ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ 4.0 ହୋଇଥିବା ରେକର୍ଡ କରାଯାଇଥିଲା । କେନ୍ଦ୍ରସ୍ଥଳ ମଣିପୁରର ଉଖରୁଲରେ ରହିଥିବା ବେଳେ ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଅକ୍ଷାଂଶ 25.13 ଏବଂ ଦ୍ରାଘିମା 94.67 ରହିଥିଲା । ଗତବର୍ଷ ଅକ୍ଟୋବର ମାସରେ ମଣିପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ବିଷ୍ଣୁପୁର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଥିଲା । ଅକ୍ଟୋବର 18 ତାରଖ ସକାଳ 9ଟା 19 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।

ଗତ ମାର୍ଚ୍ଚ 24 ତାରିଖରେ ମଣିପୁର ମୋଇରାଂର ଦକ୍ଷିଣ ପୂର୍ବ ଦିଗର 31 କିଲୋମିଟର ଦୂରରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ତୀବ୍ରତା 3.9 ରେକର୍ଡ କରାଯାଇଥିଲା । ଭୂକମ୍ପର ଗଭୀରତା 51 କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 24.23 ଏବଂ ଦ୍ରାଘିମା 93.86 ରେକର୍ଡ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.