ETV Bharat / bharat

DRDO ଆଣିଲା ନୂଆ Chaff ଟେକ୍ନୋଲୋଜି, ସୁରକ୍ଷିତ ରହିବ ଫାଇଟର ଜେଟ୍ - ଡିଆରଡିଓ

ନିର୍ମାଣ ହେଉଛି ଗୋଟିଏ ପରେ ଗୋଟିଏ ନୂଆ ଟେକ୍ନୋଲୋଜୀ । ଏହି କ୍ରମରେ ଯୁଦ୍ଧ ବିମାନ ପାଇଁ ଆଡଭାନ୍ସ ଟେକ୍ନୋଲୋଜୀ ତିଆରି କରିଛି ଡିଆରଡିଓ, ଯାହା ଶତ୍ରୁର ନଜରକୁ ନଆସି ଦେବ ମାତ । ଅଧିକ ପଢନ୍ତୁ...

DRDO ନୂଆ ଟେକ୍ନୋଲୋଜୀ, ଶତ୍ରୁ ନଜରକୁ ନଆସି ଦେବ ମାତ

author img

By

Published : Aug 19, 2021, 10:54 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତରେ ଦିନକୁ ଦିନ ଅତ୍ୟାଧୁନିକ ହେଉଛି ଦେଶର ପ୍ରତିରକ୍ଷା ବିଭାଗ । ନିର୍ମାଣ ହେଉଛି ଗୋଟିଏ ପରେ ଗୋଟିଏ ନୂଆ ଟେକ୍ନୋଲୋଜୀ । ଏହି କ୍ରମରେ ଯୁଦ୍ଧ ବିମାନ ପାଇଁ ଆଡଭାନ୍ସ ଟେକ୍ନୋଲୋଜୀ ତିଆରି କରିଛି ଡିଆରଡିଓ, ଯାହା ଶତ୍ରୁର ନଜରକୁ ନଆସି ଦେବ ମାତ ।

ଡିଆରଡିଓ ଯୋଧପୁର ପ୍ରତିରକ୍ଷା ଲ୍ୟାବ ଶତ୍ରୁ ରାଡାର ବିପଦ ବିରୋଧରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଁ ବିକଶିତ କରିଛି ଆଡଭାନ୍ସ ଚାଫ୍ (chaff) ଟେକ୍ନୋଲୋଜୀ । ବାୟୁସେନାର ଆବଶ୍ୟକତା ପୁରା କରିବା ପାଇଁ ଆଡଭାନ୍ସ ଚାଫ୍ ସାମଗ୍ରୀ ନିର୍ମାଣ କରିଛି ।

ଚାଫ୍ ହେଉଛି ଏକ ନିଷ୍କ୍ରିୟ ବିସ୍ତାରଯୋଗ୍ୟ ଇଲେକ୍ଟ୍ରୋନିକ୍ କାଉଣ୍ଟର ଟେକ୍ନୋଲୋଜି (Passive expendable electronic countermeasure technology) ଯାହା ନୌସେନାର ଜାହାଜକୁ ଶତ୍ରୁ ରାଡାର ଏବଂ ରେଡିଓ ଫ୍ରିକ୍ୱେନ୍ସି (ଆରଏଫ୍)ଠାରୁ ରକ୍ଷା କରିବା ପାଇଁ ବ୍ୟବହୃତ ହୁଏ ।

ଏହି ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଶତ୍ରୁ କ୍ଷେପଣାସ୍ତ୍ରକୁ ଦୂରେଇ ରଖିବା କିମ୍ବା କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିବା ପାଇଁ ଏହା ବାୟୁରେ ଉତକ୍ଷେପଣ ହୁଏ । ଏଥିରେ ବହୁତ କମ୍ ଚାଫ୍ ସାମଗ୍ରୀ ବ୍ୟବହୃତ ହୋଇଥାଏ । ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ନୌସେନା ଏବଂ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

ଚାଫରେ ଆଲୁମିନିୟମ କିମ୍ବା ଜିଙ୍କର ଛୋଟ ଷ୍ଟ୍ରିପ୍ ବ୍ୟବହାର କରାଯାଏ | ଏହି ଧାତବଗୁଡିକ ରାଡାର ପାଇଁ ପୃଥକ ଲକ୍ଷ୍ୟ ଭାବରେ ଦେଖାଯାଏ ଏବଂ ଏହା କ୍ଷେପଣାସ୍ତ୍ରକୁ ଦ୍ବନ୍ଦରେ ପକାଇଥାଏ, ଏବଂ ସହଜରେ ଶତ୍ରୁର କ୍ଷେପଣାସ୍ତ୍ରଠାରୁ ପ୍ରତିରକ୍ଷା ବିମାନକୁ ବଞ୍ଚାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.