ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ୪.୬ ତୀବ୍ରତା ରେକର୍ଡ - ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ କାମ୍ପବେଲ ବେ'ରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

earthquake hits campbell bay
earthquake hits campbell bay
author img

By

Published : Apr 10, 2023, 9:08 AM IST

ପୋର୍ଟ ବ୍ଲେୟାର: ବିଳମ୍ବିତ ରାତିରେ ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ କରାଯାଇଛି । ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୬ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ କାମ୍ପବେଲ ବେର ଦକ୍ଷିଣ ଦକ୍ଷିଣରୁ ୨୨୦ କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ସୂଚନା ରହିଛି । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି । ଏହାର ଗଭୀରତା ୩୨ କିଲୋମିଟର ଆକଳନ କରାଯାଇଛି । ଏହାର ଅକ୍ଷାଂଶ ୮.୯୮ ରହିଥିବାବେଳେ ଦ୍ରାଘିମା ୯୪.୦୭ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ଗେହଲଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ପାଇଲଟ ! ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବିରେ କରିବେ ଦିନିକିଆ ଅନଶନ

ସେହିପରି ଆଜି ସକାଳୁ ମିଜୋରାମରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ୪.୭ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଛି ମିଜୋରାମର ଚାମ୍ପାଇ । ଭୂକମ୍ପର କେନ୍ଦ୍ରସ୍ଥଳ ଚାମ୍ପାଇର ପୂର୍ବ ଦକ୍ଷିଣ ପୂର୍ବର ୧୫୧ କିଲୋମିଟର ଦୂରରେ ରହିଥିଲା । ଏହାସହ ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୨୩.୧୬ ଏବଂ ଦ୍ରାଘିମା ୯୪.୭୮ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ ଝଟକା, ତୀବ୍ରତା ୭.୨ ରେକର୍ଡ

ଏହା ମଧ୍ୟ ପଢନ୍ତୁ: Howrah Violation: ଘଟଣାସ୍ଥଳକୁ ଯାଉଥିବା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ରାସ୍ତାରେ ଅଟକାଇଲା ପୋଲିସ

ପ୍ରକାଶଥାଉକି, ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୩ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ କାମ୍ପବେଲ ବେରେ ବଡ ଧରଣର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଥିଲା । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ କାମ୍ପବେଲ ବେରଦକ୍ଷିଣ ଦକ୍ଷିଣପୂର୍ବରୁ ୪୩୧ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.