ETV Bharat / bharat

Dubai Air Show-2021: ଅଂଶଗ୍ରହଣ ପାଇଁ ଦୁବାଇରେ ଅବତରଣ କଲା ୩ ତେଜସ

author img

By

Published : Nov 10, 2021, 4:59 PM IST

ଦୁବାଇରେ ହେବାକୁ ଥିବା ଏୟାର ଶୋ ୨୦୨୧ ରେ ଭାଗନେବ ଭାରତୀୟ ବାୟୁ ସେନା । ଆଜି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ ଦୁବାଇରେ ଅବତରଣ କରିଛି । ଅଧିକ ପଢନ୍ତୁ...

Dubai Air Show-2021: ଅଂଶ ଗ୍ରହଣ ପାଇଁ ଦୁବାଇରେ ଅବତରଣ କଲା ୩ ତେଜସ

ନୂଆଦିଲ୍ଲୀ: ଦୁବାଇରେ ଅବତରଣ କଲା ଭାରତୀୟ ବାୟୁସେନାର ଲାଇଟ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ । ଦୁବାଇରେ ହେବାକୁ ଥିବା ଏୟାର ଶୋ-୨୦୨୧ ରେ ଭାଗ ନେବା ପାଇଁ ଏହି ୩ ତେଜସ ବିମାନ ଦୁବାଇରେ ଅବତରଣ କରିଛନ୍ତି ।

ଏହି ୩ ତେଜସ ବିମାନ ଭାରତୀୟ ବାୟୁସେନାର ୧୮-ସ୍କ୍ବାର୍ଡନରେ କାର୍ଯ୍ୟରତ ଥିବାବେଳେ ଦୁବାଇରେ ହେବାକୁ ଥିବା ୫ ଦିନିଆ ଏୟାର ଶୋ ୨୦୨୧ରେ ଭାଗ ନେବେ । ତେଜସ ସମେତ ଭାରତୀୟ ବାୟୁସେନାର ଅନ୍ୟ କିଛି ଲଢୁଆ ବିମାନ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ ।

ନଭେମ୍ବର 14ରୁ ଦୁବାଇ ଅଲ ମକ୍ତମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନୁଷ୍ଠିତ ହେବାକୁ ଥିବା ୫ଦିନିଆ ଦ୍ବିପାକ୍ଷିକ ଦୁବାଇ ଏୟାର ଶୋ ୨୦୨୧ ରେ ଭାରତୀୟ ବାୟୁସେନାର ସ୍ବଦେଶୀ ନିର୍ମିତ ଓ ବିକଶିତ ଯୁଦ୍ଧ ବିମାନ ତେଜସ୍ ପ୍ରଥମ ଥର ପାଇଁ ନିଜର କୌଶଳ ପ୍ରଦର୍ଶନ କରିବ । ସେହିପରି 18 ତାରିଖରେ ସୂର୍ଯ୍ୟକିରଣ ଏୟାର ଶୋ ଟିମ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରଖାଯାଇଛି ।

ସେହିପରି ଭାରତୀୟ ବାୟୁସେନାର ବୃହତ ପରିବହନ ବିମାନ C-17 ଗ୍ଲୋବମାଷ୍ଟର, C-130J ସୁପର ହର୍କ୍ୟୁଲେସ, ସାରଙ୍ଗ ଏୟାରକ୍ରାଫ୍ଟ ଟିମର ପାଞ୍ଚଟି ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁଭ, ସୂର୍ଯ୍ୟକିରଣ ଟିମର 10 ହକ-132 ଏବଂ ୩ଟି LCA ତେଜସ ଦୁବାଇ ବିମାନ ବନ୍ଦରରେ ଅବତରଣ କରିସାରିଛି ।

ଭାରତୀୟ ବାୟୁସେନାର ସୌର୍ଯ୍ୟକିରଣ ଏୟାରକ୍ରାଫ୍ଟ ଟିମ ବିଗତ ଦିନରେ ଦେଶ ଓ ଦକ୍ଷିଣ ପୂର୍ବ ଏସିଆରେ 600ରୁ ଅଧିକ ଅଭ୍ୟାସରେ ଅଂଶ ଗ୍ରହଣ କରିଥିବା ବିଶ୍ବର ପ୍ରମୁଖ ୯ଟି ବିମାନ ପ୍ରଦର୍ଶନ ସ୍କ୍ବାର୍ଡନ ମଧ୍ୟରୁ ଅନ୍ୟତମ ଭାବେ ଖ୍ୟାତି ଅର୍ଜନ କରିଛି । ତେବେ ଚଳିତଥର ପ୍ରଥମ ଥର ଭାରତର ସ୍ବଦେଶୀ ନିର୍ମିତ ଯୁଦ୍ଧ ବିମାନ ତେଜସ ଏହି ଅଭ୍ୟାସରେ ଅଂଶଗ୍ରହଣ କରି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.