ETV Bharat / bharat

Pinaka-ER ସଫଳ ପରୀକ୍ଷଣ, ସୂଚନା ଦେଲା DRDO - ରାଜସ୍ଥାନରେ ପିନାକର ସଫଳ ପରୀକ୍ଷଣ

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ ସିଷ୍ଟମ Pinaka-ER ପରୀକ୍ଷଣ ସଫଳ । ରାଜସ୍ଥାନର ପୋଖରନରେ ସଫଳ ପରୀକ୍ଷଣ ନେଇ DRDOର ସୂଚନା । ଅଧିକ ପଢନ୍ତୁ

Pinaka-ER ପରୀକ୍ଷଣ ସଫଳ, ସୂଚନା ଦେଲା DRDO
Pinaka-ER ପରୀକ୍ଷଣ ସଫଳ, ସୂଚନା ଦେଲା DRDO
author img

By

Published : Dec 11, 2021, 5:36 PM IST

Updated : Dec 11, 2021, 6:11 PM IST

ନୂଆଦିଲ୍ଲୀ: ଆଜି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ ସିଷ୍ଟମ ପିନାକା ଏକଷ୍ଟେଣ୍ଡ ରେଞ୍ଜ (Pinaka-ER)ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ ବେସରୁ ଏହି ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (DRDO)। ପରୀକ୍ଷଣର ସଫଳତା ନେଇ DRDO ସୂଚନା ଦେଇଛି ।

Pinaka-ER ପରୀକ୍ଷଣ ସଫଳ, ସୂଚନା ଦେଲା DRDO

ଏହି ରକେଟ ସିଷ୍ଟମକୁ DRDOର ARDE ଓ high energy material research laboratory (HEMRA) ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହାର ପୂରୁଣା ତଥା ପୂର୍ବ ସଂସ୍କରଣ ଭାରତୀୟ ସ୍ଥଳ ସେନାରେ ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟକ୍ଷମ ଥିବାବେଳେ ଏହାର ଏହି ବିକଶିତ ସଂସ୍କରଣରେ ଅନେକ ପରବର୍ତ୍ତନ କରାଯାଇଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ସହ ଅନ୍ୟ ବୈଷୟିକ କ୍ଷମତାରେ ମଧ୍ୟ ମଧ୍ୟ ଅନେକ ପରିବର୍ତ୍ତନ ଅଣାଯାଇ ଅତ୍ୟାଧୁନିକ ଭାବେ ବିକଶିତ କରାଯାଇଥିବା DRDO କହିଛି ।

ଗତ 3ବର୍ଷ ଧରି ଭାରତୀୟ ସ୍ଥଳସେନା ଓ ଡିଆରଡିଓ ମିଳିତ ଭାବେ ଏହାର ବିଭିନ୍ନ ପର୍ଯ୍ୟାୟର ଟ୍ରାଏଲ ପରୀକ୍ଷଣ କରିଥିଲେ । ଯାହା ସଫଳତାର ସହ ଶେଷ ହେବା ପରେ ଏହାର ନିର୍ମାଣ ଆରମ୍ଭ କରିଥିଲା ଡିଆରଡିଓ । ତେବେ ଆଜି ପୋଖରନରେ ଏହି ଅପଗ୍ରେଡେଡ ଭାର୍ସନର ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦେଇଛି DRDO।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2021, 6:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.