ETV Bharat / bharat

ଭୂକମ୍ପରେ ଥରିଲା ଲଦାଖ, ତୀବ୍ରତା 4.8 ରେକର୍ଡ

ଲେହ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.8 ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in ladakh
ଭୂକମ୍ପରେ ଥରିଲା ଲଦାଖ, ତୀବ୍ରତା 4.8 ରେକର୍ଡ
author img

By

Published : Sep 16, 2022, 9:12 AM IST

ଲଦାଖ: ଆଜି (ଶୁକ୍ରବାର) ଲେହ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି । ଭୋର ପ୍ରାୟ 4ଟା 19ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.8 ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖ ଆଲଚିର 189 କିମି ଉତ୍ତର (189 km N)ରେ ରହିଛି । ଯାହାର ଗଭୀରତା 10 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 35.89 ଏବଂ ଦ୍ରାଘିମା 77.57 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ଗତ ଜୁଲାଇ ମାସରେ ଲେହ-ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ପ୍ରାୟ 8ଟା 42ରେ ଭୂକମ୍ପ ହୋଇଥିବା ବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.1 ରହିଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲେହ-ଲଦାଖର 293 କିମି ପୂର୍ବ-ଉତ୍ତର -ପୂର୍ବ (293 km ENE)ରେ ରହିଥିଲା । ଯାହାର ଗଭୀରତା 35 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 35.18 ଏବଂ ଦ୍ରାଘିମା 80.53 ରହିଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା । ସେହପରି 2021 ନଭେମ୍ବରରେ ମଧ୍ୟ ପୂର୍ବ ଲେହ ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା (earthquake hits ladakh leh) । ରିକ୍ଟର ସ୍କେଲରେ ତୀବ୍ରତା ୩.୭ ଆକଳନ ହୋଇଥିଲା।

ଏହା ମଧ୍ୟ ପଢ଼ନ୍ତୁ: Sardar Sarovar Dam: ଫୁଲିଲା ସରଦାର ସରୋବର ଡ୍ୟାମ, ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ

ଗତ ଅକ୍ଟୋବରରେ ମଧ୍ୟ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 3.8 ଆକଳନ ହୋଇଥିଲା । ଅବଶ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । କିନ୍ତୁ ଏ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିଲେ । ଏପରିକି ଘର ଛାଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ । ଏହା ପୂର୍ବରୁ ଜୁନ ୨୮ରେ ମଧ୍ୟ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ 4.6 ତୀବ୍ରତାର ଏକ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଥିଲା । ଲେହରେ ପ୍ରାୟ 18 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଥିଲା । ଏନେଇ ଏକ ଟ୍ବିଟ ଯୋଗେ ସୂଚନା ଦେଇଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.