ETV Bharat / bharat

Dwarka Expressway: ‘ଦ୍ବାରକା ଏକ୍ସପ୍ରେସୱେକୁ ଥରେ ଦେଖିଲେ ଶହେ ବର୍ଷ ମନେ ରଖିବେ’

author img

By

Published : Aug 21, 2023, 6:18 PM IST

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନିଜ ଏକ୍ସ(ଟ୍ବିଟରରେ) କହିଛନ୍ତି, ‘‘ଇଞ୍ଜିନିୟରିଂର ଚମତ୍କାରିତା, ଦ୍ବାରକା ଏକ୍ସପ୍ରେସ ୱେ , ଭବିଷ୍ୟତର ଏକ ଆଧୁନିକ ଯାତ୍ରା ।’’ ଗଡକରୀ ଜାରି କରଥିବା ଭିଡିଓରେ ଦ୍ବାରକା ଏକ୍ସପ୍ରେସୱେର ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେବା ସହ ଏକ୍ସପ୍ରେସୱେର ଅତ୍ୟାଧୁନିକ ସେବା ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

‘ଦ୍ବାରକା ଏକ୍ସପ୍ରେସୱେକୁ ଥରେ ଦେଖିଲେ ଶହେ ବର୍ଷ ମନେ ରଖିବେ’

ନୂଆଦିଲ୍ଲୀ: ଦ୍ବାରକା ଏକ୍ସପ୍ରେସୱେକୁ ଯିଏ ଥରେ ଦେଖିବେ, ଶହେ ବର୍ଷ ପର୍ଯ୍ୟନ୍ତ ଭୁଲିପାରିବେ ନାହିଁ। ଦେଶର ପ୍ରଥମ 8 ଲେନ ବିଶିଷ୍ଟ ଏକ୍ସପ୍ରେସୱେ ହେଉଛି ଇଞ୍ଜିନିୟରିଂର ଚମତ୍କାରିତା । ପ୍ରତ୍ୟେକ ବ୍ୟକ୍ତି ଏହି ଏକ୍ସପ୍ରେସୱେକୁ ଥରେ ଦେଖିବା ଜରୁରୀ । ଖୁବ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଥିବା ନୂଆଦିଲ୍ଲୀ- ହରିୟାଣା ମଧ୍ୟରେ ନିର୍ମାଣ ହୋଇଥିବା ଦ୍ବାରକା ଏକ୍ସପ୍ରେସୱେକୁ ନେଇ ଏଭଳି ଦାବି କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

ଗତକାଲି (ରବିବାର) ଏକ୍ସ(ପୂର୍ବରୁ ଟ୍ବିଟର) ରେ ଏକ ଭିଡିଓ ଜାରି କରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ‘‘ଦ୍ବାରକା ଏକ୍ସପ୍ରେସୱେକୁ ଯିଏ ଥରେ ଦେଖିବ, ଶହେ ବର୍ଷ ପର୍ଯ୍ୟନ୍ତ ଭୁଲିପାରିବ ନାହିଁ। ଦେଶର ପ୍ରଥମ 8 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସୱେ ହେଉଛି ଇଞ୍ଜିନିୟରିଂର ଚମତ୍କାରିତା । ପ୍ରତ୍ୟେକ ବ୍ୟକ୍ତି ଏହି ଏକ୍ସପ୍ରେସୱେକୁ ଥରେ ଦେଖିବା ଜରୁରୀ ।’’ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଦ୍ବାରକା ଏକ୍ସପ୍ରେସୱେର ନିର୍ମାଣ ଶେଷ ହୋଇଛି । ଆଉ କିଛି କାମ ଶେଷ ହେବା ପରେ ଏହାକୁ ଆଗାମୀ 4 ମାସ ମଧ୍ୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଦିଆଯିବ ।

ଏହାବି ପଢନ୍ତୁ- କାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଉଦଘାଟନ କରିବେ ମୋଦି

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନିଜ ଏକ୍ସ(ଟ୍ବିଟରରେ) କହିଛନ୍ତି, ‘‘ଇଞ୍ଜିନିୟରିଂର ଚମତ୍କାରିତା, ଦ୍ବାରକା ଏକ୍ସପ୍ରେସ ୱେ , ଭବିଷ୍ୟତର ଏକ ଆଧୁନିକ ଯାତ୍ରା ।’’ ଗଡକରୀ ଜାରି କରଥିବା ଭିଡିଓରେ ଦ୍ବାରକା ଏକ୍ସପ୍ରେସୱେର ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେବା ସହ ଏକ୍ସପ୍ରେସୱେର ଅତ୍ୟାଧୁନିକ ସେବା ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେଇଛନ୍ତି । ଦ୍ବାରକା ଏକ୍ସପ୍ରେସୱେ NH-48 ଶିବମୂର୍ତ୍ତୀ ଠାରୁ ଆରମ୍ଭ ହୋଇ ହରିୟାଣରେ ଗୁରୁଗ୍ରାମ ନିକଟସ୍ଥ ଖେଡକୀ ଦୋଲା ଟୋଲ ପ୍ଲାଜା ଠାରେ ଶେଷ ହୋଇଛି । ଏହି ଏକ୍ସପ୍ରେସୱେ 4 ସ୍ତରୀୟ ରୋଡ ନେଟୱାର୍କ ରହିଛି । ଯେଉଁଥିରେ ଫ୍ଲାଏ ଓଭର, ସୁଡଙ୍ଗ, ଅଣ୍ଡର ପାସ, ଗ୍ରେଡ ରୋଡ ରହିଛି ।

ଦ୍ବାରକା ଏକ୍ସପ୍ରେସୱେରେ ଯେଉଁ ସବୁ ବ୍ୟବସ୍ଥା ରହିଛି ତାହା ଦେଶର ଅନ୍ୟ ଏକ୍ସପ୍ରେସ ୱେରେ ନାହିଁ। ଦେଶର ସବୁଠାରୁ ଲମ୍ବା ଚ୍ଚଉଡା ସୁଡଙ୍ଗ 3.6 କିମି ଏହି ଏକ୍ସପ୍ରେସୱେର ରହିଛି । ଏହି ସୁଡଙ୍ଗ ମାଧ୍ୟମରେ ହରିୟାଣା ଓ ପଶ୍ଚିମ ଦିଲ୍ଲୀ ମଧ୍ୟରେ ଥିବା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସହିତ ଯାତାୟାତରେ ସୁବିଧା ହେବ । ଦ୍ବାରକା ଏକ୍ସପ୍ରେସୱେର ନିର୍ମାଣ ପାଇଁ 2 ଲକ୍ଷ ମେଟ୍ରିକ ଟନ ଷ୍ଟିଲ ବ୍ୟବୃହତ ହୋଇଛି । ଏହା ପ୍ୟାରିସର ଏଫିଲ ଟାୱାର ରେ ବ୍ୟବହୃତ ହୋଇଥିବା ଷ୍ଟିଲର 30 ଗୁନା ଅଧିକ । ଏହାବାଦ ଏକ୍ସପ୍ରେସ ୱେ ପାଇଁ 20 ଲକ୍ଷ କ୍ୟୁବିକ ମିଟର କଂକ୍ରିଟର ବ୍ୟବହାର ହୋଇଛି । ଯାହା ବୁର୍ଜ ଖଲିଫା ନିର୍ମାଣରେ ବ୍ୟବହାର ହୋଇଥିବା କଂକ୍ରିଟ ଠାରୁ 6 ଗୁଣା ଅଧିକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଏକ୍ସପ୍ରେସୱେ ନିର୍ମାଣ ପାଇଁ 1200 ଗଛ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । । ଯାହା କୌଣସି ନିର୍ମାଣ କାର୍ଯ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ଏହି ଏକ୍ସପ୍ରେସୱେ ଉଦଘାଟନ ହେଲେ ଦିଲ୍ଲୀ ହରିୟାଣା ମଧ୍ୟରେ ଯାତାୟାତାରେ ବଡଧରଣର ପରିବର୍ତ୍ତନ ଆସିବ । ଦ୍ବାରକାରୁ ମାନେଶ୍ବର ଯିବା ପାଇଁ 15 ମିନିଟ, ମାନେଶ୍ବରରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ 20 ମିନିଟ, ଦ୍ବାରକାରୁ ସିଙ୍ଘୁ ବୋର୍ଡର 25 ମିନିଟ ଓ ମାନେଶ୍ବରରୁ ସିଙ୍ଘୁ ବୋର୍ଡରକୁ 45 ମିନିଟ ସମୟ ଲାଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.