ପୋର୍ଟ ବ୍ଲେୟାର: ଭୂମିକମ୍ପରେ ଥରିଛି ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ । ରବିବାର ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁରର 55 କିଲୋମିଟର ଦକ୍ଷିଣ ପଶ୍ଚିମରେ ହୋଇଛି ଏହି ଭୂମିକମ୍ପ । ତେବେ ଭୂମିକମ୍ପର ତୀବ୍ରତା 4.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୂମିକମ୍ପ ଯୋଗୁଁ ଲୋକେ ଘର ବାହାରକୁ ଚାଲିଆସିଥିଲେ । ତେବେ ଏହା ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହା ପୂର୍ବରୁ ଅକ୍ଟୋବର 19ରେ ଏଠାରେ 5.1 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।