ETV Bharat / bharat

Earthquake in Ladakh: ଲଦାଖରେ ଭୂକମ୍ପ ଝଟକା

author img

By

Published : Jul 4, 2023, 9:19 AM IST

କାର୍ଗିଲ ଜିଲ୍ଲାର ଲଦାଖରେ ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.7 ରେକର୍ଡ କରାଯାଇଛି। ଅଧିକ ପଢନ୍ତୁ

earthquake hits Ladakh
earthquake hits Ladakh

ଶ୍ରୀନଗର: ଭୂକମ୍ପରେ ଥରିଲା ଲଦାଖ । ଆଜି ସକାଳ ସମୟରେ କାର୍ଗିଲ ଜିଲ୍ଲାର ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.7 ରେକର୍ଡ କରାଯାଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଆଜି ସକାଳ 7ଟା 38 ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଉତ୍ତର କାର୍ଗିଲର 189 କିମିରେ ରହିଛି । ଯାହାର ଗଭୀରତା 150 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 38.12 ଏବଂ ଦ୍ରାଘିମା 76.82 ରହିଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କାହିଁକିନା ଗତ ମାସରେ ଜମ୍ମୁ କାଶ୍ମୀରରେ 5ଥର ଭୂକମ୍ପ ହୋଇଥିଲା ।

ଏହା ମଧ୍ଯ ପଢନ୍ତୁ-ପୁଣି ଥରିଲା ଜମ୍ମୁ-କାଶ୍ମୀର, ୨୪ ଘଣ୍ଟାରେ ୫ ଥର ଭୂମିକମ୍ପ

ଗତ 17 ତାରିଖରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ପଞ୍ଜାବ, ଚଣ୍ଡିଗଡ, ଜମ୍ମୁ କାଶ୍ମୀରରେ ଝଟକା ଅନୁଭୂତ ହୋଇଥିଲା । ଜୁନ 18 ତାରିଖରେ ଜମ୍ମୁ-କାଶ୍ମୀରରେ 5 ଥର ଭୂମିକମ୍ପ ହୋଇଥିଲା । ପ୍ରଥମେ ମଧ୍ୟରାତ୍ରି ପ୍ରାୟ 2ଟା 16 ମିନିଟ୍ ସମୟରେ ଜମ୍ମୁ-କାଶ୍ମୀରର ଲଦାଖରେ 4.1 ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯାହାର ଗଭୀରତା ଭୂପୃଷ୍ଠରୁ 10 କିମି ଦୂର ରହିଥିଲା । ଏହି ଭୂକମ୍ପକୁ କେଇ ମିନିଟ୍ ନପୁରୁଣୁ ପୁଣି କର୍ତାରରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ରେକର୍ଡ କରାଯାଇଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନଥିଲା।

ଏହା ମଧ୍ୟ ପଢନ୍ତୁ-Earthquake in Assam: ଆସାମରେ ଭୂକମ୍ପ ଝଟକା

ମେ 29 ତାରିଖରେ ଆସାମରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ରେକର୍ଡ କରାଯାଇଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଆସାମର ସୋନିତପୁରରେ ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା 15 କିଲୋମିଟର ରହିଥିଲା । ଅକ୍ଷାଂଶ 26.68 ଏବଂ ଦ୍ରାଘିମା 92.35 ରେକର୍ଡ କରାଯାଇଥିଲା । ଗତ ମାର୍ଚ୍ଚ 24 ତାରିଖରେ ମଣିପୁର ଏବଂ ଛତିଶଗଡରେ ଭୂକମ୍ପ ହୋଇଥିଲା । ଛତିଶଗଡ 3.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ 3.9 ତୀବ୍ରତାର ଭୂକମ୍ପ ସଂଗଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.