ETV Bharat / bharat

ପଞ୍ଜାବ ଫିରୋଜପୁରରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ - ଭାରତୀୟ ସୀମା ସୁରକ୍ଷା ବଳ

ପଞ୍ଜାବ ଫିରୋଜପୁରରେ ଠାବ ହେଲା ଅଜଣା ଡ୍ରୋନ । ଗତକାଲି ରାତିରେ ଗୁଳି କରି ଖସାଇଥିଲା ସୀମା ସୁରକ୍ଷା ବଳ (Drone recovered by BSF in Ferozepur)। ପାକିସ୍ତାନୀ ଡ୍ରୋନ ହୋଇଥିବା ନେଇ ସନ୍ଦେହ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ପଞ୍ଜାବ ଫିରୋଜପୁରରେ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ

author img

By

Published : Nov 9, 2022, 5:28 PM IST

ଚଣ୍ଡିଗଡ: ପଞ୍ଜାବ ଫିରୋଜପୁରରେ ଏକ ସୀମାନ୍ତ ଗ୍ରାମରେ ଏକ ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇବା ପରେ ଜବତ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) (Drone recovered by BSF in Ferozepur)। ଗତକାଲି (ମଙ୍ଗଳବାର) ରାତିରେ ଏହି ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ ସୀମା ସୁରକ୍ଷା ବଳର ଯବାନ । ଏହାକୁ ଆଜି ସକାଳେ ସ୍ଥାନୀୟ ଏକ କ୍ଷେତରୁ ଜବତ କରାଯାଇଛି । ତେବେ ପାକିସ୍ତାନ ଏହି ଡ୍ରୋନଟି ପଠାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

  • Punjab | Alert troops heard the sound of a drone at around 10.30 pm last night near intl border in Ferozepur dist. We fired towards drone &search operation was initiated. Drone was recovered in the morning. Further searches underway in the area: Ashok Kumar, DIG, BSF Ferozepur pic.twitter.com/cxePI3uDYH

    — ANI (@ANI) November 9, 2022 " class="align-text-top noRightClick twitterSection" data=" ">

ବିଏସଏଫର ଫିରୋଜପୁର ଡିଆଇଜି ଅଶୋକ କୁମାର ଗଣମାଧ୍ୟମକୁ ଦେଇଥିବା ସୂନଚା ଅନୁସାରେ ଗତକାଲି (ମଙ୍ଗଳବାର) ରାତିରେ ଏହି ଡ୍ରୋନଟି ପ୍ରଥମେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ସୂଚନା ପାଇ ସୀମା ସୁରକ୍ଷା ବଳର ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଡ୍ରୋନକୁ ସୁରକ୍ଷାକର୍ମୀ ଗୁଳି ଚଳାଇ ଖସାଇ ଦେଇଥିଲେ । ରାତିରେ ସର୍ଚ୍ଚ ଅପରେସନ ଜାରି ରହିଥିଲେ ସୁଦ୍ଧା ଆଜି ସକାଳେ ଖସି ପଡିଥିବା ଡ୍ରୋନକୁ ଜବତ କରାଯାଇଛି । ଡ୍ରୋନର ଯାଞ୍ଚ ଜାରି ରହିଛି । ଘଟଣାସ୍ଥଳରେ ଏକାଧିକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି (Drone recovered by BSF in Ferozepur)।

ପଞ୍ଜାବର ବିଭିନ୍ନ ସୀମାନ୍ତ ଗ୍ରାମରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରି ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ପ୍ରାୟତଃ ପାକିସ୍ତାନ ଏପରି ଷଡଯନ୍ତ୍ର ବାରମ୍ବାର କରିଆସିଛି । ତେଣୁ ସୀମା ସୁରକ୍ଷା ବଳ ମଧ୍ୟ ପାଟ୍ରୋଲିଂ ଓ ସର୍ଭିଲାନ୍ସକୁ ବଢାଇବାରେ ଲାଗିଛି । କୌଣସି ସନ୍ଦେହଜନ ଗତିବିଧି କିମ୍ବା ଡ୍ରୋନ ଦେଖିଲେ ତୁରନ୍ତ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସକୁ ଅବଗତ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବିଏସଏଫ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.