ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ 4.9 ତୀବ୍ରତାର ଭୂକମ୍ପ ଝଟକା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

author img

By

Published : Apr 10, 2022, 8:55 AM IST

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ
ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

ଆଣ୍ଡାମାନ: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.9 ରେକର୍ଡ କରାଯାଇଛି । ଆଜି ସକାଳ ୭ଟା ୨ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ ୭.୫୦ ରହିଥିବାବେଳେ ଦ୍ରାଘିମା ୯୪.୩୧ର ରହିଛି । ଏହା ଦ୍ବୀପପୁଞ୍ଜର ଉତ୍ତରପୂର୍ବ କ୍ୟାମ୍ପବେଲ ବେ ଠାରୁ ୭୦ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.