ETV Bharat / bharat

UPSC 3rd Rank Holder: ବିଫଳତାରେ ନିରାଶ ହୁଅନ୍ତୁ ନାହିଁ କହିଲେ ଉମା ହରିତ୍

ଆଶାୟୀଙ୍କୁ ଗୁରୁମନ୍ତ୍ର । ବିଫଳତାରେ ନିରାଶ ନହେବାକୁ ପରାମର୍ଶ ଦେଲେ ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୨ରେ ତୃତୀୟ ସ୍ଥାନ ହାସଲ କରିଥିବା ଉମା ହରିତ୍ । ୪ ଥର ବିଫଳତାର ସ୍ବାଦ ଚାଖିବା ଥରେ ପଞ୍ଚମ ଥର ପରୀକ୍ଷା ଦେଇ ତୃତୀୟ ସ୍ଥାନ ହାସଲ କରିଛନ୍ତି ସେ । କିପରି ଥିଲା ଉମାଙ୍କ ସଫଳତାର ଯାତ୍ରା ଜାଣିବା ପାଇଁ ଅଧିକ ପଢନ୍ତୁ.....

upsc third topper uma harathi
UPSC ତୃତୀୟ ଟପ୍ପର ଉମା ହରିତ୍
author img

By

Published : May 24, 2023, 9:01 PM IST

ହାଇଦ୍ରାବାଦ: ମଙ୍ଗଳବାର ପ୍ରକାଶ ପାଇଛି ୟୁପିଏସସି ପରୀକ୍ଷା ଫଳ । ସିଭିଲ ସର୍ଭିସ୍ ପରୀକ୍ଷା-୨୦୨୨ରେ ଆସିଥିବା ରେଜଲ୍ଟ ଅନୁସାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଇଶିତା କିଶୋର, ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗରିମା ଲୋହିଆ ଏବଂ ତୃତୀୟ ସ୍ଥାନ ଅଧିକୃତ କରିଛନ୍ତି ଏନ ଉମା ହରିତ । ତେବେ ଉମାଙ୍କ ବୟସ ୨୮ବର୍ଷ ହୋଇଥିବାବେଳେ ସେ ଏହା ପୂର୍ବରୁ ୪ଥର ୟୁପିଏସସି ପରୀକ୍ଷା ଦେଇ ବିଫଳ ହୋଇଥିଲେ । ହେଲେ ଚଳିତ ବର୍ଷ ଖାଲି ପାସ୍ କରିନାହାନ୍ତି ବରଂ ୩ ନମ୍ବର ସ୍ଥାନ ହାସଲ କରିବା ସହ ଆଣିଛନ୍ତି ଗର୍ବ ଓ ଗୌରବ ।

ତେବେ ସଫଳତାର ଶ୍ରେୟ ନିଜ ପିତାମାତାଙ୍କୁ ଦେଇଛନ୍ତି ଉମା । ପ୍ରଶାସନିକ ସେବା କ୍ଷେତ୍ରରେ ଯୋଗ ଦେବା ନିମନ୍ତେ ଉମାଙ୍କୁ ତାଙ୍କ ବାପା ସବୁ ସମୟରେ ପ୍ରେରିତ କରନ୍ତି ବୋଲି ସେ କହିଛନ୍ତି । ଆଇଆଇଟି ହାଇଦ୍ରାବାଦରୁ ସିଭିଲ ଇନଞ୍ଜିନିୟରିଂରେ ବିଟେକ୍ ପାସ୍ କରିଛନ୍ତି ଉମା ହରିତ୍ । ତେବେ ବିଟେକ୍ ପରେ ପ୍ରଶାସନିକ ସେବାରେ ପ୍ରବେଶ କରି ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିଲେ କିଭଳି ସଫଳତା ମିଳିପାରିବ ସେନେଇ ତାଙ୍କ ବାପା ସବୁ ସମୟରେ ଉମାଙ୍କୁ ଉପଦେଶ ଦେଇଆସୁଥିଲେ । ଆଉ ବାପାଙ୍କ ଉପଦେଶ ମାନି ଉମା ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଚଳାଇଥିଲେ ସୁଦ୍ଧା ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିବାରେ ସମର୍ଥ ହୋଇପାରୁନଥିଲେ ।

ପଞ୍ଚମ ଥର ପରୀକ୍ଷା ଦେବା ଆଉ ଶେଷରେ ସଫଳତା ହାସଲ କରିବା କ୍ଷେତ୍ରରେ ଉମାଙ୍କ ଯାତ୍ରା ସେତେଟା ସହଜ ନଥିଲା ବୋଲି ସେ କୁହନ୍ତି । ଏହାସହ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉମା ହରିତ ଖୁବ୍ ସୁନ୍ଦର ଉପଦେଶ ମଧ୍ୟ ଦେଇଛନ୍ତି । ଅସଫଳତାରେ କେବେ ନିରାଶ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଉମା । ଏହାସହ ଅତ୍ୟଧିକ ଅଧ୍ୟୟନ କରିବା ପରିବର୍ତ୍ତେ ଆବଶ୍ୟକ ମୁତାବକ ଅଧ୍ୟୟନ କରିବାକୁ ପରବର୍ତ୍ତୀ ପୀଢିକୁ ପରାମର୍ଶ ଦେଇଛନ୍ତି । ଏତଦବ୍ୟତୀତ ସବୁଠୁ ବଡ଼ କଥା ହେଉଛି, ସଚ୍ଚୋଟତା । ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ଦେଶର ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ହରିତ୍ ।

ତେବେ ପରୀକ୍ଷାରେ ପାସ୍ କରିଥିବା ମୋଟ୍ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୧୩ ଜଣ ପୁରୁଷ ଥିବାବେଳେ ୩୨୦ ଜଣ ମହିଳା ରହିଛନ୍ତି । ଯେଉଁଥିରେ ପ୍ରଥମ ୨୫ ଜଣଙ୍କ ମଧ୍ୟରୁ ୧୪ଜଣ ମହିଳା ଓ ୧୧ଜଣ ପୁରୁଷ ରହିଥିବା ୟୁପିଏସସି ପକ୍ଷରୁ ପ୍ରକାଶ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.