ETV Bharat / bharat

ନୀତିଶଙ୍କ ପାଇଁ NDAକୁ ଫେରିବା ରାସ୍ତା ବନ୍ଦ: ସୁଶୀଲ ମୋଦି

author img

By

Published : Jul 30, 2023, 10:23 PM IST

ନୀତିଶ କୁମାରଙ୍କ ପାଇଁ NDAକୁ ଫେରିବା ରାସ୍ତା ବନ୍ଦ । ସେ ଚାହିଁଲେ ମଧ୍ୟ ଏନଡିଏ ତାଙ୍କୁ ଗ୍ରହଣ କରିବ ନାହିଁ କହିଲେ ବିଜେପି ନେତା ସୁଶୀଲ ମୋଦି । ରାମଦାସ ଅଠାଓ୍ବଲେଙ୍କ ମନ୍ତବ୍ୟକୁ ଦର୍ଶାଇଲେ ବ୍ୟକ୍ତିଗତ । ଅଧିକ ପଢନ୍ତୁ

ନୀତିଶଙ୍କ ପାଇଁ NDAକୁ ଫେରିବା ରାସ୍ତା ବନ୍ଦ: ସୁଶୀଲ ମୋଦି
ନୀତିଶଙ୍କ ପାଇଁ NDAକୁ ଫେରିବା ରାସ୍ତା ବନ୍ଦ: ସୁଶୀଲ ମୋଦି

ପାଟନା: ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାର ପ୍ରଥମ ଅଭିଯାନ ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ନାମକରଣ ହେବା ନେଇ ଅସନ୍ତୁଷ୍ଟ ଥିବା ସୂଚନା ମିଳିଛି । ଏବେ ନୀତିଶ ପୁଣି ଏନଡିଏ ମେଣ୍ଟକୁ ଫେରିପାରନ୍ତି ବୋଲି ଗତକାଲି ଅନୁମାନ କରିଥିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ । ହେଲେ ନୀତିଶଙ୍କ ଏନଡିଏ ପ୍ରସ୍ଥାନ ସମ୍ଭାବିତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିହାର ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସୁଶୀଲ କହିଛନ୍ତି, ନୀତିଶଙ୍କ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଛି ।

ସୁଶୀଲ କହିଛନ୍ତି, "ନୀତିଶ ଏବେ ଏକ ବୋଝରେ ପରିଣତ ହୋଇସାରିଛନ୍ତି । ତାଙ୍କୁ ବେଶି ଦିନ ଯାଏ ଆରଜେଡି ମଧ୍ୟ ସହ୍ୟ କରିବ ନାହିଁ । ଗତ ନିର୍ବାଚରେ ଏହା ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିନା ନୀତିଶ କୁମାର ଏକାକୀ ବିହାରରେ 44 ଆସନ ମଧ୍ଯ ଜିତିବାକୁ ସକ୍ଷମ ନୁହନ୍ତି । ଯଦି ତୁମ ନିକଟରେ ଭୋଟ ହାସଲ କରିବାର ଶକ୍ତି ଅଛି, ତେବେ ସେ ରାଜନୀତିରେ ପ୍ରଭାବୀ । ଯଦି ତୁମର ଭୋଟ ହାସଲ କରିବାର କ୍ଷମତା ନାହିଁ, ତେବେ ତୁମେ ରାଜନୀତିରେ କୌଣସି ପ୍ରାସଙ୍ଗିକତା ରଖ ନାହିଁ । ନୀତିଶ ଏବେ ଭୋଟ ହାସଲ କରିବାର ସମସ୍ତ ଦକ୍ଷତା ହରାଇ ସାରିଛନ୍ତି ।"

ଏହା କହିବା ସହ ସୁଶୀଲ ଗତକାଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେଙ୍କ ନୀତିଶଙ୍କ ପ୍ରତ୍ୟାବର୍ତ୍ତନ ସଙ୍କେତକୁ ମଧ୍ୟ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ହୋଇପାରେ ବୋଲି କହିଛନ୍ତି । ହେଲେ ନୀତିଶ ଫେରିବାକୁ ଚାହିଁଲେ ମଧ୍ୟ ଏନଡିଏ ତାଙ୍କୁ ଗ୍ରହଣ କରିବ ନହିଁ ବୋଲି ସୁଶୀଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-'NDAକୁ କେତେବେଳେ ବି ଫେରିପାରନ୍ତି ନୀତିଶ କୁମାର'

ଗତକାଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ କହିଥିଲେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମକରଣ ନେଇ ଆଦୌ ଖୁସିନାହାନ୍ତି । କୌଣସି ମୁହୂର୍ତ୍ତରେ ମଧ୍ୟ ନୀତିଶ NDAକୁ ଫେରିପାରନ୍ତି । NDA ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଛି । ତେବେ ଅଠାଓ୍ବାଲେଙ୍କ ଏହି ମନ୍ତବ୍ୟ ଦଳୀୟ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ହୋଇପାରେ ବୋଲି ସୁଶୀଲ କହିବା ସହ ନୀତିଶଙ୍କ ପ୍ରତ୍ୟାବର୍ତ୍ତନ ଆଉ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.