ETV Bharat / bharat

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା 3.5 ରେକର୍ଡ

author img

By

Published : Oct 26, 2022, 12:34 PM IST

ପୁଣି ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in himachal pradesh
ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା 3.5 ରେକର୍ଡ

ଶିମଲା: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ହିମାଚଳ ପ୍ରଦେଶର ଧର୍ମଶାଳା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି । ଆଜି ଭୋର 5ଟା 40 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭୂକମ୍ପର ଗଭୀରତା 5 କିଲୋମିଟର ରହିଛି । ସେହିପରି ଏହାର ଅକ୍ଷାଂଶ 32.99 ହୋଇଥିବାବେଳେ ଦ୍ରାଘିମା 76.28 ରହିଛି । ଏହା ଧର୍ମଶାଳାର ଉତ୍ତରରେ 85 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Himachal Election 2022: ୬୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ଏହା ପୂର୍ବରୁ ମଧ୍ୟ ହିମାଚଳ ପ୍ରଦେଶର ଧର୍ମଶାଳାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.0 ରହିଥିବା ସୂଚନା । ତେବେ ଏହାର ଝଟକା ଏତେ ଜୋରଦାର ନଥିଲା । ଏହା ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା ବେଳେ କେହି ମୃତାହତ ହେବା ନେଇ ସୂଚନା ନାହିଁ। ସେହିପରି ଲାହଲ ଓ ସ୍ପିଟିରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.3 ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.