ନୂଆଦିଲ୍ଲୀ: ଭାରତର ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷେମତାରେ ଯୋଡି ହୋଇଛି ପଞ୍ଚମ ପିଢିର ପାଇଥନ-5 ମିସାଇଲ । ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ପ୍ରତିଷ୍ଠାନ (DRDO) ବୁଧବାର ଏକ ବୟାନରେ କହିଛି ଯେ ଏହି ପରୀକ୍ଷଣର ଲକ୍ଷ ତେଜସରେ ପୂର୍ବରୁ ହିଁ ରହିଥିବା ଡର୍ବି ବିୟଣ୍ଡ୍ ରେଞ୍ଜ(ବିବିଆର) ଏଏଏମର ବୃଦ୍ଧି କ୍ଷମତାକୁ ଯାଞ୍ଚ କରିବାର ଥିଲା ।
ଡିଆରଡିଓ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ ମଙ୍ଗଳବାର ଗୋଆରେ କରାଯାଇଥିବା ପରୀକ୍ଷଣ ବିଭିନ୍ନ ଚ୍ୟାଲେଞ୍ଜ ପୂର୍ଣ୍ଣ ପଦ୍ଧତି ଦେଇ ପୁରା କରାଯାଇଛି ।
ଡର୍ବି କ୍ଷେପଣାସ୍ତ୍ର ଦ୍ରୁତ ଗତିରେ ବାୟୁରେ କଳାବାଜି ଦେଖାଇ ସିଧା ଲକ୍ଷ ଭେଦ କରିଛି । ପାଇଥନ ମିସାଇଲ ମଧ୍ୟ ଶତ ପ୍ରତିଶତ ଟାର୍ଗେଟକୁ ଭେଦ କରିଥିବା କୁହାଯାଉଛି । ଏହି ପରୀକ୍ଷଣ ନିଜର ସମସ୍ତ ଲକ୍ଷ ପୁରା କରିଥିବା କହିଛି ଡିଆରଡିଓ ।