ETV Bharat / bharat

ଇଣ୍ତୋ-ପାକ୍‌ ବର୍ଡରରେ ପୁଣି ଉଡିଲା ଡ୍ରୋନ

author img

By

Published : Oct 28, 2021, 11:29 AM IST

ପଞ୍ଜାବର ଆଜନାଲା ଥାନା ଅଞ୍ଚଳରେ ଉଡିଲା ଡ୍ରୋନ । ୧୧ ରାଉଣ୍ତ ଗୁଳି ପରେ ପାକିସ୍ତାନକୁ ଫେରିଲା ଡ୍ରୋନ । ଅଧିକ ପଢନ୍ତୁ...

ଇଣ୍ତୋ ପାକ ବର୍ଡରରେ ପୁଣି ଉଡିଲା ଡ୍ରୋନ
ଇଣ୍ତୋ ପାକ ବର୍ଡରରେ ପୁଣି ଉଡିଲା ଡ୍ରୋନ

ଚଣ୍ତିଗଡ: ଇଣ୍ତୋ-ପାକ ବର୍ଡରରେ ପୁଣି ଉଡିଲା ଡ୍ରୋନ । ପଞ୍ଜାବର ଆଜନାଲା ଥାନା ଅଞ୍ଚଳରେ ଦିନ ୧୨ଟା ୩୦ ମିନିଟ ସମୟରେ ସନ୍ଦିଗ୍ଧ ଡ୍ରୋନଟିକୁ ଦେଖିଥିଲା ସେନା । ପରେ ବିଏସଏଫ ଓ ସିକ୍ୟୁରିର୍ଟି ଏଜେନ୍ସି ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ସେନା ପକ୍ଷରୁ ଡ୍ରୋନକୁ ୧୧ ରାଉଣ୍ତ ଗୁଳି କରାଯାଇଥିଲା । ଏହାପରେ ସନ୍ଦିଗ୍ଧ ଡ୍ରୋନଟି ପାକିସ୍ତାନ ଆଡକୁ ଫେରିଯାଇଥିଲା । ଏନେଇ ସୁରକ୍ଷାବାହିନୀ ପକ୍ଷରୁ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ଲମଗଲଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.