ନୂଆଦିଲ୍ଲୀ: ଡୋମିନିକାକୁ ଟିକା ପଠାଇବା ପରେ ଭାରତ ଓ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ । ଟିକା ଯୋଗାଣରେ ଭାରତର ତପ୍ତରତାକୁ ଧନ୍ୟବାଦ ଦେବା ସହ ଭାରତର ଟିକା ଡୋମିନିକାକୁ ମହାମାରିରୁ ରକ୍ଷା କରିପାରିବ ବୋଲି କହି ଭାରତର ସହାୟତାକୁ ପ୍ରଂଶସା କରିଛନ୍ତି ସ୍କେରିଟ୍ ।
35 ହଜାର କୋଭିଡ୍ -19 ଟିକା ପ୍ରଦାନ କରିବା ପାଇଁ ଭାରତକୁ ଅନୁରୋଧ କରିଥିଲା ଡୋମିନିକା । ଏହି ପ୍ରସ୍ତାବ ଭାରତ ମଧ୍ୟ ଗ୍ରହଣ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରରଣ କରିଥିବା ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ଡୋମିନିକାର ଏହି ଅନୁରୋଧକୁ ଗ୍ରହଣ କରିବା ସହ ଏହି ପଦକ୍ଷପ ଦେଶର ପ୍ରାୟ 72 ହଜାର ଜନସଂଖ୍ୟାକୁ ମାରାତ୍ମକ ଜୀବାଣୁରୁ ରକ୍ଷା କରିପାରିବ । ଏହା ସହ ଏତେ ଶୀଘ୍ର ସେ ଟିକା ପାଇବା ପାଇଁ ମଧ୍ୟ ଆଶା କରିନଥିବା କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ।
ମଙ୍ଗଳବାର ଭାରତ ପକ୍ଷରୁ ଏହି ଟିକା ବାରବାଡୋସର ଏୟାର ନ୍ୟାସନାଲ ଗାର୍ଡର ବିମାନରେ ଡୋମିନିକାର ଡଗଲାସ - ଚାର୍ଲ୍ସ ବିମାନ ବନ୍ଦରକୁ ପଠାଯାଇଥିଲା। ପିଏମ ସ୍କେରିଟ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀମାନେ ବିମାନବନ୍ଦରରେ ଉପସ୍ଥିତ ହୋଇ ଏହି ଟିକା ଗ୍ରହଣ କରିଥିବା ଜଣାପଡିଛି । ଟିକା ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଜୟ ଶଙ୍କର ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ଭାରତର ପଡୋଶୀ ମାନଙ୍କ ପ୍ରତି ନିଜର ଦାୟିତ୍ବ ସମ୍ପନ୍ନତା ଓ ସହଯୋଗ ବୋଲି ଟ୍ବିଟରେ କହିଛନ୍ତି ଜୟଶଙ୍କର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ