ETV Bharat / bharat

ମାସ ଆରମ୍ଭରୁ ହାଣ୍ଡିଶାଳକୁ ମହଙ୍ଗା ମାଡ, ପୁଣି ବଢିଲା ରନ୍ଧନ ଗ୍ୟାସ ଦର - ବଢିଲା ରନ୍ଧନ ଗ୍ୟାସ

ମାସ ଆରମ୍ଭରୁ ଦିଲ୍ଲୀରେ ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଅଧିକ ପଢନ୍ତୁ

LPG Price Rise
LPG Price Rise
author img

By

Published : Mar 1, 2023, 8:01 AM IST

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ବଢିଲା ରନ୍ଧନ ଗ୍ୟାସ । ମାସ ଆରମ୍ଭରୁ ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ । ଦିଲ୍ଲୀରେ ଉଭୟ ଘରୋଇ ଏଲପିଜି ସିଲିଣ୍ଡର ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ଦାମ୍ ବଢିଛି । ୧୪.୨ କେଜିର ଘରୋଇ LPG ସିଲିଣ୍ଡର ଦାମ୍ 50ଟଙ୍କା ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୩୫୦ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି ।

  • Domestic LPG Cylinder 14.2 kg prices increased by Rs 50/. Domestic LPG cylinder price increased to Rs 1103/ in Delhi: sources

    — ANI (@ANI) March 1, 2023 " class="align-text-top noRightClick twitterSection" data=" ">

ଏହି ନୂଆଦର ଲାଗୁ ହେବା ପରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୦୩ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ୩୫୦ଟଙ୍କା ୫୦ ପଇସା ବୃଦ୍ଧି ହୋଇ ୨୧୧୯ଟଙ୍କା ୫୦ ପଇସା ହୋଇଛି ।

ଏହା ମଧ୍ୟ ପଢନ୍ତୁ: Women's Day: ରାମୋଜୀ ଫିଲ୍ମ ସିଟିରେ ମହିଳା ଦିବସ ସେଲିବ୍ରେସନ୍, ମାସେ ବ୍ୟାପି ସ୍ପେଶାଲ୍ ଅଫର୍

ପ୍ରକାଶଥାଉକି, ଗତ ନଭେମ୍ବର ୧ ତାରିଖ ଦିନ ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିଲା । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଥିଲା । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ହୋଇଥିଲା । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନଥିଲା ।

ନଭେମ୍ବର ୧ ତାରିଖଠୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୧୫.୫୦ ପଇସା ଶସ୍ତା ହୋଇଥିଲା । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଥିଲା ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଥିଲା । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା । ରିପୋର୍ଟ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଥିଲା । ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ପରିଣତ ବୟସରେ ଯୌବନର ଚଞ୍ଚଳତା: ବିବାହର ଗୋଲ୍ଡନ ଜୁବୁଲିରେ କଲେ ପୁଣି ବିବାହ, ବର ୭୩କୁ କନିଆଁ ୭୦

ତେବେ ଗତ ମେ ମାସରେ ଉଭୟ ଘରୋଇ ଏଲପିଜି ସିଲିଣ୍ଡର ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇଥିଲା । ଘରୋଇ ଏଲପିଜି ସିଲିଣ୍ଡର ପିଛା 3 ଟଙ୍କା 50 ପଇସା ଏବଂ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ 8 ଟଙ୍କା ବଢିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.