ETV Bharat / bharat

ଅଟୋନୋମସ୍‌ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମୋନଷ୍ଟ୍ରେଟର ସଫଳ ପରୀକ୍ଷଣ - DRDO ବିକଶିତ କଲା ସ୍ବଚାଳିତ ଯୁଦ୍ଧ ବିମାନ

କର୍ଣ୍ଣାଟକର ଚିତ୍ରଦୁର୍ଗ ଏରୋନୋଟିକାଲ୍‌ ଟେଷ୍ଟ୍‌ ରେଞ୍ଜ୍‌ରେ ସ୍ୱଂୟଚାଳିତ ଯୁଦ୍ଧ ବିମାନ (unmanned combat aircraft)ର ସଫଳ ପରୀକ୍ଷଣ ହୋଇଛି । ଅଧିକ ପଢ଼ନ୍ତୁ

ଚିତ୍ରଦୁର୍ଗ ଟେଷ୍ଟ୍‌ ରେଞ୍ଜ୍‌ରେ ଅଟୋନୋମସ୍‌ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମନୋଷ୍ଟ୍ରେଟର ସଫଳ ପରୀକ୍ଷଣ

author img

By

Published : Jul 1, 2022, 4:51 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଏରୋନୋଟିକାଲ୍‌ ଟେଷ୍ଟ୍‌ ରେଞ୍ଜ୍‌ରେ ଡିଆରଡିଓକୁ ଜବରଦସ୍ତ ସଫଳତା । ସ୍ୱଂୟଚାଳିତ ଯୁଦ୍ଧ ବିମାନ (unmanned combat aircraft)ର ସଫଳ ଅଟୋନୋମସ୍‌ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମୋନଷ୍ଟ୍ରେଟର ପରୀକ୍ଷଣ ହୋଇଛି । ଆକାଶ ମାର୍ଗରେ ଏହାର ଗତି ଓ କ୍ଷମତାର ଅନୁଧ୍ୟାନ କରିଛି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ । ଏହି ଅଟୋନୋମସ୍‌ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମନୋଷ୍ଟ୍ରେଟରର ସଫଳ ପୂର୍ବକ ପରୀକ୍ଷଣ ହେବାରେ ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ବାୟୁସେନା ।

  • Congratulations to @DRDO_India on successful maiden flight of the Autonomous Flying Wing Technology Demonstrator from Chitradurga ATR.

    It is a major achievement towards autonomous aircrafts which will pave the way for Aatmanirbhar Bharat in terms of critical military systems. pic.twitter.com/pQ4wAhA2ax

    — Rajnath Singh (@rajnathsingh) July 1, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ ଟ୍ବିଟ୍‌ କରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଟ୍ବିଟ୍‌ କରି କହିଛନ୍ତି ଯେ, " ଅଟୋନୋମସ୍‌ ଫ୍ଲାଇଂ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମନୋଷ୍ଟ୍ରେଟର(Autonomous Flying Wing Technology Demonstrator)ର ସ୍ବଚାଳିତ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ ପାଇଁ ମୁଁ DRDOକୁ ଶୁଭେଚ୍ଛା ଜଣାଉଛି । ସ୍ବଚାଳିତ ବିମାନ ବିକଶିତ କରିବାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି । ମିଲିଟାରୀ ସିଷ୍ଟମରକୁ ସଶକ୍ତ କରିବା ଏହା ଆତ୍ମନିର୍ଭର ଭାରତର ମଧ୍ୟ ଏକ ସଫଳତା ।"

  • #WATCH | In a major success towards developing unmanned combat aircraft, the maiden flight of the Autonomous Flying Wing Technology Demonstrator was carried out successfully from the Aeronautical Test Range, Chitradurga, Karnataka today: DRDO officials pic.twitter.com/9PjX2dBkIr

    — ANI (@ANI) July 1, 2022 " class="align-text-top noRightClick twitterSection" data=" ">

DRDOର ଏରୋନୋଟିକାଲ ଡେଭେଲ୍‌ପମେଣ୍ଟ ଏଷ୍ଟାବ୍ଲିଷମେଣ୍ଟ୍‌ ପକ୍ଷରୁ ସ୍ବଚାଳିତ ଯୁଦ୍ଧ ବିମାନ ବିକଶିତ କରାଯାଇଛି । ବିମାନ ପାଇଁ ବ୍ୟବହୃତ ଏୟାରଫ୍ରେମ୍, ଅଣ୍ଡରକାରେଜ୍ ଏବଂ ପୁରା ଫ୍ଲାଇଟ୍ କଣ୍ଟ୍ରୋଲ୍ ଏବଂ ଆଭିଏନିକ୍ସ ସିଷ୍ଟମଗୁଡ଼ିକ ସମ୍ପୂର୍ଣ୍ଣ ସ୍ବଦେଶୀ ତରିକାରେ ବିକଶିତ ହୋଇଛି ।

ପରୀକ୍ଷଣ ବେଳେ ଅଟୋନୋମସ୍‌ ୱିଙ୍ଗ୍‌ ଟେକ୍ନୋଲୋଜୀ ଡେମନୋଷ୍ଟ୍ରେଟରର ସ୍ବଚାଳନ କ୍ଷମତା, ସଠିକ ଭାବରେ ଉଡ଼ାଣ, ଦିଗ ନିୟନ୍ତ୍ରଣ, ଟେକ୍‌ ଅଫ୍‌, ଉଚିତ ଢଙ୍ଗରେ ଲ୍ୟାଣ୍ଡିଂ ଆଦି ନିରିକ୍ଷଣ ହୋଇଛି । ଏହା ବାୟୁସେନାରେ ସାମିଲ ହେବାପରେ ଭାରତର ପ୍ରତିରକ୍ଷା ଆହୁରି ମଜଭୁତ ହେବ । ଏହାଦ୍ବାରା ଆଗାମୀ ଦିନରେ ସ୍ବଚାଳିତ ବିମାନ ବିକଶିତ କରିବାରେ DRDO ଆତ୍ମବିଶ୍ବାସକୁ ବୃଦ୍ଧି କରିବ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.