ETV Bharat / bharat

ମେହୁଲ ଚୋକସିଙ୍କୁ ଡୋମିନିକା ହାଇକୋର୍ଟରୁ ମିଳିଲା ଜାମିନ

author img

By

Published : Jul 12, 2021, 10:24 PM IST

ମେହୁଲ ଚୋକସିଙ୍କୁ ଡୋମିନିକା ହାଇକୋର୍ଟରୁ ମିଳିଛି ଜାମିନ । ମେଡିକାଲ ଆଧାରରେ ଚିକିତ୍ସା ପାଇଁ ଆଣ୍ଟିଗୁଆ ଯିବାକୁ ମେହୁଲଙ୍କୁ ଦିଆଯାଇଛି ଅନୁମତି । ଅଧିକ ପଢନ୍ତୁ...

ମେହୁଲ ଚୋକସିଙ୍କୁ ଡୋମିନିକା ହାଇକୋର୍ଟରୁ ମିଳିଲା ଜାମିନ
ମେହୁଲ ଚୋକସିଙ୍କୁ ଡୋମିନିକା ହାଇକୋର୍ଟରୁ ମିଳିଲା ଜାମିନ

ଡୋମିନିକା: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଡୋମିନିକା ହାଇକୋର୍ଟରୁ ମଇଳିଛି ଜାମିନ । ମେଡିକାଲ ଆଧାରରେ ଚିକିତ୍ସା ପାଇଁ ଆଣ୍ଟିଗୁଆ ଯିବାକୁ ମେହୁଲଙ୍କୁ ଦିଆଯାଇଛି ଅନୁମତି ।

କୋର୍ଟରେ ଶୁଣାଣି ସମୟରେ ଭର୍ଜୁଆଲ ଯୋଗେଁ ହାଜର ହୋଇଥିଲେ ମେହୁଲ ଚୋକସି । ମେହୁଲଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ କରି ହାଇକୋର୍ଟ କହିଛନ୍ତି, ତାଙ୍କୁ ଡୋମିନିକାରେ ଅବୈଧ ପ୍ରବେଶ ମାମଲାରେ ପ୍ରତ୍ୟାବର୍ତ୍ତନ କରିବାକୁ ପଡିବ । ତେବେ ମେଡିକାଲ କେୟାର ପାଇଁ ଚୋକସିଙ୍କୁ ଆଣ୍ଟିଗୁଆ ଯିବାର ଅନୁମତି ମିଳିଛି ।

ଜୁନ ଶେଷ ସପ୍ତାହରେ ମେହୁଲ ଚୋକସିଙ୍କ ମାମଲାରେ ଡୋମିନିକା କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ଖରାପ ସ୍ବାସ୍ଥ୍ୟାବସ୍ଥା ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ ମେହୁଲ । ହସ୍ପିଟାଲରୁ ହିଁ ଭର୍ଚୁଆଲରେ ହାଜର ହୋଇଥିଲେ ଚୋକସି ।

ମେହୁଲ ଚୋକସିଙ୍କର ଡୋମିନିକାର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । କୋର୍ଟଙ୍କ ଆଦେଶ ପରେ ତାଙ୍କୁ ପୋଲିସ ହେପାଜତରୁ ବାହାର କରି ଜେଲକୁ ପଠାଇ ଦିଆଯାଇଥିଲା । ତେବେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଯାଏଁ ଚୋକସିଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଅନୁମତି ମିଳିଯାଇଥିଲା ।

ଚୋକସି ବିରୁଦ୍ଧରେ ପିଏନବିର 13, 500 କୋଟି ଟଙ୍କା ଘୋଟାଲା ଅଭିଯୋଗ ରହିଛି । ସେ ଭାରତରୁ ପଳାୟନ କରି ଆଣ୍ଟିଗୁଆ ଚାଲିଯାଇଥିଲେ । ମେ ମାସ ଶେଷ ସପ୍ତାହରେ ଚୋକସି ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକାରେ ପହଞ୍ଚିଥିଲେ । ଏଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.