ETV Bharat / bharat

କୋରୋନା ଭାଇରସ୍‌ ସମୟରେ ଏବଂ ପରେ ନବୀନତମ ପ୍ରଯୁକ୍ତିବିଦ୍ୟାର ଉପଯୋଗ

author img

By

Published : May 11, 2021, 10:46 PM IST

ଭାରତରେ ପ୍ରତି ବର୍ଷ ମେ 11 ତାରିଖକୁ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” ରୂପେ ପାଳନ କରାଯାଏ । 1998 ମସିହା ମେ 11 ତାରିଖରେ ସଂଘଟିତ ‘ପୋଖରାନ ପରମାଣୁ ପରୀକ୍ଷଣ’ର ବାର୍ଷିକୀ ଉପଲକ୍ଷେ ଏହି ଦିବସ ପାଳିତ ହୋଇଆସୁଛି । ଅଧିକ ପଢନ୍ତୁ ...

କୋରୋନା ଭାଇରସ୍‌ ସମୟରେ ଏବଂ ପରେ ନବୀନତମ ପ୍ରଯୁକ୍ତିବିଦ୍ୟାର ଉପଯୋଗ
କୋରୋନା ଭାଇରସ୍‌ ସମୟରେ ଏବଂ ପରେ ନବୀନତମ ପ୍ରଯୁକ୍ତିବିଦ୍ୟାର ଉପଯୋଗ

ପୂର୍ବାବଲୋକନ

ଭାରତରେ ପ୍ରତି ବର୍ଷ ମେ 11 ତାରିଖକୁ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” ରୂପେ ପାଳନ କରାଯାଏ । 1998 ମସିହା ମେ 11 ତାରିଖରେ ସଂଘଟିତ ‘ପୋଖରାନ ପରମାଣୁ ପରୀକ୍ଷଣ’ର ବାର୍ଷିକୀ ଉପଲକ୍ଷେ ଏହି ଦିବସ ପାଳିତ ହୋଇଆସୁଛି । ସାଧାରଣତଃ ଆମର ନିତିଦିନିଆ ଜୀବନରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା ଉପରେ ଏହି ଦିବସ ଆଲୋକପାତ କରିଥାଏ । ସଂପ୍ରତି କୋରୋନା ଭୂତାଣୁ ପ୍ରସଙ୍ଗ ଏବଂ ବର୍ତ୍ତମାନ ଦେଖାଦେଇଥିବା କୋରୋନାର ବିଭିନ୍ନ ମ୍ୟୁଟେସନ୍‌ ବା ରୂପ ଏବଂ ଆଗକୁ ଏହାର ତୃତୀୟ ଓ ଚତୁର୍ଥ ଲହର ଦେଖାଦେବାର ଆଶଙ୍କା ସଂପର୍କିତ ଖବର ମିଳୁଥିବା ସମୟରେ କୋରୋନା ଭୂତାଣୁର ମୁକାବିଲା ନିମନ୍ତେ ଦୈନନ୍ଦିନ ଜୀବନରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ବ ଏତେ ବେଶୀ ବଢ଼ି ଯାଇଛି ଯେ, ମାନବ ସଭ୍ୟତାର ସାମଗ୍ରିକ ଇତିହାସରେ ଏପରି ଆଦୌ ଦେଖାଯାଇ ନଥିଲା । ଏଭଳି ଏକ ସଂକଟପୂର୍ଣ୍ଣ ସ୍ଥିତିରେ ଦୈନନ୍ଦିନ ଜୀବନରେ ପ୍ରଯୁକ୍ତି ବିଦ୍ୟା ଉପଯୋଗର ସମୀକ୍ଷା କରିବା ଲାଗି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ହିଁ ପ୍ରକୃଷ୍ଟ ଅବସର । ସତକଥା ହେଉଛି ଯେ, ପ୍ରଯୁକ୍ତି ବିଦ୍ୟା ଯୋଗୁଁ ହିଁ ଆମେ ଏହି ବିଶ୍ବ ମହାମାରୀ କବଳରୁ ବର୍ତ୍ତି ରହିବାରେ ସମର୍ଥ ହୋଇଛୁ ଏବଂ ଆମର କର୍ମଶୈଳୀ ଓ ଜୀବନଧାରା ନୂତନ ରୂପରେ ପରିପ୍ରକାଶିତ ହୋଇଛି ।

ପ୍ରତି ବର୍ଷ, ପ୍ରଯୁକ୍ତିବିଦ୍ୟା ଜନିତ ନୂତନ ଉଦ୍‌ଭାବନ ସମୂହ ଦିନକୁ ଦିନ ଅଧିକରୁ ଅଧିକ ବେଗବାନ ହୋଇ ଆତ୍ମପ୍ରକାଶ କରୁଥିବା ଭଳି ମନେ ହେଉଛି । ତେବେ, କୋଭିଡ୍‌-19 ବିଶ୍ବ ମହାମାରୀ ଯୋଗୁଁ ପ୍ରଯୁକ୍ତି ବିଦ୍ୟା ଲବ୍‌ଧ ଉଦ୍‌ଭାବନ ଓ ସଂଯୋଜନ ସମୂହର ପରିପ୍ରକାଶନ ପୂର୍ବାପେକ୍ଷା ବେଶ୍‌ ଅଧିକ ବେଗରେ ଗତିଶୀଳ ହୋଇଛି । ସାଂପ୍ରତିକ ଲକ୍‌ଡାଉନ୍‌ ସମୟରେ ଏବଂ କୋରୋନା ଭୂତାଣୁ ସଂକ୍ରମଣର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବା ସହିତ ଆମ ସମାଜକୁ କାର୍ଯ୍ୟକ୍ଷମ କରି ରଖିବାରେ ସହାୟକ ହୋଇଛି । ଆମର କାର୍ଯ୍ୟଧାରା ଓ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ନୂତନ ଉଦ୍‌ଭାବନ ନିମନ୍ତେ କୋଭିଡ୍‌-19 ମାନବ ସମାଜକୁ ବାଧ୍ୟ କରିଛି । ହାତରେ ନ ଛୁଇଁ କବାଟ ଖୋଲିବା ଉପାୟରୁ ଆରମ୍ଭ କରି ନୂତନ ଧରଣର ଅକ୍‌ସିଜେନ୍‌ ଭେଣ୍ଟିଲେଟର ପର୍ଯ୍ୟନ୍ତ, କୋଭିଡ୍‌-19 ବିଶ୍ବ ମହାମାରୀ କାରଣରୁ ହିଁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନୂଆ ନୂଆ ଜରୁରୀ ଉଦ୍‌ଭାବନ ସମ୍ଭବ ହୋଇଛି । କୋରୋନା ଭୂତାଣୁ କବଳରୁ ସୁରକ୍ଷା ନିମନ୍ତେ ଡିଜିଟାଲ ପେମେଣ୍ଟ, ଟେଲି-ମେଡିସିନ୍‌, ଅନ୍‌ଲାଇନ୍‌ ଶିକ୍ଷାଦାନ, ଭର୍ଚୁଆଲ ମିଟିଂ, କଣ୍ଟାକ୍‌ଟଲେସ୍‌ ଡେଲିଭରି. ରୋବୋଟ ଓ ଡ୍ରୋନ୍‌ ପ୍ରଭୃତିର ଉପଯୋଗ ଭଳି ନୂତନ ପ୍ରଯୁକ୍ତି ବିଦ୍ୟା ଜନିତ ପ୍ରୟୋଗ ସମୂହକୁ ଏହା ତ୍ବରାନ୍ବିତ କରିଛି ।

କୋରୋନା ବିରୋଧରେ ଲଢ଼େଇ କ୍ଷେତ୍ରରେ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଉପଯୋଗ ନିମନ୍ତେ ଆବଶ୍ୟକତା ଏବଂ ସୁଯୋଗ ପ୍ରଦାନ କରିଛି କୋଭିଡ୍‌-19 ବିଶ୍ବ ମହାମାରୀ । କୋରୋନାଭାଇରସ୍‌ ଠାବ, ସଂକ୍ରମଣ ଧାରାର ସମୀକ୍ଷା, ରୋଗ ଚିହ୍ନଟ, ସ୍କ୍ରିନିଂ, ସର୍ଭେଇଲାନ୍‌ସ, ମ୍ୟାପିଂ ଏବଂ ଭୂତାଣୁ ସଂକ୍ରମଣର ଗତି ସଂପର୍କରେ ଜାଣିବା ସହିତ ଏ ସଂପର୍କରେ ସଚେତନତା ସୃଷ୍ଟି ଦିଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (AI), ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ବିଗ୍‌ ଡାଟା, ବ୍ଲକ୍‌ଚେନ୍‌, 5ଜି, ରୋବୋଟିକ୍‌ସ, ଡ୍ରୋନ୍‌, ଜିନ୍‌ ଏଡିଟିଂ ଭଳି ପ୍ରଯୁକ୍ତି ବିଦ୍ୟା ବେଶ୍‌ ସହାୟକ ପ୍ରମାଣିତ ହୋଇଛି । ଏହା ସହିତ ଏହି ଭୂତାଣୁର ପ୍ରଭାବ ଉପରେ ନଜର ରଖିବା, ଏହାର ଗତି ପରଖିବା, ପ୍ରତିରୋଧ, ନିୟନ୍ତ୍ରଣ, ଚିକିତ୍ସା, ସମ୍ବଳ ଆବଣ୍ଟନ, ପ୍ରତିଷେଧକ ଟିକା ପ୍ରସ୍ତୁତି, ଭୂତାଣୁ ପ୍ରାଦୁର୍ଭାବ ସଂପର୍କରେ ପୂର୍ବ ସୂଚନା ପ୍ରଦାନ ଏବଂ ଏଥିରେ ଆକ୍ରାନ୍ତ ହେବା କ୍ଷେତ୍ରରେ ସାରା ବିଶ୍ବର ସମ୍ବେଦନଶୀଳତା ସଂପର୍କରେ ଜାଣିବା ଲାଗି ଜରୁରୀକାଳୀନ ଭିତ୍ତିରେ ନୂତନ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ।

ପ୍ରଚଳିତ ପ୍ରଯୁକ୍ତିବିଦ୍ୟା

ଟେଲିମେଡିସିନ୍‌- ଏହା ରୋଗୀଙ୍କର ସ୍ବାସ୍ଥ୍ୟସେବା କର୍ମୀ ଏବଂ ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସିବା ସମ୍ଭାବନାକୁ କମ୍‌ କରେ । ପରିଧାନଯୋଗ୍ୟ ଯାନ୍ତ୍ରିକ ଉପକରଣ ବଳରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂପର୍କରେ ବାସ୍ତବ ସମୟର ତଥ୍ୟ ଜାଣିହୁଏ ।

ଥର୍ମାଲ ସ୍କ୍ରିନିଂ

ଥର୍ମାଲ ସ୍କ୍ରିନିଂ ହେଉଛି ବିକିରଣ ଠାବ କରିବା ନିମନ୍ତେ ଏକ ପ୍ରକ୍ରିୟା । ତାପମାନ ବୃଦ୍ଧି ହେଲେ କୌଣସି ବସ୍ତୁରୁ ନିର୍ଗତ ବିକିରଣର ପରିମାଣ ବୃଦ୍ଧି ପାଇଥାଏ । ସୁତରାଂ, ଥର୍ମୋଗ୍ରାଫି ବଳରେ ତାପମାନର ହ୍ରାସବୃଦ୍ଧି ଜାଣିବାର ଅବସର ମିଳିଥାଏ । ଯଦି କାହାକୁ ଜ୍ବର ହୋଇଥାଏ ତେବେ ଥର୍ମାଲ ସ୍କ୍ରିନିଂରୁ ତାହା ଜଣାପଡ଼େ ଏବଂ ସଂପୃକ୍ତ ବ୍ୟକ୍ତିଙ୍କୁ କୋରୋନାଭାଇରସ୍‌ ସଂକ୍ରମଣ ପରୀକ୍ଷଣ ପାଇଁ ନିଆଯାଇଥାଏ ।

ଫେସିଆଲ ରେକଗନିସନ୍‌ ଉଇଥ୍‌ ମାସ୍କ୍‌ସ

ମୁହଁ ଚିହ୍ନଟ ବା ଫେସିଆଲ ରେକଗନିସନ୍‌ କ୍ଷେତ୍ରରେ ଡିପ୍‌ ଲର୍ଣ୍ଣିଂ ସିଷ୍ଟମ କାର୍ଯ୍ୟ କରିଥାଏ ଏବଂ ଏହି ପ୍ରଯୁକ୍ତି ବିଦ୍ୟା ଏତେଦୂର ବିକଶିତ ଯେ ମୁହଁରେ ମାସ୍କ ପିନ୍ଧିଥିବା ଲୋକଙ୍କୁ ସଠିକ୍‌ ଭାବେ ଚିହ୍ନଟ କରିବାରେ ଏହା 95% ସଫଳ ହେଉଛି । ସମାଜର ସୁରକ୍ଷା ସହିତ ବିଭିନ୍ନ ଦେଶକୁ ଆତଙ୍କବାଦ କବଳରୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଏହି ପ୍ରଯୁକ୍ତିବିଦ୍ୟା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଏବଂ ନିହାତି ଆବଶ୍ୟକ ।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (AI)

ଆର୍ଟିଫିସିଆଲ ଇଣ୍ଚେଲିଜେନ୍‌ସ ବା ଯାନ୍ତ୍ରିକ ବୁଦ୍ଧିମତ୍ତା ସହିତ ତଥ୍ୟ ପ୍ରକ୍ରିୟାକରଣ ଏବଂ ସିଦ୍ଧାନ୍ତ ଗଠନ କ୍ଷମତା ରହିଥିଲେ ଏହା ଭୂତାଣୁ ଚିହ୍ନଟ ପ୍ରକ୍ରିୟାକୁ ନିର୍ଭୁଲ କରିବା ସହିତ ଏହାର ବେଗ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିପାରେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଦ୍ବାରା ହାସଲ ବିଶ୍ଲେଷଣ ବଳରେ ରୋଗୀଙ୍କୁ ଯଥେଷ୍ଟ ପୂର୍ବରୁ ଚିକିତ୍ସା ଯୋଗାଇ ଦିଆଯାଇପାରେ ଏବଂ ନିର୍ଦ୍ଦିଷ୍ଟ ରୋଗୀଙ୍କ କ୍ଷେତ୍ରରେ ସଠିକ ଚିକିତ୍ସା ପ୍ରଣାଳୀର ପ୍ରୟୋଗ କରାଯାଇପାରେ । ରାସାୟନିକ ଏବଂ ଜୈବିକ ପ୍ରକ୍ରିୟାର ସନ୍ଧାନ ସହିତ ମେସିନ୍‌ ଲର୍ଣ୍ଣିଂ ଆଲଗରିଦ୍‌ମ ଦ୍ବାରା ରୋଗର ଔଷଧ ପ୍ରସ୍ତୁତି ଏବଂ ପ୍ରଚଳିତ ଔଷଧର ବିକାଶ କରାଯାଇପାରେ । ଏହା ବଳରେ ବଜାରରେ ନୂଆ ନୂଆ ପ୍ରତିଷେଧକ ଟିକା ତୁରନ୍ତ ଉପଲବ୍‌ଧ କରାଯାଇପାରେ ।

ବିଶ୍ବ ମହାମାରୀ ସମୟରେ ସ୍ପେସ୍‌ ସର୍ଭିସେସ୍‌

ବିଶ୍ବ ମହାମାରୀ ସମୟରେ ପ୍ରଚଳିତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂ-ସ୍ଥାନିକ ବା ‘ଜିଓସ୍ପେସିଆଲ’ ସେବା ହେଉଛି ଲୋକେସନ୍‌ ବା ସ୍ଥାନ ଭିତ୍ତିକ ସେବା । ଏହା ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍‌ ସିଷ୍ଟମ୍‌ (GNSS) ଉପରେ ନିର୍ଭରଶୀଳ । ଲକ୍‌ଡାଉନ୍‌ ଜାରି ହେଉଥିବା ସମୟରେ ବିଭିନ୍ନ ସାମଗ୍ରୀର ହୋମ୍‌ ଡେଲିଭରୀ, ଚିକିତ୍ସା ସେବା ଭଳି ବିଭିନ୍ନ ଅତ୍ୟାବଶ୍ୟକ ସେବାକୁ ସଠିକ ସ୍ଥାନରେ ପହଞ୍ଚାଇବା ଏବଂ କୋଭିଡ୍‌ ସଂକ୍ରମଣ ଠାବ କରିବା ଲାଗି ଅବସ୍ଥିତି ବା ଲୋକେସନ୍‌ ଚିହ୍ନଟ କରିବା ଆବଶ୍ୟକ ହୋଇପଡ଼ିଛି ।

କ୍ବାଣ୍ଟମ୍‌ କମ୍ପ୍ୟୁଟିଂ

ଏହି ନୂତନ ପ୍ରକାର କମ୍ପ୍ୟୁଟରର ଏକ ଗୁରୁତ୍ବପୂର୍ଣ୍ଣ ପ୍ରୟୋଗ ଧାରା ହେଉଛି ବିଭିନ୍ନ ଜଟିଳ ରାସାୟନିକ ପ୍ରତିକ୍ରିୟାର ଅନୁକରଣ, ଯାହାକି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ନୂଆ ନୂଆ ମାର୍ଗ ଉନ୍ମୁକ୍ତ କରିବାର ଏକ ଶକ୍ତିଶାଳୀ ଉପକରଣ । ହୁଏତ ଖୁବ୍‌ ଶୀଘ୍ର କ୍ବାଣ୍ଟମ୍‌ କମ୍ପ୍ୟୁଟର ଏହି ଧାରାରେ ପରିବର୍ତ୍ତନ ଆଣିପାରିବ । ଏହା ଫଳରେ ଉତ୍ପାଦ ପ୍ରସ୍ତୁତିର ସମୟକୁ ଅନେକ ଦୂର ପର୍ଯ୍ୟନ୍ତ କମ୍‌ କରାଯାଇ ପାରିବ ଏବଂ ଗବେଷଣା ଏବଂ ଉନ୍ନୟନ କ୍ଷେତ୍ରରେ ବ୍ୟୟ ହ୍ରାସ କରାଯାଇପାରିବ ।

ବିଶ୍ବ ମହାମାରୀ କୋଭିଡ୍‌-19 ସହ ଲଢ଼ିବା ପାଇଁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଉଦ୍‌ଭାବନ ସମୂହ

“ପ୍ଲଟ୍‌” (Plott) କମ୍ପାନୀ ଏକ ନୂତନ “ଡୋର୍‌ବେଲ” ନିର୍ମାଣ କରିଛି ଯାହାର ନାଁ “ଏଟି” (Ettie) । ଏହା ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ଲୋକଙ୍କ ଶରୀରର ତାପମାନ ମାପି ପାରିବ । ସାଧାରଣତଃ ଆମେ ଯେଉଁ ସ୍ଥାନକୁ ସ୍ପର୍ଶ କରୁ, ସେହି ସ୍ଥାନରେ ପ୍ରାୟତଃ ଛାଡ଼ି ଆସୁଥିବା ଜୀବାଣୁ ଓ ଭୂତାଣୁର ସଂଚରଣକୁ ହ୍ରାସ କରିବା ପାଇଁ “ଆଲାର୍‌ମ ଡଟ୍‌ କମ୍‌” ନାମକ ଆଉ ଏକ କମ୍ପାନୀ ଏକ “ଟଚ୍‌ଲେସ୍‌ ଭିଡିଓ ଡୋର୍‌ବେଲ” ପ୍ରସ୍ତୁତ କରିଛି । ଆଲାର୍‌ମ ଡଟ୍‌ କମ୍‌ ଦ୍ବାରା ପ୍ରସ୍ତୁତ ଏହି ଡୋର୍‌ବେଲ ବଜାଇବାକୁ ପଡ଼େନାହିଁ । ଏଥିପାଇଁ ଆପଣଙ୍କୁ କେବଳ ଏକ ୱେଲ୍‌କମ୍‌ ମ୍ୟାଟ୍‌ ଉପରେ ଠିଆ ହେବାକୁ ପଡ଼ିବ ।

ଆଜିକାଲି ବଡ଼ ବଡ଼ କମ୍ପାନୀର ଅଫିସ୍‌ରେ, ଖୁଚୁରା ବିକ୍ରୟ କେନ୍ଦ୍ର କିମ୍ବା ରେସ୍ତୋରାଁରେ ଅଧିକ ଯାତାୟାତ ଏବଂ ସ୍ପର୍ଶ ଯୋଗୁଁ ସୃଷ୍ଟ ସଂକ୍ରମଣ ସମ୍ଭାବନାକୁ ହ୍ରାସ କରିବା ସକାଶେ “ଅଲ୍‌ଟ୍ରାଭାଓଲେଟ୍‌ ଲାଇଟ୍‌” ବିକିରଣ କରୁଥିବା ‘ରୋବୋଟ୍‌” ରଖାଯାଉଛି । ଏମିତି “ସେନ୍‌ସର୍‌” ସବୁ ରହିଛି ଯେ ସେଗୁଡ଼ିକ ଆପଣଙ୍କ ଶରୀରରେ ଲାଗିଲେ, ଡାକ୍ତରଖାନାରେ ବ୍ୟବହୃତ ଉପକରଣ ଭଳି ନିର୍ଭୁଲ ଭାବରେ ଫ୍ଲୁ ଭଳି ରୋଗର ଲକ୍ଷଣ ଚିହ୍ନଟ କରିପାରିବେ । ଆଉ ଏମିତି ଏକ “ମାସ୍କ” ବି ବାହାରିଛି ଯେଉଁଥିରେ ଏକ ବିଲ୍‌ଟ-ଇନ୍‌ ମାଇକ୍ରୋଫୋନ୍‌ ରହିଛି ଏବଂ ଏହା ଦ୍ବାରା ଆପଣ ମାସ୍କ ପିନ୍ଧିଥିବା ଅବସ୍ଥାରେ ବି ଫୋନ୍‌ରେ କଥା ହୋଇପାରିବେ ଏବଂ ଆପଣ ଯାହା କହିବେ ତାହାକୁ ଅନ୍ୟମାନେ ସହଜରେ ଶୁଣିପାରିବେ । ଏହାର ନାଁ ହେଉଛି ‘ମାସ୍କଫୋନ୍‌’ । ଆପଣଙ୍କୁ ଏବଂ ଆପଣଙ୍କ ପାଖ ଦେଇ ଯାଉଥିବା ଅନ୍ୟମାନଙ୍କୁ କ୍ଷତିକାରକ ଜୀବାଣୁ, ଭୂତାଣୁ ଏବଂ ପ୍ରଦୂଷଣ କବଳରୁ ସୁରକ୍ଷା ପ୍ରଦାନ କରୁଥିବା ଏହି ‘ମାସ୍କଫୋନ୍‌’ ଏବେ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଛି ।

ସେହିଭଳି ଆଉ ଏକ ମାସ୍କ ହେଉଛି “ଏୟାରପପ୍‌ ଆକ୍ଟିଭ୍‌+” । ଏହା ଏଭଳି ଏକ ସ୍ମାର୍ଟ ମାସ୍କ ଯେଉଁଥିରେ ସଂଯୋଗ କରାଯାଇଥିବା ଏକ ସେନ୍‌ସର ଆପଣଙ୍କ ଶ୍ବାସକ୍ରିୟାକୁ ଚିହ୍ନଟ କରେ ଏବଂ କୌଣସି ସ୍ଥାନରେ ଉପଲବ୍‌ଧ ବାୟୁର ଗୁଣବତ୍ତା ସଂପର୍କିତ ତଥ୍ୟ ଆହରଣ କରି ଆପଣଙ୍କ ମାସ୍କର ଫିଲ୍‌ଟର କେତେବେଳେ ବଦଳାଇବା ଦରକାର ତାହା ଜଣାଇ ଦିଏ । ଆଉ ଏକ ମାସ୍କ ହେଉଛି “ଆମାଜଫିଟ୍‌” । ଏହା ଏକ ସ୍ବଚ୍ଛ ବିଶୋଧନକାରୀ ମାସ୍କ ଏବଂ ଏଥିରେ ଥିବା ବିଲ୍‌ଟ-ଇନ୍‌ ଅଲ୍‌ଟ୍ରା ଭାଓଲେଟ୍‌ ଲାଇଟ୍‌ ଦ୍ବାରା ଏହାର ଫିଲ୍‌ଟର 10 ମିନିଟ୍‌ ଭିତରେ ସଫା ହୋଇଥାଏ ।

ଫ୍ଲୁଓ ଲାବ୍‌ସ ଦ୍ବାରା ପ୍ରସ୍ତୁତ “ଫ୍ଲୋ” (Flo) ହେଉଛି ଏଭଳି ଆଉ ଏକ ଉପକରଣ । ଆପଣଙ୍କ ଶରୀରରେ ଯେତେବେଳେ ପରାଗରେଣୁ, ଧୂଳି ବା ଅନ୍ୟ ଆଲର୍ଜି ସୃଷ୍ଟିକାରୀ ତତ୍ତ୍ବ ପ୍ରବେଶ କରେ, ସେତେବେଳେ ଏହି ଉପକରଣ ଯୋଗୁଁ ଶରୀରରୁ ହିଷ୍ଟାମାଇନ୍‌ ନିର୍ଗମନ ବନ୍ଦ ହୋଇଯାଏ । “ଫ୍ଲୋ”କୁ ଆପଣଙ୍କ ନାସାରନ୍ଧ୍ର ଭିତରେ ପୂରାଇ 10 ସେକେଣ୍ଡ ପାଇଁ ଚଳାନ୍ତୁ ଏବଂ ଅନ୍ୟ ନାସାରନ୍ଧ୍ରରେ ମଧ୍ୟ ଏହାର ପୁନରାବୃତ୍ତି କରନ୍ତୁ । ଆପଣଙ୍କ ଶରୀରରୁ ହିଷ୍ଟାମାଇନ ନିର୍ଗମନ ବନ୍ଦ କରିବା ସହିତ ଶାରୀରିକ ଯନ୍ତ୍ରଣା କମ୍‌ କରିବା ନିମନ୍ତେ ‘ଫ୍ଲୋ’ ଉପକରଣରେ ଲାଲ ଏବଂ NIR (ନିଅର ଇନ୍‌ଫ୍ରାରେଡ୍‌) ଆଲୋକକୁ ସଠିକ ୱେଭ୍‌ଲେଙ୍ଗ୍‌ଥ, ମାତ୍ରା ଏବଂ ଶକ୍ତି ଏବଂ ନାଡ଼ି ସଂରଚନା ସହିତ ମେଳ ଖୁଆଇ ରଖାଯାଇଥାଏ ।

ଘରେ ରହି ହୃତ୍‌ପିଣ୍ଡର ସଂପୂର୍ଣ୍ଣ କାର୍ଯ୍ୟକାରିତା ପରଖିବା ପାଇଁ ରହିଛି “ହେଲ୍‌ଦିୟୁ” (HealthyU) । ଏଚ୍‌ଡି ମେଡିକାଲ ଦ୍ବାରା ନିର୍ମିତ ଏହି ଉପକରଣରେ ସେଭେନ୍‌-ଲିଡ୍‌ ଇସିଜି, ତାପମାନ ମାପକ ସେନ୍‌ସର, ନାଡ଼ି ସଂଲଗ୍ନ ଅକ୍‌ସିମିଟର, ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ର ଶବ୍ଦ ରେକର୍ଡ କରିବାକୁ ମାଇକ୍ରୋଫୋନ୍‌, ହୃତ୍‌ସ୍ପନ୍ଦନର ହାର ମାପିବାକୁ ମନିଟର ଏବଂ ରକ୍ତଚାପ ସେନ୍‌ସର ରହିଛି । ଏହି ଉପକରଣଟି ଏକ ‘ଗୋପ୍ରୋ’ କ୍ୟାମେରା ତୁଳନାରେ ବି କ୍ଷୁଦ୍ର ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସୁପରିଚିତ ହୋଇଥାଆନ୍ତୁ କି ନାହିଁ, ଯେ କେହି ଏହାକୁ ସହଜରେ ବ୍ୟବହାର କରିପାରିବେ ।

ଆଉ ଏକ ଉପକରଣ ହେଲା ବ୍ଲଡ୍‌ ପ୍ରେସର ବା ରକ୍ତଚାପ ମାପିବାକୁ ହାତରେ ଲାଗୁଥିବା “ଓମରୋନ୍‌” (Omron) ନାମକ ଯନ୍ତ୍ର ଯାହାକି ଆପଣଙ୍କ ଘରେ ହିଁ ରକ୍ତଚାପ ମାପିବା ସହିତ ଏ ସଂପର୍କିତ ତଥ୍ୟାବଳୀକୁ ଆପଣଙ୍କ ଡାକ୍ତରଙ୍କ ପାଖକୁ ପଠାଇ ପାରିବ । ଏହାର ବ୍ୟବହାର ପ୍ରଣାଳୀ ମଧ୍ୟ ଖୁବ୍‌ ସହଜ । ଏହି କମ୍ପାନୀର ନୂତନ ଓମ୍‌ରନ୍‌ ଉପକରଣର ନାଁ ହେଉଛି “ଭାଇଟାଲସାଇଟ୍‌ କିଟ୍‌” (VitalSight kit) । ଏଥିରେ ବ୍ଲଡ୍‌ ପ୍ରେସର କଫ୍‌, ସ୍କେଲ୍‌ ଏବଂ ଏକ ସୁରକ୍ଷିତ ଅତ୍ୟାଧୁନିକ ଡାଟା ହବ୍‌ ରହିଛି । ଏହା ସ୍ବୟଂଚାଳିତ ଭାବେ ଆପଣଙ୍କ ବ୍ଲଡ୍‌ ପ୍ରେସର ସଂପର୍କିତ ତଥ୍ୟକୁ ଆପଣଙ୍କ ଡାକ୍ତରଙ୍କ ପାଖକୁ ପଠାଇଥାଏ ।

ଭାରତର ନବୀନତମ ପ୍ରଯୁକ୍ତିବିଦ୍ୟା- ଭାରତରେ କୋଭିଡ୍‌ ବିଶ୍ବ ମହାମାରୀର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ସଂକଟର ମୁକାବିଲା ଲାଗି ଭାରତୀୟ ଉଦ୍ୟୋଗ ସମୂହ ନୂଆ ନୂଆ ଉପକରଣ ଉଦ୍‌ଭାବନ ଦିଗରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରିବାରେ ଲାଗିଛନ୍ତି । ସେଥିରୁ କେତେକ ହେଲା:

ଭେରଲୁପ୍‌ ଡଟ୍‌ ଆଇଓ - ଅକ୍‌ସିଜେନ୍‌ ସିଲିଣ୍ଡର କ୍ରୟ ଏବଂ ବିତରଣ କ୍ଷେତ୍ରରେ କାର୍ଯ୍ୟରେ ଲାଗୁଥିବା ଏକ ବାର୍ତ୍ତାଳାପ ସଂକ୍ରାନ୍ତ ହ୍ବାଟ୍‌ସଆପ୍‌ ଚାଟ୍‌ ବୋଟ୍‌ ହେଉଛି “ଭେରଲୁପ୍‌ ଡଟ୍‌ ଆଇଓ” (Verloop.io) ଏବଂ ଟିକାଦାନ ସମୟ ସଂପର୍କରେ ଜାଣିବା ଲାଗି ରହିଥିବା ଏକ ସ୍ବତନ୍ତ୍ର ୱେବ୍‌ସାଇଟ୍‌ରେ ମଧ୍ୟ ଏହା କାର୍ଯ୍ୟ କରୁଛି । ଏହି ୱେବ୍‌ସାଇଟ୍‌ରେ ମୋବାଇଲ ନମ୍ବର ଦେବା ପରେ ପରେ ତୁରନ୍ତ ‘ଓଟିପି’ ଜରିଆରେ ଭେରିଫିକେସନ୍‌ ହେବ ଏବଂ ତା’ପରେ ଏଥିରେ ନିଜ ରାଜ୍ୟ ଓ ଜିଲ୍ଲା ସଂପର୍କିତ ବିବରଣୀ ଦେବା ପରେ ପଞ୍ଜୀକରଣ ସଂପର୍କିତ ସମସ୍ତ ସଠିକ ତଥ୍ୟ ମିଳିଯିବ । ବେଙ୍ଗାଳୁରୁ ନଗରୀରେ ଅକ୍‌ସିଜେନ୍‌ ସିଲିଣ୍ଡର ପାଇବା ପାଇଁ “ଭେରଲୁପ୍‌ ଡଟ୍‌ ଆଇଓ” ନାମକ ବେଙ୍ଗାଳୁରୁର ଏକ ଅଟୋମେସନ୍‌ ପ୍ଲାଟ୍‌ଫର୍ମ ହ୍ବାଟ୍‌ସଆପ୍‌ରେ ଏହି ବାର୍ତ୍ତାଳାପ ସଂପର୍କିତ ବୋଟ୍‌ ନିୟୋଜନ କରିଛନ୍ତି । ମୂଳତଃ, ଅକ୍‌ସିଜେନ୍‌ ଚାହୁଁଥିବା ଏବଂ ଅକ୍‌ସିଜେନ୍‌ ରଖିଥିବା ବ୍ୟକ୍ତି ଓ ହାସପାତାଳ ମଧ୍ୟରେ ଯୋଗାଯୋଗ ସ୍ଥାପନ କ୍ଷେତ୍ରରେ “ଭେରଲୁପ୍‌ ଡଟ୍‌ ଆଇଓ” ସହାୟତା କରୁଛି ।

କୋରୋନାଓଭନ୍‌- ବେଙ୍ଗାଳୁରୁର ‘ଲଗ୍‌ 9 ମ୍ୟାଟେରିଆଲ୍‌ସ’ ନାମକ ଏକ ନାନୋଟେକ୍‌ନୋଲୋଜି ଷ୍ଟାର୍ଟ୍‌ଅପ୍‌ ପକ୍ଷରୁ ପ୍ରଥମ ଥର ପାଇଁ କୋରୋନାଓଭନ୍‌ ନାମକ ଏହି ଅଭିନବ ଉପକରଣ ପ୍ରସ୍ତୁତ ହୋଇଛି । କୋରୋନାଓଭନ୍‌ରେ ୟୁଭି-ସି ଲାଇଟ୍‌ (253.7 ଏନ୍‌ଏମ୍‌ ୱେଭ୍‌ଲେଙ୍ଗ୍‌ଥ ବିଶିଷ୍ଟ) ବ୍ୟବହାର କରାଯାଏ । ଏହି ଉପକରଣ ବିଭିନ୍ନ ପୃଷ୍ଠଭାଗକୁ (ବିଭିନ୍ନ ସାମଗ୍ରୀ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରଭୃତି) ବିଶୋଧନ କରି 4 ମିନିଟ୍‌ ମଧ୍ୟରେ ଜୀବାଣୁ ଓ ଭୂତାଣୁ ସମେତ କୀଟାଣୁମୁକ୍ତ କରିଦିଏ ।

ଭିସ୍ତାର ଏୟାର ପ୍ୟୁରିଫାୟରସ- ଦିଲ୍ଲୀର ‘ଏୟାରଓକେ’ ନାମକ ଏକ ଷ୍ଟାର୍ଟ୍‌ଅପ୍‌ ଏହି ଏୟାର ପ୍ୟୁରିଫାୟର ପ୍ରସ୍ତୁତ କରୁଛି ଏବଂ ଏଥିରେ EGAPA (ଏଫିସିଏଣ୍ଟ ଗ୍ରାନୁଲାର ଆବ୍‌ଜର୍ବେଣ୍ଟ ପାର୍ଟିକୁଲେଟ୍‌ ଆରେଷ୍ଟର) ରୂପେ ପରିଚତ ଏକ ପେଟେଣ୍ଟ ଫିଲ୍‌ଟର ବ୍ୟବହାର କରାଯାଇଛି । ଏହା ପ୍ରମୁଖ ପ୍ରଦୂଷକ ତତ୍ତ୍ବ ଏବଂ ଗ୍ୟାସୀୟ ପଦାର୍ଥକୁ ଫିଲ୍‌ଟର କରିଥାଏ ।

ମାଇଲାଗ୍ରୋ ସିଗଲ୍‌ - ଏହା ଭାରତୀୟ ଉପଭୋକ୍ତା ବ୍ରାଣ୍ଡ ମାଇଲାଗ୍ରୋ ପକ୍ଷରୁ ପ୍ରସ୍ତୁତ ଏକ କ୍ଲିନିଂ ରୋବୋଟ୍‌ । ବ୍ୟବହାରକାରୀଙ୍କ ଉପକରଣରେ ବ୍ୟବହୃତ ହେବା ସମୟରେ ଏହା ପ୍ରକୃତ ସମୟର ଅଗ୍ରଗତି ଦର୍ଶାଇଥାଏ । ବ୍ୟବହାର ସମୟ ହ୍ରାସ କରିବା ଲାଗି ଏହି ରୋବୋଟ୍‌ ପ୍ରତିଟି କ୍ଷେତ୍ରରେ ବାସ୍ତବ ସମୟ ସଂପର୍କିତ ଯୋଜନା କରିଥାଏ । ଏହି ରୋବୋଟ୍‌ ଭ୍ୟାକୁମ୍‌ରେ ଜୀବାଣୁ ନିରୋଧୀ, ମାଇକ୍ରୋବାୟାଲ ନିରୋଧୀ ଏବଂ ଭୂତାଣୁ ନିରୋଧୀ ଗୁଣ ରହିଛି । ହସ୍‌ପିଟାଲ କିମ୍ବା ଅନୁରୂପ ପରିବେଶରେ ବ୍ୟବହାର କରାଗଲେ ଏହା ସଂକ୍ରମଣ ହାର ହ୍ରାସ କରିବାରେ ସହାୟକ ହୁଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଡୋଜୀ – ପାରିପାର୍ଶ୍ବିକ ଅବସ୍ଥାର ସଠିକ୍‌ ବିଶ୍ଲେଷଣ ସହିତ ସ୍ବାସ୍ଥ୍ୟସେବାକୁ ସମସ୍ତଙ୍କ ପାଇଁ ଉପଲବ୍‌ଧ କରାଇବା ଲକ୍ଷରେ କାର୍ଯ୍ୟରତ ଟର୍‌ଟଲ ଶେଲ ଟେକ୍‌ନୋଲୋଜିସ୍‌ ନାମକ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଏକ ଉପକରଣ ହେଉଛି ଡୋଜୀ (Dozee) । ଏହି ଉପକରଣ ଦ୍ବାରା ପ୍ରାଥମିକ ଅବସ୍ଥାରେ ବିଭିନ୍ନ ରୋଗ ଚିହ୍ନଟ କରାଯାଇପାରେ ଏବଂ ଏହା ଫଳରେ ଡାକ୍ତରଖାନା ଯାଇ ବିଭିନ୍ନ ରୋଗ ପରୀକ୍ଷଣରେ ଲାଗୁଥିବା ସମୟ ହ୍ରାସ କରାଯାଇପାରେ । ଏହା ଏକ ସ୍ମାର୍ଟ କଣ୍ଟାକ୍‌ଟ-ଫ୍ରି ହେଲ୍‌ଥ ମନିଟର ଏବଂ ଏହାକୁ ନିଜ ବିଛଣା ତଳେ ସହଜରେ ରଖାଯାଇପାରେ । ଜଣେ ବ୍ୟକ୍ତିଙ୍କର ହୃତ୍‌ପିଣ୍ଡର ସ୍ଥିତି, ମାନସିକ ଚାପ, ନିଦ୍ରାର ଗୁଣବତ୍ତା ଭଳି ବିଭିନ୍ନ ମେଟ୍ରିକ୍‌ସ ଜରିଆରେ ଏହା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କିତ ନିର୍ଣ୍ଣୟ କରିପାରେ । ଏହା ‘ଡୋଜି’ ଆପ୍‌ ଜରିଆରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥାଏ ଏବଂ ଏହି ଆପ୍‌କୁ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ କରାଯାଇପାରେ ।

ଉପସଂହାର

ସମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ଘରୁ କାମ କରିବା ଏବଂ ଘରେ ରହିବା ଭଳି ଉପାୟ ସହିତ ଦେଶରେ କୋରୋନାଭାଇରସ୍‌ର ବ୍ୟାପକତା ନିୟନ୍ତ୍ରଣ ଏବଂ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ପ୍ରଯୁକ୍ତି ବିଦ୍ୟା ସହାୟତାରେ ହିଁ “ସାରା ବିଶ୍ବରେ ସ୍ବାସ୍ଥ୍ୟସେବା” ଶୀର୍ଷକ ପରିକଳ୍ପନାକୁ ବାସ୍ତବ ରୂପ ଦିଆଯିବା ସହିତ ସମସ୍ତଙ୍କ ପାଇଁ ଏବଂ ସବୁ ସ୍ଥାନରେ ସ୍ବାସ୍ଥ୍ୟ ସେବାର ବିକାଶ ଏବଂ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ଦିଗରେ ଉପଯୁକ୍ତ, ମିତବ୍ୟୟୀ, ସଫଳକାମୀ ଏବଂ ଦୀର୍ଘସ୍ଥାୟୀ ଡିଜିଟାଲ ଟେକ୍‌ନୋଲୋଜି ସମ୍ବଳିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ । ସଂପ୍ରତି ଆମର ଆବଶ୍ୟକତା ଦୃଷ୍ଟିରୁ ଆମେ କେତେ ଶୀଘ୍ର ନୂତନ ପ୍ରଯୁକ୍ତିବିଦ୍ୟା ସଂରଚନା, ଆହରଣ, ଉଦ୍‌ଭାବନ ଏବଂ ସୃଷ୍ଟି କରିପାରିବା ତାହା ହିଁ ଗୁରୁତ୍ବପୂର୍ଣ୍ଣ କଥା । ଭିନ୍ନ ଭିନ୍ନ ତାପମାନରେ ବି ଅପରିବର୍ତ୍ତିତ ରହୁଥିବା ପ୍ରତିଷେଧକ ଟିକା, ମସ୍ତିଷ୍କରେ ହଲୋଗ୍ରାମ୍‌, ଅପ୍‌ଟୋଜେନେଟିକ୍‌ସ, ମସ୍ତିଷ୍କରେ ଥିବା କୋଷର କାର୍ଯ୍ୟକାରିତା ନିୟନ୍ତ୍ରଣ ସଂପର୍କିତ ଜ୍ଞାନକୌଶଳ, ଉନ୍ନତ ଆଣବିକ ଜୈବବିଜ୍ଞାନ ଏବଂ ସଫଳ ଗବେଷଣା ନିଃସୃତ ତଥ୍ୟ ବଳରେ କୋରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଉତ୍ତମ ଆଣ୍ଟିବଡି ଗଠନ ଭଳି ନୂତନ ପ୍ରଯୁକ୍ତି ବିଦ୍ୟା ହାସଲ ଆମର ଲକ୍ଷ୍ୟ ହେବା ଉଚିତ । ବିଶ୍ବ ସ୍ତରରେ ଉଭୟ ଡାକ୍ତର ଓ ବିଜ୍ଞାନୀମାନେ ପରସ୍ପର ମଧ୍ୟରେ ସହଯୋଗିତାମୂଳକ ସମନ୍ବୟ ରଖି ଚମତ୍କାର ଢଙ୍ଗରେ ନିଜ ନିଜର ପ୍ରୟାସ ଜାରି ରଖିଛନ୍ତି । ପରିଶେଷରେ ଏତିକି କୁହାଯାଇପାରେ ଯେ କୋଭିଡ୍‌-19 ବିରୋଧୀ ଲଢ଼େଇ ଏକ ପ୍ରତିଯୋଗିତା ନୁହେଁ । ଏହା ଏକ ମାରାଥନ୍‌ । ଏବଂ ଏହା ଅବ୍ୟାହତ ରହିଥିବା ବେଳେ ଆମ ସମସ୍ତେ ଏକତ୍ରିତ ହୋଇ ଏବଂ ଉପଲବ୍‌ଧ ସମସ୍ତ ପ୍ରଯୁକ୍ତିବିଦ୍ୟା ଉପକରଣର ଉପଯୋଗ ସହିତ ଲୋକଙ୍କୁ ସୁରକ୍ଷିତ ଏବଂ ଜୀବିତ ରଖିବାକୁ ଉଦ୍ୟମ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.