ETV Bharat / bharat

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ବଡ ଦାୟିତ୍ବ ଦେଲେ ବାଇଡେନ

author img

By

Published : Mar 17, 2022, 11:00 PM IST

ଭାରତୀୟ-ଆମେରିକୀୟ ଡାକ୍ତର ଆଶିଷ ଝା ହେଲେ ହ୍ବାଇଟ ହାଉସର କୋଭିଡ ରେସପନ୍ସ କୋର୍ଡିନେଟର । ଅଧିକ ପଢନ୍ତୁ

ଭାରତୀୟ-ଆମେରକୀୟ ଡା ଆଶିଷ ଝା ହେଲେ ହ୍ବାଇଟ ହାଉସ କୋଭିଡ ରେସପନ୍ସ କୋର୍ଡିନେଟର+
ଭାରତୀୟ-ଆମେରକୀୟ ଡା ଆଶିଷ ଝା ହେଲେ ହ୍ବାଇଟ ହାଉସ କୋଭିଡ ରେସପନ୍ସ କୋର୍ଡିନେଟର

ୱାଶିଂଟନ୍: ହ୍ବାଇଟ ହାଉସରେ ଭାରତୀୟ-ଆମେରିକୀୟ ଡାକ୍ତରଙ୍କୁ ଗୁରୁ ଦାୟିତ୍ବ । ବିଶିଷ୍ଟ ଚିକିତ୍ସକ ଆଶିଷ ଝାଙ୍କୁ ହ୍ବାଇଟ ହାଉସର ନୂତନ କୋଭିଡ ରେସପନ୍ସ ସଂଯୋଜକ (କୋର୍ଡିନେଟର) ଭାବେ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି ।

51ବର୍ଷୀୟ ବିଶିଷ୍ଟ ଚିକିତ୍ସକ ହୋତା ବିହାରରେ ଜନ୍ମିତ । ତେବେ ସେ ଦୀର୍ଘବର୍ଷ ଧରି ଆମେରିକାରେ କାର୍ଯ୍ୟକତ ଅଛନ୍ତି । ସେଠାରେ ସେ ଜଣେ ଜଣାଶୁଣା ଚିକିତ୍ସକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତାଙ୍କ ଜେଫ ଜିଏଣ୍ଟସଙ୍କ ସ୍ଥାନ ଗ୍ରହଣ କରିବେ ।ଜେଫ୍ ଗତ 14 ମାସ ଧରି COVIDର ମୁକାବିଲା ପାଇଁ ହ୍ବାଇଟ ହାଉସ ପାଇଁ କାମ କରିଆସିଥିଲେ । ତେବେ ରାଷ୍ଟ୍ରପତି ବାଇଡେନ ଜେଫଙ୍କ ଅବଦାନକୁ ମନେ ପକାଇ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ଡାକ୍ତର ହୋତା 1970ରେ ବିହାରର ପୁରସାଲିଆରେ ଜନ୍ମଗ୍ରହଣ କରିଥିଲେ । 1979ରେ କାନାଡା ଏବଂ ପରେ 1983ରେ ଆମେରିକା ଯାଇଥିଲେ। 1992 ରେ କଲମ୍ବିଆ ୟୁନିଭରସିଟିରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଏବଂ 1997ରେ ହାର୍ଭାର୍ଡ ମେଡିକାଲ ସ୍କୁଲରୁ ଏମ.ଡି କରିଥିଲେ । ପରେ ସେ ସାନ୍ସଫ୍ରାନ୍ସିସକୋର ୟୁନିଭର୍ସିିଟି ଅଫ କାଲିଫର୍ନିଆରୁ ମେଡିସିନରେ ଶିକ୍ଷାଗ୍ରହଣ କରିଥିଲେ । ସେ ହାର୍ଭାର୍ଡ ମେଡିକାଲ୍ ସ୍କୁଲରୁ ସାଧାରଣ ମେଡିସିନ୍ ଫେଲୋସିପ୍ ମଧ୍ୟ ସମାପ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.