ETV Bharat / bharat

Project AMCA: ପୁଣି କମାଲ କଲା DRDO, 45ଦିନରେ ନିର୍ମାଣ ହେଲା FCS ବିଲ୍ଡିଂ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Mar 17, 2022, 4:20 PM IST

AMCA ପ୍ରକଳ୍ପରେ ଯୋଡି ହେଲା ଆଉ ଗୋଟିଏ ଫର୍ଦ୍ଦ । ବେଙ୍ଗାଲୁରୁରେ DRDO ର ଅତ୍ୟାଧୁନିକ ଫ୍ଲାଇଟ କଣ୍ଟ୍ରୋଲ ସିଷ୍ଟମ କମ୍ପେଲ୍ସକୁ ଉଦ୍ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରକଳ୍ପର ଗବେଷଣା ପାଇଁ ମାତ୍ର ୪୫ ଦିନରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟ୍ଟାଳିକା ନିର୍ମାଣ କରିଛି DRDO । ଅଧିକ ପଢନ୍ତୁ

45 ଦିନରେ ନିର୍ମାଣ କରିଛି DRDO
45 ଦିନରେ ନିର୍ମାଣ କରିଛି DRDO

ବେଙ୍ଗାଲୁରୁ: DRDOର AMCA ପ୍ରୋଜେକ୍ଟ ଅଧୀନରେ ନୂତନ ଫ୍ଲାଇଟ୍ କଣ୍ଟ୍ରୋଲ୍ ସିଷ୍ଟମ (FCS)କୁ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ସେ ବେଙ୍ଗାଲୁରରେ DRDO ଦ୍ବାରା ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ପ୍ରୟୋଗଶାଳାକୁ ଉଦଘାଟନ କରିଛନ୍ତି । ଭାରତ ପକ୍ଷରୁ ଜାରି ରହିଥିବା ଆଡଭାନ୍ସଡ ମିଡିୟମ କମ୍ବାକ୍ଟ ଏୟାରକ୍ରାଫ୍ଟ (AMCA) ପ୍ରୋଜେକ୍ଟର ଗବେଷଣାକୁ କ୍ରିୟାଶୀଳ କରିବା ପାଇଁ ଏହି FCS ବେସ ସହାୟକ ହେବ ।

  • I shall be visiting Bengaluru today. Looking forward to attend the inauguration of the FCS Complex at Aeronautical Development Establishment (ADE).

    — Rajnath Singh (@rajnathsingh) March 17, 2022 " class="align-text-top noRightClick twitterSection" data=" ">

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବେଙ୍ଗାଲୁରୁର ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହି ଫ୍ଲାଇଟ୍ କଣ୍ଟ୍ରୋଲ୍ ସିଷ୍ଟମ (FCS) ପାଇଁ ବହୁତଳ ଅତ୍ୟାଧୁନିକ ୭ ମହଲା ବିଶିଷ୍ଟ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ମାତ୍ର ୪୫ ଦିନ ମଧ୍ୟରେ ହୋଇଛି । ଏଥିରେ ପ୍ରକଳ୍ପ ଅଧୀନ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥାକୁ ବିକଶିତ କରାଯାଇଥିବା ଜଣେ ବରିଷ୍ଠ DRDO ଅଧିକାରୀ ସୂଚନା ଦେଇଛନ୍ତି ।

1.3 ଲକ୍ଷ ବର୍ଗଫୁଟର ଆୟତନ ବିଶିଷ୍ଟ ଏହି ସାତ ମହଲା ବିଶିଷ୍ଟ କୋଠାରେ ଭାରତୀୟ ବାୟୁସେନା ପାଇଁ ଏକ ପଞ୍ଚମପିଢିର ହାଲୁକା ଲଢୁଆ ଯୁଦ୍ଧ ବିମାନ ଅନୁସନ୍ଧାନ ପାଇଁ ସମସ୍ତ ଆବଶ୍ୟକୀୟ ତଥା ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଅଧିକାରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଭାରତ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଏହି ପ୍ରକଳ୍ପର ପ୍ରାରମ୍ଭିକ ବିକାଶ ମୂଲ୍ୟ ପ୍ରାୟ 15,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

45 ଦିନରେ ନିର୍ମାଣ କରିଛି DRDO
45 ଦିନରେ ନିର୍ମାଣ କରିଛି DRDO

ତେବେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ଉଦଘାଟନ କରିବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ । ତେବେ ରାଜନାଥ ସିଂ ଅପରାହ୍ନରେ ଏହି ପ୍ରୟୋଗଶାଳାକୁ ଉଦଘାଟନ କରିବା ସହ ଏହାର ପରିଦର୍ଶନ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.