ETV Bharat / bharat

EARTH HOUR DAY 2022: ବିଶ୍ବ ବାଣ୍ଟୁଛି ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣର ବାର୍ତ୍ତା - ଆର୍ଥ ଡେ ନେଇ ନବୀନଙ୍କ ଶୁଭେଚ୍ଛା

ଆଜି ସାରା ବିଶ୍ବବାସୀ ପାଳନ କରୁଛି ‘ଆର୍ଥ ଆଓ୍ବାର ଡେ’ । ସଂନ୍ଧ୍ୟାରେ ଏକ ଘଣ୍ଟା ନିଜ ଘର ଓ କାର୍ଯ୍ୟାଳୟର ସମସ୍ତ ବୈଦୁତିକ ସରଞ୍ଜାମ ବନ୍ଦ ରଖି ଶକ୍ତି ଅପଚୟ ରୋକିବା ଓ ସଂରକ୍ଷଣର ବାର୍ତ୍ତା ବାଣ୍ଟିବେ ବିଶ୍ବବାସୀ । ଅଭିଯାନରେ ସାମିଲ ହେବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଅଧିକ ପଢନ୍ତୁ

EARTH HOUR DAY 2022: ବିଶ୍ବ ବାଣ୍ଟୁଛି ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣର ବାର୍ତ୍ତା
EARTHEARTH HOUR DAY 2022: ବିଶ୍ବ ବାଣ୍ଟୁଛି ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣର ବାର୍ତ୍ତା HOUR DAY 2022EARTH HOUR DAY 2022
author img

By

Published : Mar 26, 2022, 8:20 PM IST

ନୂଆଦିଲ୍ଲୀ: ଆଜି ବିଶ୍ବବାସୀ ପାଳନ କରୁଛନ୍ତି ଆର୍ଥ ଆଓ୍ବାର ଦିବସ । ସାମ୍ପ୍ରତିକ ବିଶ୍ବରେ ପ୍ରମୁଖ ସମସ୍ୟା ସାଜିଥିବା ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ପାଇଁ ଏହି ଦିବସକୁ ପ୍ରତିକାତ୍ମକ ଭାବେ ପାଳନ କରିଆସୁଛନ୍ତି ବିଶ୍ବବାସୀ । ଶକ୍ତି ଅପଚୟ ରୋକିବା ଓ ସଂରକ୍ଷଣ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରାତିରେ ଏକ ଘଣ୍ଟା ନିଜ ଅଫିସ ଓ ଘରର ଲାଇଟ ସମେତ ସମସ୍ତ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖି ଏହାକୁ ପାଳନ କରିଥାନ୍ତି ବିଶ୍ବବାସୀ ।

EARTH HOUR DAY 2022: ବିଶ୍ବ ବାଣ୍ଟୁଛି ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣର ବାର୍ତ୍ତା
EARTH HOUR DAY 2022: ବିଶ୍ବ ବାଣ୍ଟୁଛି ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣର ବାର୍ତ୍ତା

କ’ଣ ଏହି ଆର୍ଥ ଆଓ୍ବାର ଡେ, କେବେ ଠୁ ଏହାର ଆରମ୍ଭ : -

୨୦୦୭ ମସିହାରେ ପ୍ରଥମ ଥର ପାଇଁ ଏପରି ଏକ ବାର୍ତ୍ତାକୁ ନେଇ ଏହା ଅଷ୍ଟ୍ରେଲିଆ ରାଜଧାନୀ ସିଡିନୀରେ ପାଳନ କରାଯାଇଥିଲା । ପରେ ଏହା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା । ଏହା ଏକ ବୈଶ୍ବିକ ଆନ୍ଦୋଳନେରେ ପରିଣତ ହୋଇସାରିଥିବାବେଳେ ଏବେ ପ୍ରାୟ ୧୮୦ ଦେଶବାସୀ ଏହାକୁ ପାଳନ କରୁଛନ୍ତି । ସେବେଠାରୁ ମାର୍ଚ୍ଚ ୨୬ରେ ଏହାକୁ ବିଶ୍ବବ୍ୟାପୀ ପାଳନ କରାଯାଇ ଆସୁଛି । ଏହି ଦିବସରେ ପ୍ରତ୍ୟେକ ଦେଶର ସ୍ଥାନୀୟ ସମୟ ଅନୁସାରେ ରାତି ୮.୩୦ ରୁ ୯.୩୦ ଏକ ଘଣ୍ଟା ପର୍ଯ୍ୟନ୍ତ ଲାଇଟ ଓ ଅନ୍ୟ ସମସ୍ତ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖିଥାନ୍ତି ବିଶ୍ବବାସୀ ।

  • Joining #EarthHour, I will switch off all electrical equipment at Naveen Niwas from 8.30 pm to 9.30 pm today. Appeal all to join the global movement to nurture nature and keep our shared planet healthy for future generation. Let’s do our bit to save our Earth, our only home. pic.twitter.com/GaDDsNaX9X

    — Naveen Patnaik (@Naveen_Odisha) March 26, 2022 " class="align-text-top noRightClick twitterSection" data=" ">

ଚଳିତ ବର୍ଷର ଥିମ:-

ଚଳିତବର୍ଷ (୨୦୨୨) ଅନୁଚିନ୍ତା ବା ଥିମ ରଖାଯାଇଛି ‘ ଆମ ଭବିଷ୍ୟତର ଆକୃତି’ (ShapeOurFuture) । ବର୍ତ୍ତମାନ ବିଶ୍ବରେ ଦେଖାଯାଇଥିବା ପ୍ରମୁଖ ପ୍ରସଙ୍ଗରେ ବିଶ୍ବବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଭବିଷ୍ୟତ ତଥା ପରପିଢି ପାଇଁ ବିଶ୍ବକୁ ସୁରକ୍ଷିତ ରଖିବା । ଶକ୍ତି ଅପଚୟ ରୋକିବା, ଏହାର ସଂରକ୍ଷଣ ଓ ଜଳବାୟୁ ପରବର୍ତ୍ତନ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ବିଶ୍ବାବାସୀଙ୍କୁ ସଚେତନତା ସୃଷ୍ଟି କରାଯିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ।

ଅଭିଯାନରେ ସାମିଲ ହେବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ:-

ଆଜି ଅବସରରେ ଶକ୍ତି ସଞ୍ଚୟର ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଊର୍ଜା ସଂରକ୍ଷଣ ଦ୍ଵାରା ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ଆଜି 'ଆର୍ଥ ଆୱାର' ପାଳନ କରାଯାଉଛି। ଏହି ଅଭିଯାନରେ ସାମିଲ ହୋଇ ଆଜି ରାତି ୮.୩୦ ରୁ ୯.୩୦ ପର୍ଯ୍ୟନ୍ତ ସମସ୍ତ ଅନାବଶ୍ୟକ ଲାଇଟକୁ ସ୍ଵିଚ୍ ଅଫ୍ ରଖିବାକୁ ରାଜ୍ୟପାଳ ଟ୍ବିଟ ମାଧ୍ୟମରେ ଆହ୍ବାନ କରିଥିବା ଦେଖିବାକୁ ମିଳିଛି ।

  • ଊର୍ଜା ସଂରକ୍ଷଣ ଦ୍ଵାରା ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ଆଜି 'ଆର୍ଥ ଆୱାର' ପାଳନ କରାଯାଉଛି। ଏହି ଅଭିଯାନରେ ସାମିଲ ହୋଇ ଆଜି ରାତ୍ରି ୮.୩୦ ରୁ ୯.୩୦ ପର୍ଯ୍ୟନ୍ତ ସମସ୍ତ ଅନାବଶ୍ୟକ ଲାଇଟକୁ ସ୍ଵିଚ୍ ଅଫ୍ ରଖିବାକୁ ମାନ୍ୟବର ରାଜ୍ୟପାଳ ଆହ୍ବାନ କରିଛନ୍ତି।
    Celebrate #EarthHour2022! pic.twitter.com/sbKB5MJO6P

    — Governor Odisha (@GovernorOdisha) March 26, 2022 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୈଶ୍ବିକ ଅଭିଯାନରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ୮.୩୦ ରୁ ୯.୩୦ ଯାଏଁ ସମସ୍ତ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖାଯିବା ନେଇ ନବୀନ ସୂଚନା ଦେଇଛନ୍ତି । ଆଗାମୀ ପିଢି ପାଇଁ ବିଶ୍ବକୁ ସୁରକ୍ଷିତ ତଥା ସମୃଦ୍ଧଶାଳୀ ରଖିବା ପାଇଁ ଉଦ୍ଦିଷ୍ଟ ଏହି ଅଭିଯାନରେ ସମସ୍ତେ ନିଜ ନିଜ ଭୂମିକା ପାଳନ କରନ୍ତୁ ବୋଲି ନବୀନ ଆହ୍ବାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.