ETV Bharat / bharat

ଗ୍ୟାଙ୍ଗଷ୍ଟାର ଆବୁ ସଲିମର ଆବେଦନ ପ୍ରସଙ୍ଗ, କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା - ଆବୁ ସଲିମ ଆବେଦନ ପ୍ରସଙ୍ଗ

ଗ୍ୟାଙ୍ଗଷ୍ଟାର ଆବୁ ସଲିମ ଆବେଦନ ପ୍ରସଙ୍ଗରେ କେନ୍ଦ୍ରର ଉତ୍ତରରେ କ୍ଷୁବ୍ଧ ହେଲେ ସର୍ବୋଚ୍ଚ କୋର୍ଟ । କହିଲେ ନ୍ୟାୟାପାଳିକାକୁ କାର୍ଯ୍ୟ କରିବା ନ ଶିଖାନ୍ତୁ ସରକାର । ଅଧିକ ପଢନ୍ତୁ

ଗ୍ୟାଙ୍ଗଷ୍ଟାର ଆବୁ ସଲିମ ଆବେଦନ ପ୍ରସଙ୍ଗ, କେନ୍ଦ୍ରକୁ ସର୍ବୋଚ୍ଚ କୋର୍ଟଙ୍କ ଭର୍ତ୍ସନା

author img

By

Published : Apr 21, 2022, 8:20 PM IST

ନୂଆଦିଲ୍ଲୀ: ମୁମ୍ବାଇ ସିରିଜ ବିସ୍ଫୋରଣର ଦୋଷୀ ତଥା ଗ୍ୟାଙ୍ଗଷ୍ଟାର ଆବୁ ସଲିମର ଦଣ୍ଡାଦେଶ 25ବର୍ଷରୁ ଉର୍ଦ୍ଧ୍ବ ହେବା ନେଇ ହୋଇଥିବା ଆବଦନର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ କୋର୍ଟ । ନ୍ୟାୟପାଳିକାକୁ ସରକାର କାର୍ଯ୍ୟ କରିବା ନ ଶିଖାନ୍ତୁ ବୋଲି କଡା ଭାଷାରେ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି । ଆବୁ ସଲିମ ଦ୍ବାରା କରାଯାଇଥିବା ଆବେଦନ ଅବୈଧ ବୋଲି ଦର୍ଶାଇବା ସହ ସଠିକ ସମୟରେ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । କେନ୍ଦ୍ରର ଏପରି ଉତ୍ତରକୁ ନେଇ ସର୍ବୋଚ୍ଚ କୋର୍ଟ କ୍ଷୁବ୍ଧ ହୋଇଛନ୍ତି ।

ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ଏସ.କେ କୌଲ କହିଛନ୍ତି, ନ୍ୟାୟପାଳିକାକୁ କାର୍ଯ୍ୟ କରିବାର ତରିକା ଶିଖାଇବାର ଆବଶ୍ୟକାତା ନାହିଁ । ଗୃହ ସଚିବ ସର୍ବୋଚ୍ଚ ନ୍ୟାୟାଳରେ ଏପରି ଉତ୍ତର ରଖିବା ପାଇଁ ଆଦୌ ଅଧିକୃତ ନୁହନ୍ତି । ଆଫିଡିଭିଟିରେ କେନ୍ଦ୍ର ଉଲ୍ଲେଖ କରିଥିବା ଶବ୍ଦ ମଧ୍ୟ କୋର୍ଟଙ୍କ ଦ୍ବାରା ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ ।

1993 ମୁମ୍ବାଇ ସିିରିଜ ବିସ୍ଫୋରଣ ଅଭିଯୁକ୍ତ ଥିବା ଆବୁ ସଲିମକୁ ସର୍ତ୍ତମୂଳକ ଭାବେ ପର୍ତ୍ତୁଗାଲରୁ ପ୍ରତ୍ୟାର୍ପଣ କରି ଭାରତ ଅଣାଯାଇଥିଲା । ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ କରିଥିବା ଚୁକ୍ତି ଅନୁସାରେ ସଲିମକୁ 25 ବର୍ଷରୁ ଅଧିକ ଭାରତ ଜେଲ ଦଣ୍ଡାଦେଶ ଦେଇପାରିବ ନାହିଁ । ତେବେ ଆଜୀବନ କାରାଦଣ୍ଡାଦେଶ ପାଇବା ପରେ ସଲିମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛି ।

2030 ନଭେମ୍ବର 10 ତାରିଖରେ ଆବୁ ସଲିମର କାରାଦଣ୍ଡାଦେଶ 25 ବର୍ଷ ପୂର୍ଣ୍ଣ କରୁଛି । ଏହି ମାମଲାରେ ଉତ୍ତର ରଖି କେନ୍ଦ୍ର ଗୃହ ସଚିବ ସର୍ବୋଚ୍ଚ କୋର୍ଟଙ୍କୁ ଆଫିଟିଭିଟି ମାଧ୍ୟମରେ ଦର୍ଶାଇଛନ୍ତି ଯେ, ପ୍ରତ୍ୟାର୍ପଣ ସମୟରେ ତତ୍କାଳୀନ ସରକାର କରିଥିବା ଚୁକ୍ତି ସର୍ତ୍ତାବଳୀକୁ ପାଳନ କରିବାକୁ ପଡିବ । ତେଣୁ ସଠିକ ସମୟରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ନେଇ ଭାଲା ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରିଥିଲେ ।

1993 ମସିହା ମାର୍ଚ୍ଚ 12 ତାରିଖରେ ହୋଇଥିବା ମୁମ୍ବାଇର ଏହି ବହୁଚର୍ଚ୍ଚିତ ବିସ୍ଫୋରଣରେ ଦାଉଦ ଇବ୍ରାହିମ ସହ ଆବୁ ସଲିମ ଓ ଅନ୍ୟ କିଛି ଆତଙ୍କବାଦୀଙ୍କ ହାତ ରହିଥିଲା । ଏଥିରେ 257 ଜଣ ସାଧାରଣ ନାଗରିକ ପ୍ରାଣ ହରାଇବା ପ୍ରାୟ 7 ଶହରୁ ଅଧିକ ଆହତ ହୋଇଥିଲେ । 2005 ମସିହା ନଭେମ୍ବର 11 ତାରିଖରେ ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ସଲିମକୁ ଭାରତ ଫେରାଇବାକୁ ସକ୍ଷମ ହୋଇଥିଲେ ତତ୍କାଳୀନ ସରକାର । 2017 ରେ ଏହି ମାମଲାରେ ଆବୁ ସଲିମକୁ ଦୋଷୀ ସାବ୍ୟସ୍ତ କରାଯିବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ପୂର୍ବ ଚୁକ୍ତି ଉଲ୍ଲଙ୍ଘନ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ସଲିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.