ETV Bharat / bharat

ବଙ୍ଗୋପସାଗରରେ ଭୂକମ୍ପ ଝଟକା, ତୀବ୍ରତା 5.1 ରେକର୍ଡ

author img

By

Published : Dec 5, 2022, 9:40 AM IST

Updated : Dec 5, 2022, 11:46 AM IST

ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ରେକର୍ଡ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in bay of bengal
ବଙ୍ଗୋପସାଗରେ ଭୂକମ୍ପ ଝଟକା, ତୀବ୍ରତା 5.1 ରେକର୍ଡ

କୋଲକାତା: ବଙ୍ଗୋପସାଗରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ରେକର୍ଡ ହୋଇଛି । ଆଜି (ସୋମବାର) ସକାଳ 8.32 ସମୟରେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ( National Centre for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଭୂକମ୍ପର ଗଭୀରତା 10 କିଲୋମିଟର ରେକର୍ଡ ରହିଛି । ସେହିପରି ଅକ୍ଷାଂଶ 19.14 ଥିବାବେଳେ ଦ୍ରାଘିମା 89.79 ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ସୂଚନା ଥାଉକି, ଗତବର୍ଷ ଅଗଷ୍ଟ ମାସରେ ମଧ୍ୟରେ ମଧ୍ୟ ବଙ୍ଗୋପସାଗରରେ 5.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତାମିଲନାଡୁ ରାଜଧାନୀ ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବରୁ ୩୨୦ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିଲା । ବଙ୍ଗୋପସାଗରରେ ସୃଷ୍ଟି ଏହି ଭୂମିକମ୍ପ କାକିନାଡାର ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୯ କିଲୋମିଟର ଓ ରାଜମହେନ୍ଦ୍ରିର ୩୧୨ କିଲୋମିଟର ଦକ୍ଷଣ-ଦକ୍ଷିଣପୂର୍ବ ଅଞ୍ଚଳରେ ଭୂମିରୁ ୧୦ କିଲୋମିଟର ତଳେ ଅନୁଭୂତ ହୋଇଥିଲା । ଦକ୍ଷିଣ ଚେନ୍ନାଇରେ କିଛି ସମୟ ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ଭୟରେ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ବାହାରକୁ ବାହାରି ଆସିଥିଲେ । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

Last Updated : Dec 5, 2022, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.